ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର ଗାନ୍ଧୀଛକସ୍ଥିତ ଅସ୍ଥାୟୀ ପୂଜାମଣ୍ଡପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।

ଏହି ଅବସରରେ ପୂଜା କମିଟିର ପ୍ରମୁଖ କର୍ମକର୍ତ୍ତା ବିଚିତ୍ରାନନ୍ଦ ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡା, ସୁଧାଂଶୁ ପାଣିଗ୍ରାହୀ, ନିଗମ ପ୍ରସାଦ ପଣ୍ଡା, ଲଲାଟେନ୍ଦୁ ପ୍ରଧାନ, ଶିବଶଙ୍କର ମହାଙ୍କୁଡ଼, ନରେନ୍ଦ୍ର ସାହୁ, ଆଶିଷ ପଟ୍ଟନାୟକ, ରବିନ୍ଦ୍ର ମାର୍ଥା, ବିନୋଦ ଚନ୍ଦ୍ର ଦାସ, କେ. ରାଜୁଙ୍କ ସମେତ ବହୁ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ସ୍ଥାନୀୟ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ପୂଜା ମହୋତ୍ସବ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। କମିଟି ମୁଖ୍ୟ ବିଚିତ୍ରାନନ୍ଦ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପୂର୍ବବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଗଣେଶ ପୂଜା ମହୋତ୍ସବକୁ ଶାନ୍ତିଶୃଙ୍ଖଳା ଓ ଆଡ଼ମ୍ବର ସହ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ପୂର୍ବ ପୂଜା କମିଟିକୁ ଅପରିବର୍ତ୍ତିତ ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ପୂଜାମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲୋଡି ପରିବେଷଣ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।

ପୂଜା ମହୋତ୍ସବ ପରିଚାଳନା କମିଟିରେ ବିକାଶ ପଶୁପାଳକ, କୁନା ପାତ୍ର, ଅଶୋକ ନନ୍ଦ, ବାରିକ ବେହେରା, ଜେ. ମିଟୁ ରାଓ, ଦେବେନ୍ଦ୍ର ଗୌଡ଼, ରଞ୍ଜିତ ବେହେରା, ଦେବରାଜ ସାହୁ, ଓଡ଼ି. ଅରବିନ୍ଦ, କିରଣ ପାଢ଼ୀଙ୍କ ସମେତ ବହୁ ସଦସ୍ୟ ରହିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share