Categories: ଖେଳ

ଟସ୍‌ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି: ୧୩ ଓଭରରେ ୮୪ ରନ୍‌

ପୁଣେ,୧୧।୧୧: ପୁଣେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ୍‌ ଷ୍ଟାଡ଼ିୟମରେ ଶନିବାର ଖେଳାଯାଉଥିବା ୨୦୨୩ ବିଶ୍ୱପକ୍‌ର ୪୩ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଛି। ୧୩ ଓଭର ଖେଳ ସୁଦ୍ଧା ବାଂଲାଦେଶ ଗୋଟିଏ ଉଇକେଟ ହରାଇ ୮୪ ରନ୍‌ କରିଛି।

ବାଂଲାଦେଶର ଦୁଇ ଓପନର ତାନ୍‌ଜିଦ ହାସନ ଏବଂ ଲିଟନ୍‌ ଦାସ ପଡ଼ିଆକୁ ଓହ୍ଲାଇଥିଲେ। ତାନ୍‌ଜିଦ ୪୩ ବଲ୍‌ରେ ୩୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଲିଟନ୍‌ ୩୪ ବଲ୍‌ରେ ୩୫ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି। ସେହିପରି ଅଧିନାୟକ ନଜମୁଲ ହୁସେନ ଶାନ୍ତୋ ୧୪ ବଲ୍‌ରେ ୧୪ ରନ୍‌ କରି ଖେଳୁଛନ୍ତି। ଅନ୍ୟପକ୍ଷେ ବାଂଲାଦେଶ ଦମ୍‌ଦାର ବ୍ୟାଟିଂ ଆରମ୍ଭ କରିଛି।

Share