Posted inଖେଳ

କ୍ଲିନ୍‌ ବୋଲ୍ଡ ହେବା ପରେ ବି ନଟ୍‌ଆଉଟ୍‌ ରହିଲେ ବ୍ୟାଟ୍ସମ୍ୟାନ୍‌: ସଚିନ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ

ସିଡନୀ,୭।୧: ସିଡନୀରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସର ଚତୁର୍ଥ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କ୍ଲିନ୍‌ ବୋଲ୍ଡ ହେବା ପରେ ବି ବ୍ୟାଟ୍ସମ୍ୟାନ୍‌ ନଟ୍‌ଆଉଟ୍‌ ରହିଥିଲେ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣା ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ସହ ଘଟିଥିଲା ଏବଂ ସେ ଏହାର ସମ୍ପୂର୍ଣ୍ଣ ଫାଇଦା ମଧ୍ୟ ନେଇଥିଲେ।
ସିଡନୀ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ଦଳ ବ୍ୟାଟିଂ କରିଥିଲା। ମଧ୍ୟାହ୍ନ ଭୋଜନ ପରେ ବେନ ଷ୍ଟୋକ୍ସ ଏବଂ ଜନି ବେୟାରଷ୍ଟୋ କ୍ରିଜରେ ଥିଲେ। ଇଂଲଣ୍ଡର ପ୍ରଥମ ଇନିଂସର ୩୧ ତମ ଓଭରରେ କ୍ୟାମେରନ ଗ୍ରୀନ ବୋଲିଂ କରିବାକୁ ଆସିଥିଲେ। ଇଂଲଣ୍ଡ ଅଲରାଉଣ୍ଡର ଷ୍ଟୋକ୍ସ ଷ୍ଟ୍ରାଇକରେ ଥିଲେ। ଗ୍ରୀନ୍‌ ଓଭରର ପ୍ରଥମ ବଲକୁ ବୋଲିଂ କରିଥିଲେ। ଷ୍ଟୋକ୍ସ ଭିତରକୁ ଆସୁଥିବା ସେହି ବଲ ଉପରେ ସଟ ଖେଳି ନ ଥିଲେ। ବଲ ଅଫ ଷ୍ଟମ୍ପକୁ ଧକ୍କା ଦେଇ ଉଇକେଟ ପଛରେ ଯାଇଥିଲା। କିନ୍ତୁ ଅମ୍ପାୟର କିମ୍ବା ଅଷ୍ଟ୍ରେଲୀୟ ଫିଲ୍ଡରମାନେ ଏହା ବୁଝିପାରିଲେ ନାହିଁ।
କଙ୍ଗାରୁ ଦଳ କ୍ୟାଚ ଆଉଟ ପାଇଁ ଏକ ଦୃଢ ଆବେଦନ କରିଥିଲା। ଅମ୍ପାୟାର୍‌ ପଲ ରାଇଫଲ ମଧ୍ୟ ତାଙ୍କ ଆଙ୍ଗୁଠି ଉଠାଇଲେ। କେବଳ ଷ୍ଟୋକ୍ସ ସତ୍ୟତା ଜାଣିଥିଲେ। ସେଥିପାଇଁ ସେ ତୁରନ୍ତ ଡିଆରଏସ୍‌ ନେଇଥିଲେ। ତୃତୀୟ ଅମ୍ପାୟାର ଷ୍ଟୋକ୍ସଙ୍କୁ ନଟ୍‌ଆଉଟ୍‌ ଦେଇଥିଲେ।
ଟିଭି ରିପ୍ଲେ ସ୍ପଷ୍ଟ ଭାବରେ ଦେଖାଯାଇଥିଲା ଯେ ଗ୍ରୀନଙ୍କ ବଲ ଷ୍ଟୋକ୍ସଙ୍କ ବ୍ୟାଟକୁ ନୁହେଁ, ବରଂ ସିଧାସଳଖ ଅଫ ଷ୍ଟମ୍ପକୁ ଧକ୍କା ଦେଇଥିଲା। କୌତୁହଳର ବିଷୟ ହେଉଛି ବଲ ଏତେ ବେଗରେ ଉଇକେଟ ବାଜିଲା କିନ୍ତୁ ଷ୍ଟମ୍ପ ବେଲ୍‌ ପଡି ନ ଥିଲା। ଷ୍ଟୋକ୍ସ ନିଜେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାଙ୍କ କପାଳକୁ ପିଟି ଥିଲେ। ସେତେବେଳେ ସେ ୧୬ ରନ୍‌ରେ ଖେଳୁଥିଲେ। ପରେ ସେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri