Categories: ଖେଳ

ଦକ୍ଷିଣ ଆଫ୍ରିକାକୁ ୧୫୭ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

କେପଟାଉନ୍‌,୨୬।୨: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପ୍‌ଟାଉନର ନ୍ୟୁଲାଣ୍ଡ୍ସରେ ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୫୬ ରନ୍‌ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫିକାକୁ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଅଷ୍ଟ୍ରେଲିଆ ପକ୍ଷରୁ ଓପନର ବେଥ ମୁନି ସର୍ବାଧିକ ୭୪ ରନ୍‌ର ପାଳି ଖେଳିଥିଲେ। ଗାର୍ଡନର୍‌ ୨୯ ରନ୍‌ର ଏକ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ଶବ୍‌ନିମ ଇସମାଇଲ ଏବଂ ଆୟାବୋଙ୍ଗା ଖାକା ୨-୨ ଉଇକେଟ ନେଇଥିଲେ।

Share