ଜିଲା କଂଗ୍ରେସ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ

କେନ୍ଦୁଝର,୯ା୮(ସ୍ବ.ପ୍ର.): ଦେଶର ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନ ପାଇଁ ରବିବାର ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ପାଳିତ ହୋଇଯାଇଛି। ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସେହିପରି ଯୁବ କଂଗ୍ରେସ ପକ୍ଷରୁ ‘ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ’ ମଧ୍ୟ ପାଳନ କରାଯାଇଥିଲା। ଏଥିରେ ଜିଲା ସଭାପତି ମୋହନ ପରିଡ଼ା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଟାଉନ କଂଗ୍ରେସ ସଭାପତି ବସନ୍ତ କୁମାର ଦାସ, ଜିଲା ଛାତ୍ର କଂଗ୍ରେସ ସଭାପତି ସୁନେଶ ଧୀର, ଜିଲା ଯୁବ କଂଗ୍ରେସ ଉପସଭାପତି ଐତିହ୍ୟ ଦିବ୍ୟ ସିଂ, ଜିଲା ସୋସିଆଲ ମିଡିଆ ସଭାପତି ସୁଢଳ କୁମାର ସେଠୀ, ଜିଲା ଛାତ୍ର କଂଗ୍ରେସ ସଂଯୋଜକ ଶୁଭମ ରାଜ, କଂଗ୍ରେସ ନେତା ବିଜୟ କୁମାର ରଣା ପ୍ରମୁଖ ଯୋଗଦେଇଥିଲେ।