Posted inଖେଳ

ଅଷ୍ଟ୍ରେଲିଆ ବିଜୟୀ

ଗୁଆହାଟୀ,୨୮ା୧୧: ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ବଳରେ ଭାରତ ବିପକ୍ଷ ତୃତୀୟ ଟି୨୦ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଭାରତ ୩ ଉଇକେଟରେ ୨୨୨ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଇନିଂସର ଅନ୍ତିମ ବଲରେ ୫ ଉଇକେଟ ହରାଇ ବିଜୟୀ ହୋଇଥିଲା। ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚର ଇନିଂସ ରିପ୍ଲେ ସହିତ ମ୍ୟାକ୍ସଓ୍ବେଲ ଅପରାଜିତ ଶତକ ହାସଲ କରିଥିଲେ।
ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ କରିଥିବା ବେଳେ ଭାରତ ୨୪ ରନ୍‌ରେ ଯଶସ୍ବୀ ଜୟସ୍ବାଲ(୬) ଓ ଇଶାନ କିଶନ୍‌(୦)ଙ୍କ ଉଇକେଟ ହରାଇଥିଲା। ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୩୯) ଓ ଋତୁରାଜ ଗାଏକ୍ୱାଡ(୧୨୩*) ତୃତୀୟ ଉଇକେଟରେ ୫୭ ରନ୍‌ ଯୋଡି ସ୍ଥିତି ସୁଧାରିଥିଲେ। ୮୧ ରନରେ ତୃତୀୟ ଉଇକେଟର ପତନ ପରେ ଗିୟର ବଦଳାଇଥିଲେ ଗାଏକ୍ୱାଡ। ଟି୨୦ ତଥା ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ଚତୁର୍ଥ ଉଇକେଟରେ ତିଳକ ବର୍ମା(୩୧)ଙ୍କ ସହିତ ୧୪୧ ରନ୍‌ ଯୋଡିଥିଲେ। ଋତୁରାଜ ୫୭ ବଲ୍‌ ଖେଳି ୧୩ ଚୌକା ଓ ୭ ଛକା ମାରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେନ୍‌ ରିଚାର୍ଡସନ୍‌, ଜାସନ୍‌ ବେର୍ହେଣ୍ଡ୍ରଫ ଓ ଆରୋନ୍‌ ହାର୍ଡି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୩ ରନ୍‌ ଲକ୍ଷ୍ୟକୁ ନେଇ ଅଷ୍ଟ୍ରେଲିଆ ୬୮ ରନରେ ୩ ଓ ୧୩୪ ରନ୍‌ରେ ପଞ୍ଚମ ଉଇକେଟ ହରାଇଥିଲା। ଅନ୍ତିମ ୬ ଓଭରରେ ୯୦ରୁ ଅଧିକ ରନ୍‌ ଆବଶ୍ୟକ ଥିବା ବେଳେ ମ୍ୟାକ୍ସଓ୍ବେଲ ଖେଳିଥିଲେ ଏକ ଅବିଶ୍ୱସନୀୟ ଇନିଂସ। ୪୮ ବଲ୍‌ ଖେଳି ୮ ଲେଖାଏ ଛକା ଓ ଚୌକା ସହିତ ସେ ୧୦୪ ରନ୍‌ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ୪୭ ବଲ୍‌ରେ ଶତକ ପୂରଣ କରିବା ସହ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ଶତକରେ ଜୋଶ ଇଂଲିସ ଓ ଆରେନ୍‌ ଫିଞ୍ଚଙ୍କ ସମକକ୍ଷ ହୋଇଥିଲେ।  ଅଧିନାୟକ ମାଥ୍ୟୁ ଓ୍ବେଡ୍‌ ଅପରାଜିତ ୨୮ ରନ୍‌ କରିଥିଲେ। ଭାରତ ପକ୍ଷରୁ ରବି ବିଷ୍ଣୋଇ ୨ ଉଇକେଟ ନେଇଥିବା ବେଳେ ଅକ୍ଷର ପଟେଲ, ଆଭେଶ ଖାନ୍‌ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ନବୀନଙ୍କ ସାମ୍ନାରେ ପାଣ୍ଡିଆନଙ୍କୁ ନେଇ ଏମିତି କହିଦେଲେ ମୁନ୍ନା ଖାଁ: ଓଡ଼ିଶା ରାଜନୀତିରେ ହଲଚଲ

ଭୁବନେଶ୍ୱର,୨୬।୧୨: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଏମ୍‌ପି ମୁନ୍ନା ଖାଁ। ସେ କହିଛନ୍ତି, ବିଜୁ ବାବୁଙ୍କ ରାସ୍ତାରେ ଆମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri