ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୧।୪: ଗତ କିଛିଦିନ ହେବ ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି। କାରଣ ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନା ଉତ୍ପାଦନ ବ୍ୟାପକ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଉତ୍ପାଦନ ବୃଦ୍ଧି ଓ ସ୍ଥାନୀୟ ବଜାରରେ ମାନ୍ଦାବସ୍ଥା ଜାରି ଯୋଗୁ ଦର ମଧ୍ୟ ହ୍ରାସ ଘଟିଛି। ଏହାର ପ୍ରଭାବ ଭାରତୀୟ ସୁନା ବଜାର ଉପରେ ପଡ଼ିଛି। ଫଳରେ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨୦୦୦ ଟଙ୍କା ହ୍ରାସ ଘଟିଛି ବୋଲି ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଶଏନ(ଆଇବିଜେଏ) ପକ୍ଷରୁ କୁହାଯାଇଛି। ସେହିଭଳି ଭାରତୀୟ ବଜାରରେ ଆଗକୁ ଅକ୍ଷୟ ତୃତୀୟା ଓ ବିବାହ ଋତୁ ଥିବାରୁ ସୁନା ଦର ହ୍ରାସ ସବୁ ବର୍ଗଙ୍କ ପାଇଁ ଆଶ୍ୱସ୍ତିକର ବୋଲି ବଜାର ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଆମେରିକା ଫେଡେରାଲ ବ୍ୟାଙ୍କର ମୂଲ୍ୟ ବୃଦ୍ଧି ଓ ମୁଦ୍ରାସ୍ଫିତ ହାରରେ ପରିବର୍ତ୍ତନ ଯୋଗୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରଭାବ ଉତ୍ପାଦନ ଉପରେ ପଡ଼ିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅପରପକ୍ଷରେ ନୂଆଦିଲ୍ଲୀ ବଜାରରେ ମଧ୍ୟ କ୍ରମାଗତ ୨ୟ ସପ୍ତାହ ଲାଗି ସୁନା ଦରରେ ହ୍ରାସ ଘଟିଛି ବୋଲି ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲର୍ସ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ୨୨ ଓ ୨୪ ଗ୍ରାମ୍‌ ସୁନା ଦରରେ ପ୍ରାୟ ୧୫୦୦ରୁ ୨୦୦୦ ଟଙ୍କାର ହ୍ରାସ ଘଟି ପ୍ରାୟ ୬୦,୦୦୦ ଟଙ୍କାରେ ରହିଛି। ଗତ ବର୍ଷ ଏହି ସମୟର ମୂଲ୍ୟ ତୁଳନାରେ ୨୦୨୩ ବର୍ଷର ଅକ୍ଷୟ ତୃତୀୟା ମୂଲ୍ୟ ପ୍ରାୟ ୫୦୦୦ ଟଙ୍କା ଅଧିକ ରହିଛି ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଓଡ଼ିଶା ସୁନାବଜାର ବିଶେଷକରି ଭୁବନେଶ୍ୱର ଭଳି ପ୍ରମୁଖ ସହରରେ ଜଣାଶୁଣା ତଥା ପ୍ରତିଷ୍ଠିତ ସୁନା ଅଳଙ୍କାରଗୁଡ଼ିକରେ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଗତ ୨ ବର୍ଷର କାରବାରଠାରୁ ଚଳିତ ବର୍ଷ ୧୫ରୁ ୨୦% ଅଧିକ କାରବାର ପାଇଁ ସବୁ ବର୍ଗର ଜୁଏଲର୍ସ ପ୍ରତିଷ୍ଠାନ ପକ୍ଷରୁ ବ୍ୟାପକ ସମ୍ଭାର ଓ ନୂତନ କଲେକ୍ସନର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସମୟରେ ଭୁବନେଶ୍ୱର ବଜାରରେ ୧୦ ଗ୍ରାମ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ପ୍ରାୟ ୫୧,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୫୯, ୪୦୦ ଟଙ୍କା ରହିଛି ବୋଲି ସହରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri