Categories: ଖେଳ

ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆର ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୫।୮: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଆରମ୍ଭ ହେବାକୁ ଖୁବ୍‌ କମ୍‌ ସମୟ ଅଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ଚିନ୍ତାରେ ପଡ଼ିଛି। କାରଣ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ହାତରେ ଲାଗିଥିବା ଆଘାତ ଭଲ ହୋଇନାହିଁ। ଏଥିପାଇଁ ସେ ବିଶ୍ୱକପ୍‌ ପୂର୍ବରୁ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଏବଂ ଭାରତ ବିପକ୍ଷରେ ହେବାକୁ ଥିବା ସିରିଜରୁ ବାଦ ପଡ଼ିପାରନ୍ତି।
ଭାରତ ବିପକ୍ଷ ଦିନିକିଆ ସିରିଜର ସମାପ୍ତିର ପ୍ରାୟ ସପ୍ତାହେ ପରେ ବିଶ୍ୱକପ୍‌ ଖେଳାଯିବ। ଏଣୁ କମିନ୍ସଙ୍କ ଆଘାତ ଚିନ୍ତାର ବିଷୟ ପାଲଟିଛି। ତାଙ୍କ ଅନୁପସ୍ଥିତିରେ ମାର୍ଶ ଦଳର ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି।
Share