ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ହାଇଆଲର୍ଟ ଜାରି

କାନବେରା,୨୩ା୧୦: ଆମେରିକାର ଫ୍ଲୋରିଡା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଗତ ସପ୍ତାହରୁ ଏଠାରେ ପ୍ରବଳ ବର୍ଷା ହେଉଛି। ରବିବାର ଦେଶର ବନ୍ୟା ପ୍ରଭାବିତ ଦକ୍ଷିଣ ଏବଂ ପୂର୍ବର ବଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦୁଇଟି ଜନବହୁଳ ରାଜ୍ୟରେ ବନ୍ୟା ସଙ୍କଟ ଜାରି ରହିଛି।

ବନ୍ୟାରେ ଭିକ୍ଟୋରିଆ ରାଜ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଭିକ୍ଟୋରିଆ ରାଜ୍ୟ, ଦକ୍ଷିଣ ନ୍ୟୁ ସାଉଥ ଓ୍ବେଲ୍ସ ଏବଂ ତସମାନିଆ ଦ୍ୱୀପପୁଞ୍ଜର ଉତ୍ତର ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି। ଆଞ୍ଚଳିକ କେନ୍ଦ୍ର ଲିସମୋର ସମେତ ନ୍ୟୁ ସାଉଥ ଓ୍ବେଲ୍ସର ଉତ୍ତର ଉପକୂଳ ପାଇଁ ରବିବାର ପାଣିପାଗ ବିଭାଗ ହାଇଆର୍ଲଟ ଜାରି ହୋଇଛି।

ବନ୍ୟାରେ ପୀଡିତ ପରିବାରଙ୍କ ପାଇଁ ସଙ୍କଟ ବୃଦ୍ଧି ପାଇଛି। ଭିକ୍ଟୋରିଆ ରାଜ୍ୟରେ ପ୍ରାୟ ୩୪୦୦୦ ଘର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଠାରେ ଥିବା ସହରଗୁଡ଼ିକ ପାଣିରେ ବୁଡ଼ି ରହିଛି।

Share