ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବଡ ହୃଦୟ ଦେଖାଇଲେ ଆୟୁଷ୍ମାନ

ମୁମ୍ବାଇ: ନିକଟରେ ବଲିଉଡ ତାରକା ଆୟୁଷ୍ମାନ ଖୁରାନା ଚଣ୍ଡିଗଡ଼ରେ ଏକ ନିଆରା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସେ ଜିରକପୁରରେ ଏକ ଫୁଡ ଟ୍ରକର ଉଦଘାଟନ କରିଥିଲେ ଯାହା କେବଳ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟଙ୍କ ଦ୍ୱାରା ପରିଚାଳିତ। ‘ସ୍ବୀକାର’ନାମକ ଏହି ଫୁଡ ଟ୍ରକର ଉଦଘାଟନୀ ଉତ୍ସବରେ ଆୟୁଷ୍ମାନ ଖୁବ କୁଲ ଅନ୍ଦାଜରେ ନଜର ଆସିଥିଲେ। ଫୁଡ ଟ୍ରକ ନିକଟରେ ଏକ ନଡ଼ିଆ ଭାଙ୍ଗି ସେ ଏହାକୁ ଉଦଘାଟନ କରିଥିଲେ। ଟ୍ରାନ୍ସ ଜେଣ୍ଡର ସମ୍ପ୍ରଦାୟର ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ, ସେମାନଙ୍କ ମୁହଁରେ ଖୁସି ସ୍ପଷ୍ଟ ଭାବରେ ବାରିହୋଇପଡୁଥିଲା। ଏହାକୁ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସ୍ବୀକୃତି ଏବଂ ସମର୍ଥନର ପ୍ରତୀକ ଭାବରେ ବିବେଚନା କରାଯାଉଛି। ଆୟୁଷ୍ମାନ ଖୁରାନାର କିଛି ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏହି ଫୁଡ ଟ୍ରକ ଉଦଘାଟନ କରୁଥିବା ଦେଖିବାକୁ ମିଳିଛି।

ଫୁଡ ଟ୍ରକର ଉଦଘାଟନ କରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଏହାର ଚାବି ଆୟୁଷ୍ମାନ ହସ୍ତାନ୍ତର କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ସମାବେଶ ଏବଂ ସଶକ୍ତିକରଣର ଗୁରୁତ୍ୱ ଉପରେ ଅଭିନେତା ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ସମାଜରେ ଉତ୍ସାହିତ କରିବା ତଥା ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଫୁଡ ଟ୍ରକକୁ ଉଦଘାଟନ କରାଯାଇଛି। ସାମାଜିକ ସମ୍ବେଦନଶୀଳତା ଏବଂ ସମର୍ଥନର ମହତ୍ୱକୁ ଗୁରୁତ୍ୱ ଦେଇ ସେ ଦେଶରେ ବାରମ୍ବାର ଅବହେଳିତ ଏବଂ ଉପେକ୍ଷିତ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଦୁଃଖ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଏହି ପଦକ୍ଷେପ ସେମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ କରିବାରେ ସାହାଯ୍ୟ କରିବ ବୋଲି ଅଭିନେତା ଆଶା ପ୍ରକଟ କରିଛନ୍ତି।
ଏହି ପଦକ୍ଷେପ ପାଇଁ ଟ୍ରାନ୍ସ ସମ୍ପ୍ରଦାୟରେ ଆୟୁଷ୍ମାନ ଖୁରାନାଙ୍କୁ ବହୁତ ପ୍ରଶଂସା କରାଯାଉଛି।
ଚଣ୍ଡିଗଡ଼ର ବିଶିଷ୍ଟ ଟ୍ରାନ୍ସ କାର୍ଯ୍ୟକର୍ତ୍ତା ଧନଞ୍ଜୟ ଚୌହାନ ଆୟୁଷ୍ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ସମ୍ପ୍ରଦାୟର ଅନୁଭବ କିପରି ସଶକ୍ତ, ଆତ୍ମନିର୍ଭରଶୀଳ ଏବଂ ସୁରକ୍ଷିତ ତାହା ଦ୍ୱାରା ଦେଶର ପ୍ରଗତି ମାପ କରାଯାଇପାରିବ। LGBTQIA + ଅଧିକାର ପାଇଁ ଆୟୁଷ୍ମାନଙ୍କ ପଦକ୍ଷେପ ପାଇଁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର,୬ା୨(ସୁଚିସ୍ମିତା ସାହୁ):ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri