ଅଷ୍ଟ୍ରେଲିଆରେ ଟିକ୍‌ଟକ୍‌ ମନା

ସିଡ୍‌ନୀ,୯।୭: ସାଇଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ଏବେ ଭାରତ ପରେ ଅଷ୍ଟ୍ରେଲିଆରେ ମଧ୍ୟ ଟିକ୍‌ଟକ୍‌କୁ ବ୍ୟାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଏକ ଚାଇନା ଆପ୍‌ ହୋଇଥିବା ବେଳେ ଏଥିରେ ଡାଟା ଚୋରି ହେବାର ସମ୍ଭାବନା ଥିବାରୁ କେତେଜଣ ଅଷ୍ଟ୍ରେଲିୟାନ୍‌ ଲେଜିସଲେଟର ଏହି ଆପ୍‌କୁ ବ୍ୟାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଟିକ୍‌ଟକ୍‌ ମାଲିକ ଏବେ ପର୍ଯ୍ୟନ୍ତ କହି ଆସୁଛନ୍ତି ଯେ ସମସ୍ତ ଡାଟା ଆମେରିକା ଓ ସିଙ୍ଗାପୁର ସର୍ଭରରେ ଷ୍ଟୋର ହେଉଛି। ହେଲେ ଏହାକୁ ଯେ ଚାଇନା ସରକାର ନେଇ ନ ପାରିବେ ତାହା କହିବା ଭୁଲ୍‌। ସୂଚନାଯୋଗ୍ୟ, ସୁରକ୍ଷା ଦୃଷ୍ଟିରୁ ନିକଟରେ ଭାରତ ପ୍ରାୟ ୫୯ ଚାଇନା ଆପକୁ ବ୍ୟାନ କରିଥିବା ବେଳେ ଏବେ ଅନ୍ୟାନ ଦେଶ ମଧ୍ୟ ଚାଇନା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

Share