Posted inଖେଳ

ମାନିଲା ଅଷ୍ଟ୍ରେଲିଆ! ଭାରତୀୟ ଦଳର ଏହି ରଣନୀତି ଯୋଗୁ ଅଡୁଆରେ ସ୍ମିଥ୍‌-ମାର୍ନସ

ମେଲବୋର୍ନ,୩୧।୧୨: ଆଡିଲେଡ୍‌ରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ମେଲବୋର୍ନରେ ଜିତି ପ୍ରତିଶୋଧ ନେଇଛି ଭାରତୀୟ ଟିମ୍‌। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍ନସ ଲାବୁସେନଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଦଳ ଆପଣାଇଥିବା ରଣନୀତି ଫଳପ୍ରଦ ହୋଇଛି ବୋଲି ଘରୋଇ ଦଳ ସ୍ବୀକାର କରିଛି।

ଭାରତ ଏଯାବତ ସ୍ମିଥ ଏବଂ ମାର୍ନସଙ୍କୁ ଖେଳିବାକୁ ଅବସର ଦେଇନାହିଁ। ଲେଗ୍‌ ଷ୍ଟମ୍‌ରେ ବଲ୍‌ ପକାଇବା ରଣନୀତି ଯୋଗୁ ଉଭୟ ବ୍ୟାଟିଂ କରିପାରୁନାହାନ୍ତି। ଘରୋଇ ଟିମ୍‌ର ସହାୟକ କୋଚ୍‌ ମେକ୍‌ଡୋନାଲ୍ଡ ଗୁରୁବାର ଖବରଦାତାଙ୍କୁ କହିଛନ୍ତି, ସ୍ମିଥ୍‌ଙ୍କ ଉପରେ ଜଲଦି କୌଣସି ରାୟ ଦେବାକୁ ଚାହୁଁନାହିଁ। ସେ ଚଳିତ ସିରିଜ୍‌ରେ ସଂଘର୍ଷ କରୁଥିବା କଥା ସତ। ବକ୍ସିଂ ଡେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଚାରି ବଲ୍‌ ସେ ଖେଳିଥିଲେ। ସେଥିରେ ଭଲ କରିଥିଲେ। ଭାରତ ଯେଉଁଭଳି ରଣନୀତି ପ୍ରସ୍ତୁତ କରିଛି ଏବଂ ଉଭୟ ଖେଳାଳିଙ୍କୁ କାବୁ କରିଛି, ତାହା ମୋ ପାଇଁ ପ୍ରଶ୍ନ ପାଲଟିଛି। ସେମାନଙ୍କୁ କିଛି ଭଲ କରିବାକୁ ହେବ। ରଣନୀତିରୁ ବାହାରିବାକୁ ହେବ। ଫିଲ୍ଡିଂରେ ପରିବର୍ତ୍ତନ ଯୋଗୁ ମଧ୍ୟ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଗାତାର ଏପରି କରୁଥିବା ଯୋଗୁ ଏବେ ସେମାନଙ୍କୁ ନିଜର ଖେଳ ଉପରେ ନଜର ରଖିବାକୁ ହେବ ବୋଲି ସହାୟକ କୋଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri