Posted inଖେଳ

ବିଶ୍ୱକୁ ନୂଆ ଚାମ୍ପିୟନ ଦେବେ ଦୁଇ ପଡ଼ୋଶୀ

ଦୁବାଇ,୧୨।୧୧: ଏଥର ବିଶ୍ୱକୁ ମିଳିବ ନୂଆ ଚାମ୍ପିୟନ। ଚଳିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପଡ଼ୋଶୀ ଦେଶ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ଅଷ୍ଟ୍ରେଲିଆ ୫ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। ଏକଦା ପରାଜୟ ଦ୍ୱାରରେ ପହଞ୍ଚି ସାରିଥିବା ଅଷ୍ଟ୍ରେଲିଆ ପାଇଁ ହିରୋ ସାଜିଥିଲେ ମାଥ୍ୟୁ ଓ୍ବେଡ। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଭୁଲ କରି ନ ଥିବା ପାକିସ୍ତାନ ପ୍ରତ୍ୟେକ ବିଭାଗରେ ଭୁଲ କରିଥିଲା। ମ୍ୟାଚ୍‌ରେ ସବୁଠୁ ଉଲ୍ଲେଖନୀୟ ଥିଲା, ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିବା ପେସର ଶାହିନ ଆଫ୍ରିଦୀଙ୍କୁ ଲଗାତାର ୩ ଛକା ଲଗାଇ ମ୍ୟାଚ୍‌ ଶେଷ କରିଥିଲେ ଓ୍ବେଡ୍‌।

୧୭୭ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହରାଇଥିଲା ଅଧିନାୟକ ଆରୋନ ଫିଞ୍ଚ (୦)ଙ୍କ ଉଇକେଟ। କିନ୍ତୁ ଡେଭିଡ୍‌ ଓ୍ବାର୍ନରଙ୍କ ସହ ମିଚେଲ (୨୮ ରନ୍‌, ୩ ଚୌକା ଓ ୧ ଛକା) ମାର୍ଶ ଦ୍ୱିତୀୟ ଉଇକେଟ ପାଇଁ ୫୧ ରନ୍‌ ଯୋଡ଼ିଥିଲେ। ତା’ ପରେ କ୍ରମାଗତ ବ୍ୟବଧାନରେ ଷ୍ଟିଭେନ ସ୍ମିଥ (୫), ଗ୍ଲେନ ମ୍ୟାକ୍ସଓ୍ବେଲ (୭) ଓ ଓ୍ବାର୍ନର (୪୯ ରନ୍‌,୩ ଲେଖାଏ ଛକା ଓ ଚୌକା)ଙ୍କ ଉଇକେଟ ପଡ଼ିଯିବାରୁ ଫଶି ଯାଇଥିଲା ଅଷ୍ଟ୍ରେଲିଆ। କିନ୍ତୁ ମ୍ୟାଚ୍‌କୁ ଖସିବାକୁ ଦେଇ ନ ଥିଲେ ମାର୍କସ ଷ୍ଟୋଇନିସ ଓ ମାଥ୍ୟୁ ଓ୍ବେଡ୍‌। ଦୁହେଁ ୪୦ ବଲରେ ୮୧ ରନ୍‌ ଯୋଡ଼ିଥିଲେ। ସବୁଠୁ ଦର୍ଶନୀୟ ଥିଲା ୧୯ ତମ ଓଭରରେ ଆଫ୍ରିଦୀଙ୍କୁ ହ୍ୟାଟ୍ରିକ ଛକା ଲଗାଇଥିଲେ ଓ୍ବେଡ୍‌। ସେ ୧୭ ବଲରେ ୪୧ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କ ଇନିଂସରେ ଥିଲା ୨ ଚୌକା ଓ ୪ ଛକା। ତାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ ଷ୍ଟୋଇନିସ (୪୦ ରନ୍‌, ୨ ଲେଖାଏ ଚୌକା ଓ ଛକା )।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୪ ଉଇକେଟ ହରାଇ ୧୭୬ ରନ୍‌ କରିଥିଲା। ପାକିସ୍ତାନ ପାଇଁ ପୁଣି ଥରେ ଚମକିଥିଲେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ। ସେ ୬୭ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ଥିଲା ୩ ଚୌକା ଓ ୪ ଛକା। ଅଧିନାୟକ ବାବର ଆଜାମ ୩୯ (୫ ଚୌକା) ରନ୍‌ କରିଥିବା ବେଳେ ଏପର୍ଯ୍ୟନ୍ତ ଫର୍ମରେ ନ ଥିବା ଫଖର ଜାମନ ଖେଳିଥିଲେ ୫୫ (୩ ଚୌକା ଓ ୪ ଛକା) ରନ୍‌ ଅପରାଜିତ ଇନିଂସ। ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ୨ ଉଇକେଟ ନେଇଥିବା ବେଳେ ପାଟ କୁମିନ୍ସ ଓ ଆଡମ ଝାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri