Posted inଖେଳ

ନିଲାମ ହେବେ ୫୯୦ ଖେଳାଳି, ୪୮ ଜଣଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି…

ବେଙ୍ଗାଲୁରୁ, ୧।୨ : ଆଇପିଏଲ୍‌ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ୧୯ ଦେଶର ୫୯୦ ଖେଳାଳିଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରେ ୪୮ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରହିଛି। ଅପରପକ୍ଷରେ ୨୦ ଜଣଙ୍କର ବେସ୍‌ ପ୍ରାଇସ୍‌ ଦେଢ଼ କୋଟି ଟଙ୍କା ଅଛି। ୩୪ ଜଣଙ୍କର ବେସ୍‌ ପ୍ରାଇସ୍‌ ଏକ କୋଟି ଟଙ୍କା ରହିଛି।

ଆଇପିଏଲ୍‌ର ୧୦ଟି କ୍ରିକେଟ ଟିମ୍‌ ପାଖରେ ମୋଟ୍‌ ୨୧୭ ସ୍ଲଟ୍‌ ଖାଲି ରହିଛି।

ଚଳିତ ବର୍ଷ ଆଇପିଏଲ୍‌ ନିଲାମ ପାଇଁ ୧୯ ଦେଶର ମୋଟ ୧୨୧୪ କ୍ରିକେଟର ପଞ୍ଜିକରଣ କରିଥିଲେ। ସୋମାନଙ୍କ ମଧ୍ୟରୁ ୫୯୦ ଖେଳାଳିଙ୍କୁ ଚୟନ କରାଯାଇ ସେମାନଙ୍କ ନିଲାମ ତାଲିକା ସହିତ ବେସ୍‌ ପ୍ରାଇସ୍‌ ପ୍ରକାଶିତ ହୋଇଛି।

ନିଲାମ ତାଲିକାରେ ଥିବା ଖେଳାଳିଙ୍କ ମଧ୍ୟରୁ ୨୨୮ ଜଣ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେହିପରି ୩୩୫ ଜଣ ଅନ୍‌କେପ୍ଡ ଖେଳାଳି ଅଛନ୍ତି।

ନିଲାମ ତାଲିକାରେ ପ୍ରବେଶ କରିଥିବା ମୁଖ୍ୟ ଭାରତୀୟ ଖେଳାଳିଙ୍କ ଶ୍ରେୟସ ଆୟର, ଶିଖର ଧାୱନ, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି, ଇଶାନ କିଶାନ, ଅଜିଙ୍କ୍ୟ ରାହାନେ, ସୁରେଶ ରୈନା, ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଦୀପକ ଚାହର, ଇଶାନ୍ତ ଶର୍ମା , ଉମେଶ ଯାଦବ ପ୍ରମୁଖ କ୍ରିକେଟରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଏଥି ସହିତ ଡେଭିଡ ୱାର୍ଣ୍ଣର, ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ପ୍ୟାଟ କମିନ୍ସ, କ୍ୱିଣ୍ଟନ ଡିର୍କକ, ଧାୱନ, ଫାଫ ଡୁପ୍ଲେସିସ, ଶ୍ରେୟାସ, କାଗିସୋ ରାବାଡା ଏବଂ ଶାମି ସେହି ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଯାହାଙ୍କର ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରହିଛି। ଏହା ବ୍ୟତୀତ ଜନି ବେୟାରଷ୍ଟୋ, ଜେସନ ହୋଲ୍ଡର, ଡୱେନ ବ୍ରାଭୋ, ଶାକିବ ଅଲ ହାସନ ଏବଂ ୱାନିନ୍ଦୁ ହାସରାଙ୍ଗା ଭଳି ବିଦେଶୀ ଖେଳାଳି ମଧ୍ୟ ନିଲାମ ତାଲିକାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri