Posted inଖେଳ

ଅଷ୍ଟ୍ରେଲିଆ ବିଜୟୀ

ଗୁଆହାଟୀ,୨୮ା୧୧: ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଦମଦାର ଶତକ ବଳରେ ଭାରତ ବିପକ୍ଷ ତୃତୀୟ ଟି୨୦ ମ୍ୟାଚକୁ ୫ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଭାରତ ୩ ଉଇକେଟରେ ୨୨୨ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଇନିଂସର ଅନ୍ତିମ ବଲରେ ୫ ଉଇକେଟ ହରାଇ ବିଜୟୀ ହୋଇଥିଲା। ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚର ଇନିଂସ ରିପ୍ଲେ ସହିତ ମ୍ୟାକ୍ସଓ୍ବେଲ ଅପରାଜିତ ଶତକ ହାସଲ କରିଥିଲେ।
ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ କରିଥିବା ବେଳେ ଭାରତ ୨୪ ରନ୍‌ରେ ଯଶସ୍ବୀ ଜୟସ୍ବାଲ(୬) ଓ ଇଶାନ କିଶନ୍‌(୦)ଙ୍କ ଉଇକେଟ ହରାଇଥିଲା। ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୩୯) ଓ ଋତୁରାଜ ଗାଏକ୍ୱାଡ(୧୨୩*) ତୃତୀୟ ଉଇକେଟରେ ୫୭ ରନ୍‌ ଯୋଡି ସ୍ଥିତି ସୁଧାରିଥିଲେ। ୮୧ ରନରେ ତୃତୀୟ ଉଇକେଟର ପତନ ପରେ ଗିୟର ବଦଳାଇଥିଲେ ଗାଏକ୍ୱାଡ। ଟି୨୦ ତଥା ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ଚତୁର୍ଥ ଉଇକେଟରେ ତିଳକ ବର୍ମା(୩୧)ଙ୍କ ସହିତ ୧୪୧ ରନ୍‌ ଯୋଡିଥିଲେ। ଋତୁରାଜ ୫୭ ବଲ୍‌ ଖେଳି ୧୩ ଚୌକା ଓ ୭ ଛକା ମାରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେନ୍‌ ରିଚାର୍ଡସନ୍‌, ଜାସନ୍‌ ବେର୍ହେଣ୍ଡ୍ରଫ ଓ ଆରୋନ୍‌ ହାର୍ଡି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୩ ରନ୍‌ ଲକ୍ଷ୍ୟକୁ ନେଇ ଅଷ୍ଟ୍ରେଲିଆ ୬୮ ରନରେ ୩ ଓ ୧୩୪ ରନ୍‌ରେ ପଞ୍ଚମ ଉଇକେଟ ହରାଇଥିଲା। ଅନ୍ତିମ ୬ ଓଭରରେ ୯୦ରୁ ଅଧିକ ରନ୍‌ ଆବଶ୍ୟକ ଥିବା ବେଳେ ମ୍ୟାକ୍ସଓ୍ବେଲ ଖେଳିଥିଲେ ଏକ ଅବିଶ୍ୱସନୀୟ ଇନିଂସ। ୪୮ ବଲ୍‌ ଖେଳି ୮ ଲେଖାଏ ଛକା ଓ ଚୌକା ସହିତ ସେ ୧୦୪ ରନ୍‌ ସଂଗ୍ରହ କରିଥିଲେ। ଅନ୍ତିମ ଓଭରରେ ୪୭ ବଲ୍‌ରେ ଶତକ ପୂରଣ କରିବା ସହ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ଶତକରେ ଜୋଶ ଇଂଲିସ ଓ ଆରେନ୍‌ ଫିଞ୍ଚଙ୍କ ସମକକ୍ଷ ହୋଇଥିଲେ।  ଅଧିନାୟକ ମାଥ୍ୟୁ ଓ୍ବେଡ୍‌ ଅପରାଜିତ ୨୮ ରନ୍‌ କରିଥିଲେ। ଭାରତ ପକ୍ଷରୁ ରବି ବିଷ୍ଣୋଇ ୨ ଉଇକେଟ ନେଇଥିବା ବେଳେ ଅକ୍ଷର ପଟେଲ, ଆଭେଶ ଖାନ୍‌ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri