Posted inଖେଳ

ବିଶ୍ୱକୁ ନୂଆ ଚାମ୍ପିୟନ ଦେବେ ଦୁଇ ପଡ଼ୋଶୀ

ଦୁବାଇ,୧୨।୧୧: ଏଥର ବିଶ୍ୱକୁ ମିଳିବ ନୂଆ ଚାମ୍ପିୟନ। ଚଳିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପଡ଼ୋଶୀ ଦେଶ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ଅଷ୍ଟ୍ରେଲିଆ ୫ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। ଏକଦା ପରାଜୟ ଦ୍ୱାରରେ ପହଞ୍ଚି ସାରିଥିବା ଅଷ୍ଟ୍ରେଲିଆ ପାଇଁ ହିରୋ ସାଜିଥିଲେ ମାଥ୍ୟୁ ଓ୍ବେଡ। ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଭୁଲ କରି ନ ଥିବା ପାକିସ୍ତାନ ପ୍ରତ୍ୟେକ ବିଭାଗରେ ଭୁଲ କରିଥିଲା। ମ୍ୟାଚ୍‌ରେ ସବୁଠୁ ଉଲ୍ଲେଖନୀୟ ଥିଲା, ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିବା ପେସର ଶାହିନ ଆଫ୍ରିଦୀଙ୍କୁ ଲଗାତାର ୩ ଛକା ଲଗାଇ ମ୍ୟାଚ୍‌ ଶେଷ କରିଥିଲେ ଓ୍ବେଡ୍‌।

୧୭୭ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ହରାଇଥିଲା ଅଧିନାୟକ ଆରୋନ ଫିଞ୍ଚ (୦)ଙ୍କ ଉଇକେଟ। କିନ୍ତୁ ଡେଭିଡ୍‌ ଓ୍ବାର୍ନରଙ୍କ ସହ ମିଚେଲ (୨୮ ରନ୍‌, ୩ ଚୌକା ଓ ୧ ଛକା) ମାର୍ଶ ଦ୍ୱିତୀୟ ଉଇକେଟ ପାଇଁ ୫୧ ରନ୍‌ ଯୋଡ଼ିଥିଲେ। ତା’ ପରେ କ୍ରମାଗତ ବ୍ୟବଧାନରେ ଷ୍ଟିଭେନ ସ୍ମିଥ (୫), ଗ୍ଲେନ ମ୍ୟାକ୍ସଓ୍ବେଲ (୭) ଓ ଓ୍ବାର୍ନର (୪୯ ରନ୍‌,୩ ଲେଖାଏ ଛକା ଓ ଚୌକା)ଙ୍କ ଉଇକେଟ ପଡ଼ିଯିବାରୁ ଫଶି ଯାଇଥିଲା ଅଷ୍ଟ୍ରେଲିଆ। କିନ୍ତୁ ମ୍ୟାଚ୍‌କୁ ଖସିବାକୁ ଦେଇ ନ ଥିଲେ ମାର୍କସ ଷ୍ଟୋଇନିସ ଓ ମାଥ୍ୟୁ ଓ୍ବେଡ୍‌। ଦୁହେଁ ୪୦ ବଲରେ ୮୧ ରନ୍‌ ଯୋଡ଼ିଥିଲେ। ସବୁଠୁ ଦର୍ଶନୀୟ ଥିଲା ୧୯ ତମ ଓଭରରେ ଆଫ୍ରିଦୀଙ୍କୁ ହ୍ୟାଟ୍ରିକ ଛକା ଲଗାଇଥିଲେ ଓ୍ବେଡ୍‌। ସେ ୧୭ ବଲରେ ୪୧ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କ ଇନିଂସରେ ଥିଲା ୨ ଚୌକା ଓ ୪ ଛକା। ତାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ ଷ୍ଟୋଇନିସ (୪୦ ରନ୍‌, ୨ ଲେଖାଏ ଚୌକା ଓ ଛକା )।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୪ ଉଇକେଟ ହରାଇ ୧୭୬ ରନ୍‌ କରିଥିଲା। ପାକିସ୍ତାନ ପାଇଁ ପୁଣି ଥରେ ଚମକିଥିଲେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ। ସେ ୬୭ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ଥିଲା ୩ ଚୌକା ଓ ୪ ଛକା। ଅଧିନାୟକ ବାବର ଆଜାମ ୩୯ (୫ ଚୌକା) ରନ୍‌ କରିଥିବା ବେଳେ ଏପର୍ଯ୍ୟନ୍ତ ଫର୍ମରେ ନ ଥିବା ଫଖର ଜାମନ ଖେଳିଥିଲେ ୫୫ (୩ ଚୌକା ଓ ୪ ଛକା) ରନ୍‌ ଅପରାଜିତ ଇନିଂସ। ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ୨ ଉଇକେଟ ନେଇଥିବା ବେଳେ ପାଟ କୁମିନ୍ସ ଓ ଆଡମ ଝାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri