Categories: Home Leftଖେଳ

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ। ଶୁକ୍ରବାର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂତ୍ରରୁ ସୂଚନା ମିଳିଛି।

କ୍ରିକେଟ ଅଷ୍ଟ୍ରେଲିଆ ଓ ପିସିବି ମଧ୍ୟରେ ହୋଇଥିବା ଏକ ରାଜିନାମା ଅନୁସାରେ ଅଷ୍ଟ୍ରେଲିଆ ଟି୨୦ ଦଳ ଟି୨୦ ବିଶ୍ୱକପ୍‌ ପୂର୍ବରୁ ଲାହୋରରେ ତିନୋଟି ଟି୨୦ ମ୍ୟାଚ ଖେଳିଥିଲା।

କ୍ରିକେଟ ଅଷ୍ଟ୍ରେଲିଆ ସହିତ ଟୁର୍‌ର କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଯାଉଛି। ମ୍ୟାଚଗୁଡ଼ିକ ଆପାତତଃ ମେ ୩୦ରୁ ଜୁନ୍‌ ୫ ମଧ୍ୟରେ ଖେଳାଯିବ। ଖବର ଅନୁସାରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନରୁ ବାଂଲାଦେଶ ଟୁର୍‌ରେ ଯାଇ ୯ ତାରିଖରୁ ଏକ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିବ।

ଟି୨୦ ମ୍ୟାଚ୍‌ଗୁଡ଼ିକ ପାଇଁ ଅଷ୍ଟ୍ରେଲିଆ ପାକିସ୍ତାନକୁ ଏକ କମ୍‌ଜୋର ଦଳ ପଠାଇଥିଲା, କାରଣ ଏହାର କେତେଜଣ ପ୍ରମୁଖ ଖେଳାଳି ଫିଟ୍‌ନେସ ସମସ୍ୟାରେ ଥିଲେ କିମ୍ବା ଭାରତ ଓ ଶ୍ରୀଲଙ୍କାରେ ବିଶ୍ୱକପ୍‌ ପାଇଁ ବିଶ୍ରାମ ନେଇଥିଲେ। ଫଳତଃ ଅଷ୍ଟ୍ରେଲିଆ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରି ନ ଥିଲା। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଶେଷ ହେବା ପରେ ପାକିସ୍ତାନ ମେ ୮ରୁ ୨୦ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ବାଂଲାଦେଶ ଯିବ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ଅଗଷ୍ଟ ଓ ସେପ୍ଟେମ୍ବରରେ ଇଂଲଣ୍ଡରେ ଦଳ ଏକ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।

Share