ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ବୟ’ର ଅଡିଓ ରିଲିଜ୍‌

ଭୁବନେଶ୍ୱର, ୧୧।୧ (ବ୍ୟୁରୋ): ଅନ୍‌ଲାଇନ ସପିଂ କମ୍ପାନୀରେ କାର୍ଯ୍ୟରତ ଜଣେ ଡେଲିଭରି ବୟର କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରି ଭୟ’। କମ୍ପାନୀରୁ ଅର୍ଡର ଗ୍ରାହକଙ୍କ ପାଖରେ ପହଞ୍ଚାଇବା ସମୟରେ ଉପୁଜୁଥିବା ବାସ୍ତବ ସମସ୍ୟାକୁ ପଦାକୁ ଆଣିଛି ଏହି ଚଳଚ୍ଚିତ୍ର। ମଙ୍ଗଳବାର ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ଅଡ଼ିଓ ରିଲିଜ୍‌ ହୋଇଛି। ମୁଖ୍ୟ ଅତିଥି ଭାବେ ଅଭିନେତା ଆକାଶ ଦାସ ନାୟକଙ୍କ ସମେତ ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ, ଗୀତିକାର ସୂର୍ଯ୍ୟ ମହାପାତ୍ର, କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରର ଟାଇଟଲ ଗୀତକୁ ରାପ୍‌ ସଙ୍ଗୀତ ଭାବରେ ସଜାଯାଇଛି। ଏହାସହ ଆଉ ଚାରୋଟି ଗୀତ ଏଥିରେ ରହିଛି। ‘ପାନ ଗୁଆ ଖଇର ଗୁଆକାତି, ଆମେ ସବୁ ଗଭର୍ନରଙ୍କ ବଡ଼ ନାତି’ ଗୀତଟି ଦର୍ଶକ ଓ ଶ୍ରୋତାଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି l ଗୀତିକାର ନିର୍ମଳ ନାୟକ ଗୀତ ରଚନା କରିଥିବାବେଳେ ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଉଦିତ ନାରାୟଣ, ହ୍ୟୁମାନ ସାଗର, ଅସୀମା ପଣ୍ଡା ଓ ଋତୁରାଜ ମହାନ୍ତି କଣ୍ଠଦାନ କରିଛନ୍ତି। ଉଦିତ ନାରାୟଣ ପ୍ରଥମଥର ପାଇଁ ଏକ ଡ୍ୟାନ୍ସ ନମ୍ବର ଗାଇଛନ୍ତି, ଯାହା ମୁମ୍ବାଇରେ ରେକର୍ଡିଂ କରାଯାଇଛି। ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର ଓ ଅନୁଗୋଳ ସମେତ ୭ଟି ସହରର ବିଭିନ୍ନ ମଲ୍‌ରେ ସମ୍ପୃକ୍ତ କଳାକାରଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନବ ଶୈଳୀରେ ଚଳଚ୍ଚିତ୍ରର ପ୍ରଚାର ପ୍ରସାର କରାଯିବ ବୋଲି କ୍ରିଏଟିଭ ହେଡ୍‌ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି କହିଛନ୍ତି। ଡକ୍ଟର ଦୀପକ ଜେନାତ ସଂଳାପ ରଚନା ଦାୟିତ୍ୱ ତୁଲାଇଥିବାବେଳେ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବୁଦ୍ଧାଦିତ୍ୟ ମହାନ୍ତି, ସୂର୍ଯ୍ୟମୟୀ, ପ୍ରିୟମ୍ବଦା ଓ ଶୈଳେନ୍ଦ୍ର ପ୍ରମୁଖ ଅଡ଼ିଓ ରିଲିଜ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଯୋଜନା ସଂସ୍ଥା ଜେଆର୍‌ଏମ୍‌ (ଇନ୍‌ଫ୍ୟୁଜନ ଇଣ୍ଟରଟେନମେଣ୍ଟ) ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ ପରିକଳ୍ପନାରେ ଡକ୍ଚର ବାଦଲ ମହାନ୍ତି ଏବଂ ଅଭିନେତ୍ରୀ ମହାଶ୍ୱେତା ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri