Posted inଖେଳ

ଚାଇନାକୁ ୨-୦ରେ ହରାଇଲା ଅଷ୍ଟ୍ରେଲିଆ

ରାଉରକେଲା,୧୫ା୨(ଦିନେଶ ମିଶ୍ର): ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ମହିଳା ହକି ପ୍ରୋ ଲିଗ୍‌ରେ ଅଷ୍ଟ୍ରେଲିଆ ୨-୦ ଗୋଲରେ ଚାଇନାକୁ ପରାସ୍ତ କରିଛି। ପୂର୍ବ ମ୍ୟାଚରେ ଚାଇନା ୨-୧ ଗୋଲରେ ଭାରତକୁ ହରାଇ ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷରେ କଡ଼ା ଟକ୍କର ଦେବ ବୋଲି ଦର୍ଶକ ଆଶା ରଖିଥିଲେ। ମାତ୍ର ତାହା ହୋଇ ନ ଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ୍‌ ୨୯ତମ ମିନିଟରେ ଗ୍ରେସ୍‌ ଷ୍ଟିଓ୍ବାର୍ଟଙ୍କ ପେନାଲ୍ଟି କର୍ନର ଗୋଲ ବଳରେ ଅଷ୍ଟ୍ରେଲିଆ ଅଗ୍ରଣୀ ହାସଲ କରିଥିଲା। ଗୋଲ ପରିଶୋଧ ପାଇଁ ଚାଇନା ସୁଯୋଗ ପାଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ରକ୍ଷଣଭାଗ ଏହା ହେବାକୁ ଦେଇ ନ ଥିଲେ।

ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ଦଳ ଆକ୍ରମଣାତ୍ମକ ରଣନୀତି ବଳବତ୍ତର ରଖି ୫୭ତମ ମିନିଟରେ ଷ୍ଟିଫାନି କେର୍‌ଶଙ୍କ ଫିଲ୍ଡ ଗୋଲ ବଳରେ ବିଜୟକୁ ନିଶ୍ଚିତ କରି ଦେଇଥିଲା। ଅଷ୍ଟ୍ରେଲିଆ ଦଳକୁ ମୋଟ ୮ଟି ପେନାଲ୍ଟି କର୍ନର ମିଳିଥିଲା। ଏଥିରୁ ଦଳ ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଚାଇନା ୩ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଏଥିରୁ କୋଟିଏ ହେଲେ ଗୋଲ ସ୍କୋର କରିପାରି ନ ଥିଲା। ବିପଜ୍ଜନକ ଖେଳ ପାଇଁ ୪୪ତମ ମିନିଟରେ ଏହି ଦଳର ମା ନିଙ୍ଗ୍‌ ଗ୍ରୀନ୍‌ କାର୍ଡ ପାଇଥିଲେ। ଚଳିତ ସିଜନରେ ୬ ମ୍ୟାଚରୁ ଚାଇନାର ଏହାଥିଲା ଦ୍ୱିତୀୟ ପରାଜୟ ଏବଂ ଅଷ୍ଟ୍ରେଲିଆର ୫ ମ୍ୟାଚରୁ ତୃତୀୟ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri