Posted inଖେଳ

ଆଇସିସି ସୁପର ଲିଗ୍‌ ଟେବୁଲ ଶୀର୍ଷରେ ଅଷ୍ଟ୍ରେଲିଆ, ଷଷ୍ଠ ସ୍ଥାନରେ ଭାରତ

ଦୁବାଇ,୩।୧୨(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ସୁପର ଦିନିକିଆ ଲିଗ୍‌ ପଏଣ୍ଟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ଅଧିକାର କରିଛି। ସଦ୍ୟ ସମାପ୍ତ ଭାରତ ବିପକ୍ଷ ଦିନିକିଆ ସିରିଜରେ ୨-୧ରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ଏହି ସଫଳତା ପାଇଛି। ତେବେ ଭାରତକୁ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି।
ଏହି ସିରିଜ ବିଜୟ ସହ ଅଷ୍ଟ୍ରେଲିଆ ୪୦ ପଏଣ୍ଟ ହାସଲ କରି ଇଂଲଣ୍ଡକୁ ପଛରେ ପକାଇଛି। ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ଅନ୍ତିମ ଦିନିକିଆ ଜିତି ଭାରତ ଟୁର୍ନାମେଣ୍ଟରେ ତା’ର ପ୍ରଥମ ପଏଣ୍ଟ ଜିତି ମୋଟ ୯ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି।
ଅଷ୍ଟ୍ରେଲିଆ ପୂର୍ବରୁ ୧୩ ଦଳ ବିଶିଷ୍ଟ ଦିନିକିଆ ଚାମ୍ପିୟନଶିପ୍‌ର ସିରିଜରେ ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଥିଲା। ଦିନିକିଆ ଫର୍ମାଟରେ ସଂସ୍କାର ଆଣିବା ପାଇଁ ଚଳିତ ବର୍ଷ ଏହି ଚାମ୍ପିୟନଶିପ୍‌ ଆରମ୍ଭ କରାଯାଇଛି। ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ୭ଟି ଦଳ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଆସନ୍ତା ୨୦୨୩ ବିଶ୍ୱକପ୍‌ ଭାରତରେ ଆୟୋଜନ ହେବ। ତେଣୁ ଆୟୋଜକ ଭାବେ ଭାରତ ଯୋଗ୍ୟତା ହାସଲ କରିବା ସ୍ବାଭାବିକ। ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଆୟର୍ଲାଣ୍ଡକୁ ୨-୧ରେ ପରାସ୍ତ କରିବା ପରେ ୩୦ ପଏଣ୍ଟ ହାସଲ କରିଛି। ଏହି ଚାମ୍ପିୟନଶିପ୍‌ର ପ୍ରାରମ୍ଭିକ ସିରିଜ ଥିଲା। ଏହାପରେ ଅବଶ୍ୟ ଇଂଲଣ୍ଡ ୨-୧ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ଅନ୍ୟପଟେ ଜିମ୍ବାଓ୍ବେକୁ ପାକିସ୍ତାନ ୨-୧ ପରାସ୍ତ କରିବା ପରେ ୨୦ ପଏଣ୍ଟ ହାସଲ କରିଛି। ସେହିପରି ଅନ୍ତିମ ଦିନିକିଆରେ ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରିବା ପରେ ଜିମ୍ବାଓ୍ବେ ୧୦ ପଏଣ୍ଟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri