Categories: ଜାତୀୟ

ଅତୁଲ କରୱାଲ ହେଲେ ଏନ୍‌ଡିଆରଏଫ୍‌ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ,୧୦।୧୧: ଅତୁଲ କରୱାଲଙ୍କୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନ୍‌ଡିଆରଏଫ୍‌)ର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏ ନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। କ୍ୟାବିନେଟର ନିଯୁକ୍ତି କମିଟି ମନ୍ତ୍ରଣାଳୟ ପ୍ରସ୍ତାବକୁ ଅନୁମୋଦନ କରିଛି। ସେ ୧୯୮୮ର ଆଇପିଏସ୍‌ କ୍ୟାଡର। କରୱାଲ ଏବେ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାଶନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।

ସେ ୧୯୯୪ରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ସହିତ ୧୨ ସପ୍ତାହ ପୋଲିସ କମାଣ୍ଡୋ ସମାପ୍ତ କରିଥିଲେ। ଡିସେମ୍ବର ୨୭,୨୦୧୯ରେ ମହାନିର୍ଦ୍ଦେଶକ ଭାବରେ ଏକାଡେମୀରେ ଯୋଗ ଦେଇଥିଲେ।

Share