Categories: ଖେଳ

ଭାରତକୁ ବିଜୟ ପାଇଁ ୩୨୮ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ବ୍ରିସବେନ୍‌,୧୮।୧: ବ୍ରିସବେନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତକୁ ବିଜୟ ପାଇଁ ୩୨୮ ରନ୍ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ। ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରମାନେ ୨୯୪ ରନରେ ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଥିଲେ। ଏହା ସହିତ ଟିମ ଇଣ୍ଡିଆ ଏହି ଟେଷ୍ଟ ମ୍ୟାଚ ଏବଂ ସିରିଜ ଜିତିବା ପାଇଁ ୩୨୮ ରନ ଲକ୍ଷ୍ୟ ହାସଲ କରିଛି। ଏହାପୂର୍ବରୁ ଭାରତର ପ୍ରଥମ ଇନିଂସ ୩୩୬ ରନରେ ସୀମିତ ଥିଲା। ଚତୁର୍ଥ ଦିନରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରି ୫ଟି ଉଇକେଟ୍‌ ହାସଲ କରିଥିଲେ। ସେହିପରି ଡେବ୍ୟୁ କରୁଥିବା ଶାର୍ଦ୍ଦୁଲ ଠାକୁର ୪ଟି ଏବଂ ଓ୍ବାଶିଂଟନ୍‌ ସୁନ୍ଦର ଗୋଟିଏ ଉଇକେଟ୍‌ ନେଇଥିଲେ। ସୂଚନାଯୋଗ୍ୟ, ଏହି ସିରିଜ୍‌ ଏବେ ୧-୧ରେ ବରାବର ରହିଛି। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ ସିରିଜ୍‌ ତା’ ହାତକୁ ଯିବ।

Share