କ୍ୟାମେରା ସ୍କାନରରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୨୯ା୯: ଏଣିକି ସହରରେ ଆଉ ଅଳିଆ ପଡ଼ିବ ନାହିଁ କି ଟ୍ରାଫିକ୍‌ ସମସ୍ୟାରେ ଲୋକମାନେ ଦହଗଞ୍ଜ ହେବେ ନାହିଁ। ସେହିଭଳି ଅପରାଧୀମାନେ ମଧ୍ୟ ଅପରାଧ ଘଟାଇବାକୁ ଭୟ କରିବେ। ଏ ନେଇ ଅନୁଗୋଳ ପୌରପାଳିକା ପକ୍ଷରୁ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଉଛି। ଇତିମଧ୍ୟରେ ଅନୁଗୋଳର ହେଲଥ୍‌ କରିଡରରେ ପାଖାପାଖି ୩୦ଟି କ୍ୟାମେରା ଖଞ୍ଜା ସରିଲାଣି। ସହରର ବିଭିନ୍ନ ସ୍ଥାନରେ ଏଭଳି ୧୦୦ରୁ ଊର୍ଦ୍ଧ୍ୱ କ୍ୟାମେରା ଲଗାଯିବହେବ ବୋଲି ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

ଅନୁଗୋଳ ସହରରେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପଠାରୁ ଆରମ୍ଭ କରି ଗାଡ଼ିମୋଟର ଜାମ ହେଉଥିଲା। ଏଥିସହ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକ ମନ ଇଚ୍ଛା ଅଳିଆ ଆବର୍ଜନା ରାସ୍ତାରେ ଫିଙ୍ଗିଦେଇ ଚାଲିଯାଉଥିଲେ। ସହରରେ ବିଭିନ୍ନ ନିର୍ମାଣ ସମୟରେ ମଧ୍ୟ ଲୋକମାନେ ମନଇଚ୍ଛା ବିଭିନ୍ନ ସାମଗ୍ରୀ ରାସ୍ତାରେ ପକାଇ ଦେଉଥିଲେ। ଫଳରେ ଜନସାଧାରଣ ଯାତାୟାତରେ ନାହିଁ ନ ଥିବା ସମସ୍ୟା ସମ୍ମୁଖୀନ ହେଉଥିଲେ। ଏସବୁକୁ ଦୃଷ୍ଟିରେ ରଖି ସହରରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି। ଏହା ପ୍ରାଥମିକ ପର୍ଯ୍ୟାୟକ୍ରମେ ଅନୁଗୋଳର ହେଲଥ୍‌ କରିଡର ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି। ଏହାପରେ ବ୍ୟବସାୟିକ ଅନୁଷ୍ଠାନ ଅଞ୍ଚଳରେ ସିସିଟିଭି ଖଞ୍ଜା ହେବ। ପରେ ସହରର ବିଭିନ୍ନ ସ୍ଥାନରେ ଏହାକୁ ଲଗାଯିବ। ଏହି ସିସିଟିଭି ସର୍ଭିଲାନ୍ସର କଣ୍ଟ୍ରୋଲ ରୁମ୍‌ ଅନୁଗୋଳ ପୌର କାର୍ଯ୍ୟାଳୟରେ ରହିବ। ସହରର କେଉଁ ଅଞ୍ଚଳରେ କ’ଣ କରାଯାଉଛି ଏବଂ କେଉଁଠାରେ କ’ଣ ସମସ୍ୟା ରହିଛି ତାହା ସିଧାସଳଖ ଭାବେ ପୌର କାର୍ଯ୍ୟାଳୟରେ ଜଣାପଡ଼ିବ। ଏଭଳି କି ସହରକୁ ଆବର୍ଜନା କଲେ ଘରୋଇ ଲୋକ କିମ୍ବା ବ୍ୟବସାୟିକ ଅନୁଷ୍ଠାନକୁ ଜରିମାନା ପାଇଁ ନୋଟିସ୍‌ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri