Categories: ଖେଳ

ଫ୍ରାନ୍ସ ବିପକ୍ଷରେ ଅଷ୍ଟ୍ରେଲିଆ ଫେଭରାଇଟ

କଳିଙ୍ଗରେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଶକ୍ତିଶାଳୀ ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ପଦକ ବିଜୟୀ ଅଷ୍ଟ୍ରେଲିଆ ସ୍ବାଭାବିକଭାବେ ଫେଭରାଉଟ ବିବେଚିତ ହେଉଛି। ଅଷ୍ଟ୍ରେଲିଆ ୧୯୮୬, ୨୦୧୦, ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ୨୦୦୨ ଓ ୨୦୦୬ରେ ରନରଅପ୍‌ ହେବାର ସୌଭାଗ୍ୟ ପାଇଥିଲା। ସେହିପରି ୧୯୭୮, ୧୯୮୨, ୧୯୯୦, ୧୯୯୪ ଓ ୨୦୧୮ରେ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ପାଇଥିଲା। ସେହି ତୁଳନାରେ ଦେଖିବାକୁ ଗଲେ ଫ୍ରାନ୍ସ ମାତ୍ର ୪ର୍ଥ ଥରପାଇଁ ବିଶ୍ୱକପରେ ଅବତୀର୍ଣ୍ଣ ହେବାକୁ ଯାଉଛି। ୧୯୭୧ ଓ ୧୯୯୨ରେ ୭ମ ସ୍ଥାନ ଦଳପାଇଁ ଶ୍ରେଷ୍ଠ ସଫଳତା ହୋଇ ରହିଛି। ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଅଷ୍ଟ୍ରେଲିଆ ୬ଟି ଜିତିଥିବାବେଳେ ଫ୍ରାନ୍ସ ମାତ୍ର ୨ଟିରେ ବିଜୟ ସ୍ବାଦ ଚାଖିଛି। ଶେଷଥରପାଇଁ ଦୁଇ ଦଳ ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ବିଶ୍ୱକପରେ ପରସ୍ପରକୁ ଭେଟିଥିଲେ। ଏଥିରେ ଅଷ୍ଟ୍ରେଲିଆ ୩-୦ ଗୋଲରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ରାନ୍ସର ଶେଷ ବିଜୟ ୧୯୭୧ରେ ଆସିଥିଲା। ସେତେବେଳେ ବିଶ୍ୱକପରେ ଫ୍ରାନ୍ସ ୧-୦ ଗୋଲରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହାପରେ ଅଷ୍ଟ୍ରେଲିଆ ପ୍ରଦର୍ଶନରେ ଅନେକ ପରିବର୍ତ୍ତନ ଆସିଛି। ଫ୍ରାନ୍ସ ଦଳ କ୍ରମାଗତ ୬ ବିଜୟର ରେକର୍ଡ ବହନ କରୁଛି। ତେଣୁ ଆଗାମୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଫ୍ରାନ୍ସକୁ ଅନେକ କଷ୍ଟ ସ୍ବିକାର କରିବାକୁ ପଡ଼ିବ।

Share