Posted inଖେଳ

ଅଷ୍ଟ୍ରେଲିଆ ଗସ୍ତ: ଟ୍ରେନିଂରେ ଟେଷ୍ଟ ଫର୍ମାଟ ପାଇଁ ଭାରତର ଅଭ୍ୟାସ

ସିଡ୍‌ନୀ,୧୮।୧୧ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାର ଭାରତୀୟ କ୍ରିକେଟ ଦଳ ପ୍ରଥମେ ସୀମିତ ଓଭର କ୍ରିକେଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ତଥା ଅଭ୍ୟାସ କରିଛି। ମଙ୍ଗଳବାର ଖେଳାଳିମାନେ ଟେଷ୍ଟ ମ୍ୟାଚ୍‌ ଭଳି ପରିସ୍ଥିତିରେ ଟ୍ରେନିଂ କରିଥିଲେ। ଦ୍ରୁତ ବୋଲରମାନେ ନାଲି ଓ ଗୋଲାପୀ ବଲ୍‌ରେ ବୋଲିଂ କରିଥିଲେ।
୩ ଫର୍ମାଟ ପାଇଁ ଦଳରେ ସ୍ଥାନ ପାଇଥିବା ସବୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ବୋଲର ଏହି ପ୍ରାକ୍ଟିସ ସେସନରେ ଅଭ୍ୟାସ କରିଥିଲେ। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯୁବ ପେସର ମହମ୍ମଦ ସିରାଜ କୋହଲିଙ୍କୁ ବୋଲିଂ କରିଥିଲେ। ଏହାର ଭିଡିଓ କୋହଲି ନିଜ ଟୁଇଟର ଏକାଉଣ୍ଟରେ ପୋଷ୍ଟ କରିଛନ୍ତି। ‘ଲଭ୍‌ ଟେଷ୍ଟ କ୍ରିକେଟ ସେସନ୍ସ’ ବୋଲି କୋହଲି ଟୁଇଟ୍‌ କରି ଲେଖିଛନ୍ତି। ଆଡିଲେଡ୍‌ରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଖେଳିସାରି କୋହଲି ନିଜର ପ୍ରଥମ ସନ୍ତାନ ଜନ୍ମ ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିବେ। ଟେଷ୍ଟ ମ୍ୟାଚ୍‌ ଖେଳାଯିବା ଶୈଳୀରେ ଖେଳାଳିମାନେ ଭିଡିଓରେ ଅଭ୍ୟାସ କରିବାର ଦେଖାଯାଇଥିଲା। ନନ୍‌ ଷ୍ଟ୍ରାଇକର ଏଣ୍ଡରେ ମଧ୍ୟ ବ୍ୟାଟ୍ସମ୍ୟାନ ରହିଥିଲେ। ପାରମ୍ପରିକ ନେଟ୍ସ ସେସନରୁ ଏହା ସମ୍ପୂର୍ଣ୍ଣ ରୂପେ ଭିନ୍ନ ଥିଲା। ଗତ ଦୁଇମାସ ହେବ ଖେଳାଳିମାନେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିଛନ୍ତି। ତେଣୁ ସୀମିତ ଓଭର କ୍ରିକେଟ ପାଇଁ ଅଭ୍ୟାସକୁ ଟିକିଏ କୋହଳ କରାଯାଇଛି। ଓପନର ଲୋକେଶ ରାହୁଲ ଗୋଲାପୀ ବଲ୍‌ରେ ଅଭ୍ୟାସ କରିଥିଲେ। ଫଳରେ ସେ ପ୍ରଥମ ଟେଷ୍ଟ ଖେଳିବା ସମ୍ଭାବନା ଦୃଢ ହୋଇଛି।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ଏ ନେଇ ଏକ ଭିଡିଓ ପୋଷ୍ଟ କରିଛି। ସାମି ଓ ସିରାଜ ମିଳମିଶି ବୋଲିଂ କରୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି। କିଙ୍ଗ୍ସ ଏକାଦଶ ପଞ୍ଜାବ ତରଫରୁ ଖେଳି ୩୦ ବର୍ଷୀୟ ସାମି ୧୪ଟି ମ୍ୟାଚ୍‌ରୁ ୨୦ ଉଇକେଟ ହାସଲ କରିଛନ୍ତି। ସେ ୩ଟି ଫର୍ମାଟ ପାଇଁ ଦଳରେ ସାମିଲ ହୋଇଛନ୍ତି। ଆଗାମୀ ଟେଷ୍ଟ ସିରିଜରେ ଭାରତ ସାମିଙ୍କ ଉପରେ ନିର୍ଭରଶୀଳ ହେବ। ୨୬ ବର୍ଷୀୟ ସିରାଜ ଗୋଟିଏ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳଛନ୍ତି। ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳି ସେ ୧୧ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ସୋମବାର ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ଅଷ୍ଟ୍ରେଲିଆର ଜୀବନ୍ତ ପିଚ୍‌ରେ ଟେନିସ ବଲ୍‌ରେ ଅଭ୍ୟାସ କରିଥିଲେ। ଦିନିକିଆର ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ନଭେମ୍ବର ୨୭ ଓ ୨୯ ତାରିଖରେ ଖେଳାଯିବ। ଏହାପରେ ଡିସେମ୍ବର ୨ରେ ତୃତୀୟ ଦିନିକିଆ ଆୟୋଜନ ହେବ। ସେହିପରି ପ୍ରଥମ ଟି୨୦ ଡିସେମ୍ବର ୪ରେ କାନବେରାରେ ଓ ଅନ୍ତିମ ଦୁଇଟି ଟି୨୦ ମ୍ୟାଚ୍‌ ଡିସେମ୍ବର ୬ ଓ ୮ ତାରିଖରେ ସିଡ୍‌ନୀରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri