Posted inଖେଳ

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ ଦଳ ଖରାପ ବୋଲିଂ ବ୍ୟତୀତ ୫ କ୍ୟାଚ ହାତଛଡ଼ା କରିବାରୁ ଅଷ୍ଟ୍ରେଲିଆ ବ୍ୟାଟର ଏଥିରୁ ଫାଇଦା ଉଠାଇଥିଲେ। ଫଳତଃ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ବିନିମୟରେ ୩୭୮ରନ କରିପାରିଛି। ଓପନର ଜେକ୍‌ ଓ୍ବିଥରାଲ୍ଡ ୭୮ ବଲ୍‌ରୁ ୭୨ ରନ, ମାର୍ନସ ଲବୁସେନ (୬୫) ପଛକୁ ପଛ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ କାମଚଳା ଅଧିନାୟକ ଷ୍ଟିଭ ସ୍ମିଥ୍‌ ୬୧ରନ ସଂଗ୍ରହ କରିନେଇଥିଲେ।

ଆଲେକ୍ସ କାରେ ବ୍ୟକ୍ତିଗତ ୨୫ ରନ କରି ଖେଳୁଥିବା ବେଳେ କ୍ୟାଚ ହାତଛଡ଼ା ହୋଇଯିବା ପରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ୪୫ ବଲ୍‌ରୁ ୪୬ରନ କରି ଅପରାଜିତ ରହିଥିଲେ। ମାଇକେଲ ନେସରଙ୍କ ମଧ୍ୟ ଏକ କ୍ୟାଚ ହାତଛଡ଼ା ହୋଇଥିଲା। ସେ ୧୫ ରନ କରି ଅପରାଜିତ ଥିଲେ। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ କାରେ ଓ ନେସରଙ୍କ ମଧ୍ୟରେ ୭ମ ଉଇକେଟରେ ଅପରାଜିତ ୪୯ରନର ପାର୍ଟନରଶିପ୍‌ ହୋଇଯାଇଥିଲା।

ଇଂଲଣ୍ଡ ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୨୫/୯ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ୩୩୪ରେ ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆରେ ଇଂଲଣ୍ଡ ପାଇଁ ତାଙ୍କର ପ୍ରଥମ ଶତକ ହାସଲ କରିଥିବା ଜୋ ରୁଟ୍‌ ୧୩୮ ରନ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା…

‘ଟିକେ ଲଜ୍ଜା କର ଟିମ ଇଣ୍ଡିଆ…’ ଜୟ ଶାହା, ସୂର୍ଯ୍ୟକୁମାର ଯାଦବଙ୍କ ଉପରେ କିଏ ଆଉ କାହିଁକି କହିଲେ ଏମିତି? ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୦।୩: ଟିମ ଇଣ୍ଡିଆ ୨୦୨୬ ର ICC T20 ବିଶ୍ୱକପ ଜିତିଛି। ଏହି ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି। ଭାରତୀୟ ଦଳ ରେକର୍ଡ…

ଧାନ ଗଦାକଲେ, ପଖାଳ ଖାଇଲେ: ଚାଷୀଙ୍କ ଅଭିନବ ପ୍ରତିବାଦ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିଭାଗୀୟ ଅଧିକାରୀଙ୍କଠାରେ ଆବଶ୍ୟକ କାଗଜାତ ଦାଖଲ ସତ୍ତ୍ୱେ ଏପର୍ଯ୍ୟନ୍ତ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ତେହରାନ୍‌ର ପାନୀୟଜଳ, ସ୍ବେରେଜ୍‌ରେ ମିଶିଲା ତେଲ

ତେହରାନ୍‌ ,୧୦ା୩: ତେହରାନ୍‌ ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରମୁଖ ପେଟ୍ରୋଲିୟମ ଡିପୋ ଉପରେ ରବିବାର ହୋଇଥିବା ଆକ୍ରମଣ ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି। ଗୋଟିଏ ପଟେ ନିଆଁ…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

ବ୍ୟବସାୟିକ ସିଲିଣ୍ଡର ଯୋଗାଣ ବନ୍ଦ

ନୂଆଦିଲ୍ଲୀ/ମୁମ୍ବାଇ,୧୦ା୩: ଇରାନ ଯୁଦ୍ଧ ପାଇଁ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ଭାରତର ବିଭିନ୍ନ ସହରରେ ରନ୍ଧନ ଗ୍ୟାସ୍‌ ଅଭାବ ଦେଖାଦେଇଛି। ମୁମ୍ବାଇରେ ବ୍ୟବସାୟିକ…

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri