ଏସ୍‌ଏଫ୍‌ଟିର ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର

ନୂଆଦିଲ୍ଲୀ,୧୬ା୧୧: ସାମ୍‌ସଙ୍ଗ୍‌ର ସଲ୍‌ଭ ଫର୍‌ ଟୁମରୋ (ଏସ୍‌ଏଫ୍‌ଟି)ର ଉଦ୍‌ଘାଟନୀ ସଂସ୍କରଣର ଶୀର୍ଷ ୩ଜଣଙ୍କ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏପରିକି ୩ ବିଜେତା ଟିମ୍‌ ଯଥା ସ୍ପୁଟନିକ ବ୍ରେନ୍‌, ଉଡାନ ଏବଂ ଆଲ୍‌ଫା ମନିଟର ସମୁଦାୟ ୧ କୋଟି ଟଙ୍କାର ଅନୁଦାନ ଏବଂ ଫାଉଣ୍ଡେଶନ ଫର୍‌ ଇନୋଭେଶନ ଏବଂ ଟେକ୍ନୋଲୋଜି ଟ୍ରାନ୍ସଫର (ଏଫ୍‌ଆଇଆଇଟି) ଆଇଆଇଟି, ଦିଲ୍ଲୀ ଦ୍ୱାରା ୬ ମାସର ଇନ୍‌କ୍ୟୁବେସନ ମଧ୍ୟ ହାସଲ କରିଛନ୍ତି। ଏହାଦ୍ୱାରା ସେମାନଙ୍କର ପ୍ରୋଟୋଟାଇପର ବିକାଶ ହୋଇପାରିବ ଏବଂ ସେମାନେ ସେମାନଙ୍କ ଉପତ୍ାଦ ଏବଂ ସେବାକୁ ପ୍ରକୃତ ଗ୍ରାହକଙ୍କ ସହିତ ପ୍ରୟୋଗ କରିପାରିବେ। ସେହିଭଳି ପ୍ରତ୍ୟେକ ବିଜେତା ଟିମ୍‌କୁ ଏକ ସାର୍ଟିଫିକେଟ ଓ ସୁନ୍ଦର ସଲ୍‌ଭ ଫର୍‌ ଟୁମରୋ ଟ୍ରଫି ପ୍ରଦାନ କରାଯାଇଛି। ଟିମ୍‌ର ପ୍ରତି ସଦସ୍ୟ ଆକର୍ଷଣୀୟ ସାମ୍‌ସଙ୍ଗ୍‌ ଉପତ୍ାଦ ଯଥା ଏକ ସାମ୍‌ସଙ୍ଗ୍‌ ଗ୍ୟାଲାକ୍ସି ବୁକ୍‌ ୨ପ୍ରୋ ୩୬୦ ଲାପ୍‌ଟପ୍‌ ଓ ସାମ୍‌ସଙ୍ଗ୍‌ ଗ୍ୟାଲାକ୍ସି ବଡ୍‌ସ୨ ପାଇଛନ୍ତି। ଉକ୍ତ ବିଜେତା ଟିମ୍‌ ତାଙ୍କ ସ୍କୁଲ ବା କଲେଜ ପାଇଁ ୮୫-ଇଞ୍ଚର ସାମ୍‌ସଙ୍ଗ୍‌ ଫ୍ଲିପ୍‌ ଇଣ୍ଟରାକ୍‌ଟିଭ ବୋର୍ଡ ଲାଭ କରିଛନ୍ତି। ନିକଟରେ ନୂଆଦିଲ୍ଲୀଠାରେ ଆୟୋଜିତ ସଲ୍‌ଭ ଫର୍‌ ଟୁମରୋର ଗ୍ରାଣ୍ଡ ଜୁରିଙ୍କ ଦ୍ୱାରା ଗ୍ରାଣ୍ଡ ଫିନାଲେ ରାଉଣ୍ଡରେ ୩ ବିଜେତାଙ୍କର ଚୟନ କରାଯାଇଛି।
ଏ ସମ୍ପର୍କରେ ସାମ୍‌ସଙ୍ଗ୍‌ ସାଉଥୱେଷ୍ଟ ଏସିଆର ପ୍ରେସିଡେଣ୍ଟ ଓ ସିଇଓ କେନ୍‌ କାଙ୍ଗସ୍‌ କହିଛନ୍ତି, ଭାରତୀୟ ଯୁବଗୋଷ୍ଠୀଙ୍କର ସୃଜନଶୀଳତା କ୍ଷମତା ରହିଛି। ଏହା ସହାୟତାରେ ସେମାନେ ବିଶ୍ୱର ବଡ଼ ବଡ଼ ଆହ୍ବାନର ମଧ୍ୟ ସମାଧାନ କରିପାରିବେ। ଆମେ ସେମାନଙ୍କ ପାଇଁ ଗର୍ବିତ ଏବଂ ସେମାନଙ୍କର ଚିନ୍ତାଧାରାକୁ ବାସ୍ତବତାରେ ପରିଣତ କରିବା ପାଇଁ ଆମେ ସେମାନଙ୍କ ସହ କାର୍ଯ୍ୟକରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ସେନ୍ସର ବୋର୍ଡର ନୂଆ ଟିମ୍ ଘୋଷଣା: CBFCରେ ପ୍ରୀତି ଜିଣ୍ଟା, ସୁନୀଲ ଶେଟ୍ଟୀ ଓ ପଙ୍କଜ ତ୍ରିପାଠୀଙ୍କ ସହ ସାମିଲ ହେଲେ ଓଡ଼ିଆ ପୁଅ ନୀଳମାଧବ

ନୂଆଦିଲ୍ଲୀ,୧୬।୯: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ୍ (CBFC) ବା ସେନ୍ସର ବୋର୍ଡର ନୂଆ ଟିମ୍ ଗଠନ କରିଛନ୍ତି। ସୂଚନା ଓ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା; ଏହି ୨ ନୂଆ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୬।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ହୋଇଛି । ଏହି ଚୟନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?