Categories: ଖେଳ

ଭାରତ ବିପକ୍ଷ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୧୧।୧: ଭାରତ ବିପକ୍ଷ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ୧୮ ଜଣିଆ ଦଳ ଘୋଷଣା କରିଛି। ବର୍ଡର-ଗାଭାସ୍କର ସିରିଜ ପାଇଁ ୨୨ ବର୍ଷିୟ ଟଡ ମର୍ଫି, ମିଚେଲ ଷ୍ଟାର୍କ ଏବଂ କ୍ୟାମେରନ ଗ୍ରୀନ ମଧ୍ୟ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ପ୍ରାୟ ଏକ ମାସ ବାକି ଅଛି।
ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆର ଟେଷ୍ଟ ଦଳ
ପ୍ୟାଟ କମିନ୍ସ (ଅଧିନାୟକ), ଆଷ୍ଟନ ଅଗର, ସ୍କଟ ବୋଲାଣ୍ଡ, ଆଲେକ୍ସ କେରେ, କ୍ୟାମେରନ ଗ୍ରୀନ, ପିଟର ହ୍ୟାଣ୍ଡସକମ୍ବ, ଜୋସ ହାଜଲେଉଡ, ଟ୍ରାଭିସ ହେଡ, ଉସମାନ ଖାୱାଜା, ମାର୍ନସ ଲାବୁସାଗ୍ନେ, ନାଥାନ ଲିଅନ, ଲାନ୍ସ ମୋରିସ, ଟଡ ମର୍ଫି, ମାଥ୍ୟୁ ରେନ୍ସା, ଷ୍ଟିଭ ସ୍ମିଥ (ଉପଅଧିନାୟକ) , ମିଚେଲ ଷ୍ଟାର୍କ, ମିଚେଲ ସ୍ବେପସନ, ଡେଭିଡ ୱାର୍ନର।

ବର୍ଡର-ଗାଭାସ୍କର
ଫେବୃଆରୀ ୯-୧୩: ପ୍ରଥମ ଟେଷ୍ଟ
ଫେବୃଆରୀ ୧୭-୨୧: ଦ୍ୱିତୀୟ ଟେଷ୍ଟ
ମାର୍ଚ୍ଚ ୧-୫: ତୃତୀୟ ଟେଷ୍ଟ
ମାର୍ଚ୍ଚ ୯-୧୩: ଚତୁର୍ଥ ଟେଷ୍ଟ

ମାର୍ଚ୍ଚ ୧୭: ପ୍ରଥମ ଦିନିକିଆ
ମାର୍ଚ୍ଚ ୧୯: ୨ୟ ଦିନିକିଆ
ମାର୍ଚ୍ଚ ୨୨: ତୃତୀୟ ଦିନିକିଆ

Share