Categories: ଖେଳ

ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍‌କା

ବ୍ରିସ୍‌ବେନ୍‌,୧୩।୧: ଭାରତୀୟ ଦଳ ଆହତ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଅଷ୍ଟ୍ରେଲିଆ ମଧ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସିଡନୀ ଟେଷ୍ଟରେ ଡେବ୍ୟୁ କରିଥିବା ୱିଲ ପୁକୋସ୍କି ଶେଷ ଟେଷ୍ଟରୁ ବାଦ୍‌ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। କୋଚ ଜଷ୍ଟିନ ଲାଙ୍ଗର ବୁଧବାର ଏହି ସୂଚନା ଦେଇଛନ୍ତି। ଜାନୁଆରୀ ୧୫ରେ ବ୍ରିସବେନରୁ ଆରମ୍ଭ ହେବାକୁ ଥିବା ଟେଷ୍ଟରେ ଅଷ୍ଟ୍ରେଲିଆର ଏକ ନୂତନ ଓପନିଂ ଯୋଡି ସହିତ ଦେଖିବାକୁ ମିଳିବ। ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ସେ ଅର୍ଦ୍ଧଶତକ (୬୨) ହାସଲ କରି ପୁକୋସ୍କି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଦମ୍‌ଦାର୍‌ୁ ଆରମ୍ଭ କରିଥିଲେ। ତେବେ ଦ୍ୱିତୀୟ ଇନିଂସରେ ସେ ସହଜରେ ଆଉଟ୍‌ ହୋଇଥିଲେ ଏବଂ ମ୍ୟାଚ୍‌ର ପଞ୍ଚମ ଦିନରେ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା।

Share