Categories: ଖେଳ

ଓ୍ବାର୍ନରଙ୍କୁ ନେଇ ଅଷ୍ଟ୍ରେଲିଆର ଚିନ୍ତା ବଢ଼ିଲା

କାନବେରା,୧୪ା୧୦: ଟି୨୦ ବିଶ୍ୱକପ ପୂର୍ବରୁ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ନେଇ ଚିନ୍ତାରେ ଅଷ୍ଟ୍ରେଲିଆ। ବେକରେ ଆଘାତ ଲାଗିଥିବାରୁ ଓ୍ବାର୍ନର ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରୁ ବାଦ୍‌ ପଡିଛନ୍ତି। ଏପରିକି ତାଙ୍କର ବିଶ୍ୱକପ୍‌ ଅଂଶଗ୍ରହଣକୁ ନେଇ ଆଶଙ୍କା ଦେଖାଦେଇଛି। ଅକ୍ଟୋବର ୨୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଷ୍ଟ୍ରେଲିଆ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ ବେଳକୁ ଓ୍ବାର୍ନର ଫିଟ୍‌ ଥିବେ କି ନାହିଁ ତାକୁ ନେଇ ସ୍ପଷ୍ଟ ହୋଇପାରିନାହିଁ। ତେବେ ବିଗତ ଟି୨୦ ବିଶ୍ୱକପ୍‌ରେ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ରହିଥିବା ଓ୍ବାର୍ନର ବାଦ୍‌ ପଡିଲେ ଏହା ଅଷ୍ଟ୍ରେଲିଆ ପାଇଁ ବଡ ଝଟକା ହେବ।

Share