୩ ମାସରେ ବି ଅପ୍‌ଡେଟ ହେଉନି ନିଲାମ ଖଣି

ନୟାଗଡ଼ ଅଫିସ,୨୭।୪: ନିଲାମ ଖଣିକୁ ୩ ମାସ ମଧ୍ୟରେ ମାପଚୁପ କରାଯାଇ ଅପ୍‌ଡେଟ କରାଯିବାର ସରକାରୀ ନିୟମ ରହିଛି ା ହେଲେ ନୟାଗଡ଼ ଜିଲାରେ ସରକାରୀ ନିର୍ଦ୍ଦେଶନାମା ଶୀତଳଭଣ୍ଡାରରେ ପଡି ରହୁଛି । ଏଣୁ ମୟୂରଝାଲିଆ ଓ ପୁଅଁାଣିଆ ପରି ପାହାଡ଼ରେ ବେଆଇନ ଖଣିଖନନ ବଢ଼ି ଚାଲିଛି । ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ(ଏନ୍‌ଜିଟି) କୋଲକତାଙ୍କ ଛାଟ ପରେ ଯଦିଓ ମୟୂରଝାଲିଆ ଖଣି ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ତେବେ ଜିଲାର ୪୫ କଳାମୁଗୁନି ପଥର ଖଣି ଓ ୬ ମାଙ୍କଡା ପଥର ଖଣିରେ ଚାଲିଥିବା ବେନିୟମ ଖଣିଖନନକୁ ରୋକାଯାଇ ପାରୁ ନ ଥିବା ଅଭିଯୋଗ ହୋଇ ଆସୁଛି। ବେଆଇନ ଖଣି ଖନନ ଯୋଗୁ ସରକାର ରାଜସ୍ବ ହରାଇ ଚାଲୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଧରପଗଡ଼ ହୋଇ ପାରୁ ନାହିଁ ।
ଗଣିଆ ତହସିଲକୁ ଛାଡିଦେଲେ ନୟାଗଡ଼ ଜିଲାର ୭ ତହସିଲିର ୪୫ ମୁଣ୍ଡିଆରେ ଥିବା ୪୫ କଳାମୁୂଗୁନି ପଥର ଖଣି ରହିଛି । ରଣପୁର ତହସିଲରେ ୧୩ ପଥର ଖଣି ନିଲାମ ହୋଇଥିବାବେଳେ ଖଣ୍ଡପଡ଼ା ତହସିଲର ୧୦ ଖଣି ଅଛି । ସେହିଭଳି ଭାପୁରରେ ୫, ଦଶପଲ୍ଲାରେ ୫, ନୟାଗଡ଼ରେ ୭, ନୂଆଗଁାରେ ୨, ଓଡ଼ଗଁାରେ ୪ ପଥର ଖଣି ନିଲାମ ହୋଇଛି। ଗଣିଆ ବ୍ଲକରେ ଆଦୌ ଖଣି ନିଲାମ ଦିଆଯାଇନାହିଁ। ସେହିପରି ଓଡ଼ଗଁା ତହସିଲରେ ୨ ଓ ରଣପୁର ତହସିଲରେ ୪ ଏପରି ୬ ମାଙ୍କଡାପଥର ଖଣି ରହିଛି। ତେବେ ନିଲାମ ଖଣି ଗୁଡିକରେ ନିଲାମଧାରୀ ଲିଜ୍‌ ସ୍ଥାନକୁ ଛାଡି ଅନ୍ୟତ୍ର ଖଣି ଖନନ କରୁଥିବାର ଅଭିଯୋଗ ହୋଇ ଆସୁଛି । ପୁଣି ବାର୍ଷିକ ଟାର୍ଗେଟ କ୍ୟୁବିକ ମିଟରକୁ ମାସକରେ ଶେଷ କରି ଦିଆଯାଉଛି। ୩ ମାସରେ ଅପ୍‌ଡେଟ ହେଉ ନ ଥିବାରୁ ଖଣିଚୋରି ରୋକା ଯାଇ ପାରୁନି। ଏହାର ଉଦାହରଣ ମୟୂରଝାଲିଆ ପଥର ଓ ମାଙ୍କଡାଖଣିକୁ ନିଆଯାଇ ପାରେ। ମୟୂରଝାଲିଆ ମୌଜାର ୧୬୮୯ ପ୍ଲଟରୁ ୪ ଏକର ମାଙ୍କଡ଼ା ପଥର ଖଣି ପାଇଁ ଚାନ୍ଦପୁର ଥାନା ଚମ୍ପାଗଡ଼ର ସୁଶାନ୍ତ କୁମାର ବରାଡ଼ଙ୍କୁ ୫ ବର୍ଷିଆ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ସେହିଭଳି ଅଗ୍ରୱାଲା ଇନ୍‌ଫ୍ରାବିଲ୍‌ଡ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଶଶାଙ୍କ ଅଗ୍ରଓ୍ବାଲକୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ୨ ଏକର ଜମିରୁ ସାମୟିକ ପରମିଟ୍‌ ଦିଆଯାଇଥିଲା ା ସେମାନେ ଉକ୍ତ ପ୍ଲଟ ନିକଟସ୍ଥ ଅନ୍ୟାନ୍ୟ ଜାଗାରୁ ବେଆଇନ ଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରି ଚାଲିଥିଲେ । ମୋରମ ଖଣି ଓ ପଥର ଖଣିରେ କୋଟି କୋଟି ଟଙ୍କା ଲାଭ କରାଯାଇଛି । ଯଦି ଏନେଇ ଏନ୍‌ଜିଟିରେ ଅଭିଯୋଗ ହୋଇ ନ ଥାନ୍ତା ତେବେ ଏହା ଉପରେ ରୋକ ଲଗା ଯାଇ ପାରି ନ ଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ଖଣିର ତଦନ୍ତ ପରେ ଜିଲାପାଳ ଓ ଅଭିଯୋଗକାରୀଙ୍କ ବିରୋଧରେ ଯେପରି ଲଞ୍ଚ ଅଭିଯୋଗ ଆସିଥିଲା ା ଏନ୍‌ଜିଟିଙ୍କ ଛାଟ ନ ବାଜିଥିଲେ ଅଭିଯୋଗ କରିବାକୁ ଲୋକ ଭୟଭୀତ ହୋଇଥାନ୍ତେ। ସେହିପରି ଓଡ଼ଗଁା ତହସିଲର ପୁଅଁାଣିଆ ଖଣିରେ ମଧ୍ୟ ବେନିୟମ ଭାବେ ଖଣି ଖନନ ଚାଲିଛି ବୋଲି ଅଭିଯୋଗ ହୋଇ ଆସୁଛି । ଖଣିଚୋରମାନେ ଏକ ସ୍ବତନ୍ତ୍ର ରାସ୍ତା କରି ବେଆଇନ ପଥର ଚୋରିକୁ ବୃଦ୍ଧି କରିଛନ୍ତି। ଯଦିଓ ଓଡ଼ଗଁା ତହସିଲଦାର କହୁଛନ୍ତି, ଘଟଣାର ତଦନ୍ତ ଚାଲୁଛି ତେବେ ଏଠାରେ ବେନିୟମ ଖଣିଖନନକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଛି। ଏନେଇ ଚାନ୍ଦପୁରର ରାମଚନ୍ଦ୍ର ସାହୁ କୁହନ୍ତି, ମୟୂରଝାଲିଆ ଖଣିର ନିଲାମଧାରୀ ବହୁ ପ୍ରଭାବଶାଳୀ । ତାଙ୍କ ପଛରେ ଜଣେ ରାଜନୈତିକ ବ୍ୟକ୍ତି ଓ ଥାନା ଅଧିକାରୀଙ୍କ ସହଯୋଗ ରହିଛି । କୋଲକତା ମାଡ୍ରାସ ୧୬ ନଂ. ଜାତୀୟ ରାଜପଥ ଉନ୍ନୀତକରଣ ସମୟରେ କୋଟି କୋଟି ଟଙ୍କା ଲାଭ କରାଯାଇଛି । ଦେଖାଯାଉ ଏନଜିଟି ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହେଉଛି । ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ କୁହନ୍ତି, ମୟୂରଝାଲିଆ ଖଣିଦୁର୍ନୀତିରେ ପୂର୍ବତନ ତହସିଲଦାରଙ୍କ ସମେତ ୭ଜଣଙ୍କ ନଁାରେ ଏତଲା ଦିଆଯିବାର ଏନ୍‌ଜିଟିଙ୍କ ନିଦ୍ଦେଶ ସ୍ବାଗତଯୋଗ୍ୟ, ତେବେ ୨୫ କୋଟି ଟଙ୍କାର କୋମଣ୍ଡ ଓ ରୋହିବାଙ୍କ ମାଙ୍କଡ଼ା ଖଣି ଦୁର୍ନୀତି ଓ ପୁଅଁାଣିଆ ଟାଙ୍ଗେରି ପାହାଡ଼ ଲୁଟ୍‌ ରେ ୨୫ କୋଟି ଟଙ୍କାର ଖଣିଜ ସମ୍ପଦ ଚୋରି ପାଇଁ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ତେବେ ଓଡ଼ଗଁା ତହସିଲଦାର ବିଜୟିତା ସମାନ୍ତସିଂହାରକୁ କେବଳ ବଦଳି ଓ କୋମଣ୍ଡ ଆରଆଇଙ୍କୁ ନିଲମ୍ବନ କରି ଚୁପ ରହିବା ଜିଲା ପ୍ରଶାସନକୁ ସନ୍ଦେହରେ ପକାଇଛି । ତହସିଲଦାରଙ୍କ ବିରୋଧରେ କାହିଁକି ଏଫ୍‌ଆଇଆର ଦିଆଯାଉ ନାହିଁ ପ୍ରଶ୍ନ କରିଛନ୍ତି । ପଞ୍ଚମୁର ଜ୍ୟୋତି ରଞ୍ଜନ ଦାଶ କୁହନ୍ତି, ପୁଅଁାଣିଆ ନିକଟସ୍ଥ ଟାଙ୍ଗେରା ପାହାଡକୁ ମାଟିରେ ମିଶାଇ ପ୍ରାୟ ୪୦ କୋଟି ଟଙ୍କାର ଲଘୁ ଖଣିଜ ଲୁଟ ହୋଇ ସାରିଲାଣି । ଏଥିରେ ରାଜନୈତିକ ବ୍ୟକ୍ତି ସାମିଲ ଥିବାରୁ ଖଣି ଲୁଟ୍‌ର ତଦନ୍ତ ହେଉନି। ସେମାନେ ୪ ଖଣିଚୋରଙ୍କ ମାଧ୍ୟମରେ ୨୦୧୮ରୁ ବେନିୟମ ଭାବେ ଖଣିଖନନ କରି ଚାଲିଛନ୍ତି। ଏହାକୁ ଏନ୍‌ଜିଟିରେ ଅଭିଯୋଗ କରାଗଲେ ଖଣିଚୋରଙ୍କ ଭୟ ବଢ଼ନ୍ତା ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri