Posted inଖେଳ

ଖୁସି ଖବର: କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ ଆସିପାରିବେ ଦର୍ଶକ

ସିଡନୀ,୧୦।୧୧: କରୋନା ଯୋଗୁ କ୍ରିକେଟ ପ୍ରଶଂସକମାନେ ଦୀର୍ଘ ଦିନ ହେବ ଟିଭିରେ ମ୍ୟାଚ୍‌ ଉପଭୋଗ କରୁଛନ୍ତି। ତେବେ କରୋନା ଅବଧି ପରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କ ପାଇଁ ଷ୍ଟାଡିୟମର ଦ୍ୱାର ଖୋଲିବାକୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପ୍ରସ୍ତୁତ ହେଉଛି। ଆଇପିଏଲ୍‌ ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି ଯେ ଆଡିଲେଡ ଓଭାଲରେ ଦିନରାତି ଟେଷ୍ଟ ମ୍ୟାଚ ସମୟରେ ଷ୍ଟାଡିୟମର ୫୦ପ୍ରତିଶତ ପ୍ରଶଂସକଙ୍କୁ ମ୍ୟାଚ୍‌ ଉପଭୋଗ କରିପାରିବାର ସୁଯୋଗ ମିଳିବ। ଏହି ମ୍ୟାଚ ଡିସେମ୍ବର ୧୭ରୁ ଖେଳାଯିବ। ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ପକ୍ଷରୁ କୁହାଯାିଛି ଯେ, ଏମ୍‌ସିଜିରେ ଟି -୨୦ ଏବଂ ପିଙ୍କ୍‌ ଟେଷ୍ଟ ଖେଳାଯିବ। ପିଙ୍କ୍‌ ଟେଷ୍ଟ ମ୍ୟାଚ ସମୟରେ ୫୦ ପ୍ରତିଶତ ପ୍ରଶଂସକଙ୍କୁ ଷ୍ଟାଡିୟମ ଆସିବାକୁ ଅନୁମତି ଦିଆଯିବ। ଏଥି ସହିତ, ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଡିସେମ୍ବର୨୬ରୁ ବକ୍ସିଂ ଟେଷ୍ଟ ମ୍ୟାଚରେ ୨୫ ପ୍ରତିଶତ ଦର୍ଶକ ଏବଂ ବ୍ରିସବେନ ଟେଷ୍ଟରେ ୭୫ ପ୍ରତିଶତ ଦର୍ଶକ ଷ୍ଟାଡିୟମକୁ ଆସିପାରିବେ। ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଦିନିକିଆ ଏବଂ ୪ଟି ଟେଷ୍ଟ ମ୍ୟାଚ ଖେଳିବାକୁ ପଡିବ। ଏହି ସିରିଜ ନଭେମ୍ବର ୨୭ରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ସମାଜସେବୀ ଅଜିତଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଗଭୀର ଶୋକ

ଗଞ୍ଜାମ,୨୦।୪(ଅନାଥ ତରାଇ): ଗଞ୍ଜାମ ସହର ଓଡ଼ିଆ ଢମଣାସାହି ଅଞ୍ଚଳରେ ଆଜି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ତଥା ବଜରଙ୍ଗ…

ସିଦ୍ଧେଶ୍ୱର କଲ୍ୟାଣ ମଣ୍ଡପ ବିବାଦ: ପୋଲିସ ଉପସ୍ଥିତିରେ ଦଖଲ କଲା ବ୍ଲକ ପ୍ରଶାସନ, ପଞ୍ଚାୟତକୁ ହସ୍ତାନ୍ତର କରାଗଲା ଚାବି

ଦିଗପହଣ୍ଡି,୨୦।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ରଘୁନାଥ ମନ୍ଦିର ନିକଟରେ ନବ ନିର୍ମିତ କଲ୍ୟାଣ ମଣ୍ଡପ ଦଖଲକୁ ନେଇ ଦୀର୍ଘ ବର୍ଷ…

ପାଇନ ଜଙ୍ଗଲରେ ନିଆଁ: ନିଦରେ ଶୋଇଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୪ (ଅରୁଣ ସାହୁ):ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳଗୁଳି ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଜଙ୍ଗଲରେ ନିଆଁ ଲାଗିବାରୁ…

ଆଜି ଆମେରିକା-ଇରାନ ମଧ୍ୟରେ ହେବ ବଡ଼ ଡିଲ୍‌! ଟ୍ରମ୍ପଙ୍କ ଦାବି ପରେ ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୦।୪: ମଧ୍ୟପ୍ରାଚ୍ୟରେ ଅରାଜକତା ମଧ୍ୟରେ, ଆଶ୍ୱସ୍ତିର ଖବର ସାମ୍ନାକୁ ଆସୁଛି। ଇରାନ ଏହାକୁ ଅସ୍ବୀକାର କରିଚାଲିଥିବା ବେଳେ, ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି…

ସୁସଜ୍ଜିତ ଡଙ୍ଗାରେ ନୌକା ବିହାର କଲେ ମଦନ ମୋହନ, ଉଠୁଛି ପଡୁଛି ସହର

ଗଞ୍ଜାମ,୨୦।୪(ବିଦ୍ୟାଧର ସାହୁ ): ଦୀର୍ଘ ୨୧ ଦିନ ଧରି ଭକ୍ତି, ପରମ୍ପରା ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହେବ ଗଞ୍ଜାମ ସହର । ସୋମବାର ଅକ୍ଷୟ ତୃତୀୟାରୁ…

ସିଜିମାଳିରେ କର୍ପୋରେଟ ପାଇଁ ସରକାରୀ ଦମନଲୀଳା: ଆଦିବାସୀଙ୍କ ଜଳ-ଜଙ୍ଗଲ ଜମି ହକ ପାଇଁ ଏକଜୁଟ ହେଲେ ଏମ୍‌ପି

ଥୁଆମୂଳ ରାମପୁର, ୨୦।୪ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଏବଂ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ସିଜିମାଳି ପାହାଡ଼ ଏବେ ଅଶାନ୍ତ ହୋଇପଡ଼ିଛି। ବେଦାନ୍ତ କମ୍ପାନୀ ପାଇଁ…

ଯାହାକୁ ଭଲ ପାଇ ବାହା ହୋଇଥିଲେ ସେ ଜୀବନ ନେଇଗଲେ, ନବବଧୂଙ୍କୁ ହତ୍ୟା ପରେ ଖଟରେ ଶୁଆଇ ଦେଇ…

ଥୁଆମୂଳ ରାମପୁର, ୨୦ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଦୋବେଡ଼ା ଗ୍ରାମରେ ଘଟିଥିବା ନବବଧୂ ବନିତା ନାଏକ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri