Categories: ଫୁରସତ

ଆମେରିକା ପାରାକୁ ମାରିବାକୁ ଚାହୁଁଛି ଅଷ୍ଟ୍ରେଲିଆ, କାରଣ…

ଅଷ୍ଟ୍ରେଲିଆ ସରକାର ଆମେରିକାରୁ ଆସିଥିବା ଏକ ଧଳାରଙ୍ଗର ପାରାକୁ ମାରିବା ପାଇଁ ଚେଷ୍ଟା ଚଳାଇଛି। ଫଳରେ ଏହି ପାରାର ଜୀବନ ଏବେ ବିପଦରେ। ଅଷ୍ଟ୍ରେଲିଆ ସରକାରଙ୍କ ମତରେ ଏହି ପାରା ଆସିଥିବାରୁ ନାନା ରୋଗ ହେବ। ପାରାଟି ଆମେରିକାରୁ ୧୩ ହଜାର କିଲୋମିଟର ଉଡ଼ି ଆସି ଅଷ୍ଟ୍ରେଲିଆରେ ପହଞ୍ଚିଛି।
ଏକ ରିପୋର୍ଟ ଅନୁଯାୟୀ, ଗତ ଅକ୍ଟୋବରରେ ଏକ ଧଳା ପାରା ଆମେରିକାର ଅରେଗନରୁ ପାରା ରେସ୍‌ରେ ଭାଗ ନେଇଥିଲା। ମାତ୍ର ରେସ୍‌ ସମୟରେ ଏହା କେଉଁଆଡ଼େ ଉଡ଼ିଗଲା। ଏହାର ନାମ ଜୋ। ଏହାର ଗୋଡ଼ରେ ଏକ ନୀଳ ରଙ୍ଗର ପଟି ବନ୍ଧା ଯାଇଥିଲା। ଯାହା କି ରେସ୍‌ରେ ଭାଗ ନେଇଥିବା ଜଣାପଡ଼ିବା ପାଇଁ ବନ୍ଧା ଯାଇଥିଲା। ୧୩ ହଜାର କିଲୋମିଟର ଯାତ୍ରା କରି ୨୬ ଡିସେମ୍ବରରେ ମେଲବୋର୍ନରେ ପହଞ୍ଚିଥିଲା।

ବର୍ତ୍ତମାନ ପାରା ଗୋଡ଼ରେ ବନ୍ଧା ଯାଇଥିବା ନୀଳ ରଙ୍ଗର ବ୍ୟାଣ୍ଡ ଆଧାରରେ ଅଷ୍ଟ୍ରେଲିଆ ସରକାର ଏହା ଅନୁମାନ କରିଛି କି, ପାରାଟି ରୋଗ ସୃଷ୍ଟି କରିବ। ତେଣୁ ପାରାଟିକୁ ମାରି ଦେବାକୁ ନିଷ୍ପତ୍ତି ନେଇଛି। ଓକ୍‌ଲାହୋମାସ୍ଥିତ ଆମେରିକାନ ରେସିଂ ପିଜନ ୟୁନିୟନର ସ୍ପୋର୍ଟସ ଡେଭଲପମେଣ୍ଟ ମ୍ୟାନେଜର ଡିୟୋନ ରୋବର୍ଟସ କୁହନ୍ତି, ପାରା ଗୋଡ଼ରେ ବନ୍ଧା ଯାଇଥିବା ବ୍ୟାଣ୍ଡ ନକଲି ଅଟେ। ତାଙ୍କ କହିବା ଅନୁଯାୟୀ, ଅଷ୍ଟ୍ରେଲିଆରେ ଯେଉଁ ପାରା ସହିତ ମିଶା ଯାଇ ଏହି ଆମେରିକୀୟ ନୀଳ ବ୍ୟାଣ୍ଡ ବନ୍ଧା ଥିବା ପାରା ଭିନ୍ନ ଅଟେ। କାରଣ ଏହି ପାରା ରେସ୍‌ କରି ପାରି କୁଆଡ଼େ ଗାଏବ ହୋଇଯାଇଥିଲା। ଏହା ଆମେରିକାର ନୁହେଁ। ଅଷ୍ଟ୍ରେଲିଆ କୃଷି ବିଭାଗ କହିଛି, ଯଦି ଏହି ପାରା ଗୋଡ଼ରେ ବନ୍ଧା ଯାଇଥିବା ବ୍ୟାଣ୍ଡ ନକଲି ହୋଇଥିବ ତେବେ ଏହାକୁ ମରାଯିବ ନାହିଁ। ମାତ୍ର ଧଳା ପାରା ହୋଇଥିବାରୁ ଏହା ପ୍ରତି ନଜର ରଖାଯାଇଛି। ଗୁରୁବାର ଅଷ୍ଟ୍ରେଲିଆ ସରକାର କହିଛନ୍ତି, ଏହି ପାରାର ଏଠାରେ ରହିବାର କୌଣସି ହକ୍‌ ନାହିଁ। ଏହା ଦ୍ୱାରା ଅନ୍ୟ ପକ୍ଷୀମାନଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଯିବ। ତେବେ ଦ୍ୱନ୍ଦ୍ୱରେ ପଡ଼ିଛି ଅଷ୍ଟ୍ରେଲିଆ ସରକାର। ପାରାର ଗତିବିଧିକୁ ଲକ୍ଷ୍ୟ ରଖି ଯାହା ନିଷ୍ପତ୍ତି ନିଆଯିବ ବୋଲି ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share