Categories: ଖେଳ

୪ ବଲ୍‌ରେ ବଦଳିଗଲା ମ୍ୟାଚ୍‌: ଜିତିବା ମ୍ୟାଚ୍‌ ହାରିଗଲା ଓ୍ବେଷ୍ଟଇଣ୍ଡିଜ୍‌

ସେଣ୍ଟ ଲୁସିଆ,୧୫।୭: ଫାଇନାଲ ଓଭରରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ ସହାୟତାରେ ଅଷ୍ଟ୍ରେଲିଆ ଚତୁର୍ଥ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ତିନୋଟି ମ୍ୟାଚ ଜିତି ସିରିଜ ଜିତି ସାରିଛି ଏବଂ କ୍ରମାଗତ ଚତୁର୍ଥ ମ୍ୟାଚ ଜିତିବାକୁ ମଧ୍ୟ ଅତି ନିକଟତର ଥିଲା। ଦଳ ଶେଷ ଓଭରରେ ୧୧ ରନ ଆବଶ୍ୟକ କରିଥିଲା କିନ୍ତୁ ଷ୍ଟାର୍କ କ୍ରମାଗତ ଚାରିଟି ଡଟ୍‌ ବଲ୍‌ ବୋଲିଂ କରି ଅଷ୍ଟ୍ରେଲିଆକୁ ଜିତାଇଥିଲେ। ୧୯୦ ରନର ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ଦଳ କେବଳ ୬ଟି ଉଇକେଟ୍‌ ହରାଇ ୧୮୫ ରନ୍‌ କରିପାରିଥିଲା।
ଦୁଇ ଓଭରରେ ୱେଷ୍ଟଇଣ୍ଡିଜ ୩୬ ରନ ଆବଶ୍ୟକ କରିଥିଲା। ରିଲେ ମେରେଡିଥଙ୍କ ୧୯ତମ ଓଭରରେ ଆଣ୍ଡ୍ରେ ରସେଲ ଏବଂ ଫାବିଆନ ଆଲେନ ୨୫ ରନ ସଂଗ୍ରହ କରିଥିଲେ। ଶେଷ ଓଭରରେ ୧୧ ରନ ଆବଶ୍ୟକ ଥିଲା୧ ଷ୍ଟାର୍କ ରସେଲଙ୍କୁ ପ୍ରଥମ ଚାରିଟି ବଲ ଡଟ୍‌ ପକାଇ ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ କରିଥିଲେ। ତେବେ ସେ ପଞ୍ଚମ ବଲରୁ ମାତ୍ର ଦୁଇଟି ରନ ଏବଂ ଶେଷ ବଲ୍‌ରୁ ମାତ୍ର ଚାରି ରନ ସ୍କୋର କରିପାରନ୍ତି।

Share