Advertisement

ଗଞ୍ଜାମର କୋଭିଡ ହସ୍ପିଟାଲ, କେୟାର ସେଣ୍ଟରରେ ସମସ୍ୟା ନେଇ ଅଡିଓ ଭାଇରାଲ: ୨୪ ଘଣ୍ଟିଆ କଲ୍‌ ସେଣ୍ଟରକୁ ଆସିଲା ୨୪୯ଫୋନ୍‌

ଛତ୍ରପୁର,୧୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଶିତଳାପଲିସ୍ଥିତ ଟାଟା କୋଭିଡ ହସ୍ପିଟାଲ, ପାରଳା ମହାରାଜା ଓ ଅନ୍ୟ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା, ପାଣି, ଖାଦ୍ୟ, ପରିମଳ ସମ୍ଭନ୍ଧୀୟ ଅବ୍ୟବସ୍ଥା ନେଇ ବାରମ୍ବାର ଭିଡିଓ ଭାଇରାଲ ହେଉଛି। ବୁଧବାର ମଧ୍ୟ ଏସମ୍ପର୍କୀତ ସମସ୍ୟା ଉପରେ ୨ ଟି ଅଡିଓ ବାର୍ତ୍ତା ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି।
ଅପରପକ୍ଷରେ ଜିଲାରେ ଥିବା ୨୪ ଘଣ୍ଟିଆ କଲ୍‌ ସେଣ୍ଟରକୁ ବୁଧବାର କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଥିବା କରୋନା ରୋଗୀମାନଙ୍କ ପକ୍ଷରୁ ୨୪୯ଟି କଲ ଆସିଛି। ସେଥିରୁ ୨୧୪ ଟି କଲ୍‌ରେ ଆସିଥିବା ସମସ୍ୟା ସମାଧାନ ହୋଇଛି। ଅନ୍ୟ ସମସ୍ୟା ଖୁବ ଶୀଘ୍ର ସମାଧାନ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ୭୮ କରୋନା ରୋଗୀଙ୍କ ପରିବାର ମଧ୍ୟ ଉକ୍ତ କଲ୍‌ ସେଣ୍ଟରକୁ କଲ କରି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଉକ୍ତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରର ରୋଗୀମାନେ ଅଭିଯୋଗ ଜଣାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଲ ସେଣ୍ଟର ଖୋଲା ଯାଇଛି। ମୋବାଇଲ ନଂ. ୮୧୧୮୦୬୬୩୭୦କୁ ଫୋନ କରି କରୋନା ଆକ୍ରାନ୍ତ ଅଭିଯୋଗ, ଲକ୍ଷଣ ଏବଂ ହୋମ କ୍ୱାରେଣ୍ଟାଇନ ସମସ୍ୟା ସମ୍ପର୍କରେ ଜଣାଇବା ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ ସମୟରେ ଉଜୁଡ଼ିଲା ଫସଲ

ସମ୍ବଲପୁର,୨୪ା୪(ବ୍ୟୁରୋ) – ରବିଧାନ ଅମଳ ଅବସ୍ଥାକୁ ଆସି ଯାଇଥିଲା। କରୋନା କଟକଣା ସତ୍ତ୍ୱେ ଚାଷର ଉପଯୁକ୍ତ ଯତ୍ନ ନେଇଥିଲା ଚାଷୀ। ହେଲେ ସମ୍ବଲପୁର ଜିଲାରେ ମଙ୍ଗଳବାର...

ସମଲ ଥାନା ଅଞ୍ଚଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ତାଳଚେର,୨୦।୮(ନି.ପ୍ର.): ଅନୁଗୋଳ ଜିଲା ସମଲ ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମ ଇଟାଭାଟି ପାଖରେ ଥିବା ଏକ ଗଛ ମୂଳରୁ ମଙ୍ଗଳବାର ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।...

ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଅସୁରକ୍ଷିତ: ଛାତରୁ ଖସୁଛି ପ୍ଲାଷ୍ଟର, ଝରୁଛି ବର୍ଷା ପାଣି

କଣିହାଁ,୨୦।୯(ଡି.ଏନ.ଏ.)-ଛାତରୁ ପ୍ଲାଷ୍ଟର ଖସୁଛି। ଅନେକ ସ୍ଥାନରେ ଲୁହା ରଡ ଦେଖାଯାଉଛି। ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହି...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପାଲଲହଡା,୧୦।୫(ଡି.ଏନ.ଏ.) – ପାଲଲହଡା ଉପଖଣ୍ଡର ଯୁବ ସଙ୍ଗଠନ ୟୁଥ୍‌ ଫର୍‌ ପାଲଲହଡା ପକ୍ଷରୁ କରୋନା ଯୋଦ୍ଧା ତଥା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସମ୍ବର୍ଦ୍ଧନା...

ଚତୁର୍ଥୀ ପୂର୍ବରୁ ଟ୍ରକ୍‌ ଧକ୍କାରେ ଚାଲିଗଲା ବରଙ୍କ ଜୀବନ

ଚଣ୍ଡିଖୋଲ/ଦଶରଥପୁର,୧୨।୨(ଡି.ଏନ.ଏ.): ଭଲପାଇ ୨ ଦିନ ତଳେ ବିବାହ କରିଥିବା ସ୍ତ୍ରୀଙ୍କୁ ଚତୁର୍ଥୀ ଏବଂ ଭୋଜିଭାତଲାଗି ଭୁବନେଶ୍ୱରରୁ ଘରକୁ ଆଣିବାକୁ ଯାଇଥିବା ସ୍ବାମୀଙ୍କ ଟ୍ରକ୍‌ ଧକ୍କାରେ ଗୁରୁବାର...

ବିବାହ ଭୋଜ ଖାଇ ଫେରୁଥିଲେ, ଚାଲିଗଲା ୩ ଯୁବକଙ୍କ ଜୀବନ

ଭବାନୀପାଟଣା,୨୭।୨(ଡି.ଏନ୍‌.ଏ.): ବିବାହ ଉତ୍ସବରେ ମଉଜମସ୍ତି କରି ଭୋଜି ଖାଇ ନିଜ ଘରକୁ ଫେରିବା ସମୟରେ ଦୁର୍ଘଟଣା ଘଟି ୩ ଯୁବକଙ୍କ ଜୀବନ ଚାଲିଯାଇଛି। ଏପରି ଦୁଃଖଦ...

ଟି-ବ୍ରିଜ୍‌ରେ ଦଳାଚକଟା

ବଡ଼ମ୍ବା (ଡି.ଏନ୍‌.ଏ.)/ଆଠଗଡ଼(ସ୍ବ.ପ୍ର.)/କଟକ ଅଫିସ୍‌,୧୫।୧: ମକର ସଂକ୍ରାନ୍ତିରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ଟି-ବ୍ରିଜ୍‌ରେ ଅଘଟଣ ଘଟିଛି। ବଡ଼ମ୍ବା ଥାନା...

ଅବ୍ୟବସ୍ଥାରେ ଗଞ୍ଜାମ ମାଛ ମାର୍କେଟ: ଚିନ୍ତାରେ ବ୍ୟବସାୟୀ

ଗଞ୍ଜାମ,୧୯।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନବଜାର ଶେଷରେ ମାଂସ ଓ ମାଛ ମାର୍କେଟ ରହିଛି । ଏହି ମାଛ ମାର୍କେଟଟି ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲେ...

Advertisement
Archives

Model This Week