ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୧।୪: ଗତ କିଛିଦିନ ହେବ ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି। କାରଣ ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନା ଉତ୍ପାଦନ ବ୍ୟାପକ ପରିମାଣରେ ବୃଦ୍ଧି ପାଇଛି। ଏପରିକି ଉତ୍ପାଦନ ବୃଦ୍ଧି ଓ ସ୍ଥାନୀୟ ବଜାରରେ ମାନ୍ଦାବସ୍ଥା ଜାରି ଯୋଗୁ ଦର ମଧ୍ୟ ହ୍ରାସ ଘଟିଛି। ଏହାର ପ୍ରଭାବ ଭାରତୀୟ ସୁନା ବଜାର ଉପରେ ପଡ଼ିଛି। ଫଳରେ ଗତ ସପ୍ତାହ ମଧ୍ୟରେ ପ୍ରାୟ ୨୦୦୦ ଟଙ୍କା ହ୍ରାସ ଘଟିଛି ବୋଲି ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଶଏନ(ଆଇବିଜେଏ) ପକ୍ଷରୁ କୁହାଯାଇଛି। ସେହିଭଳି ଭାରତୀୟ ବଜାରରେ ଆଗକୁ ଅକ୍ଷୟ ତୃତୀୟା ଓ ବିବାହ ଋତୁ ଥିବାରୁ ସୁନା ଦର ହ୍ରାସ ସବୁ ବର୍ଗଙ୍କ ପାଇଁ ଆଶ୍ୱସ୍ତିକର ବୋଲି ବଜାର ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଆମେରିକା ଫେଡେରାଲ ବ୍ୟାଙ୍କର ମୂଲ୍ୟ ବୃଦ୍ଧି ଓ ମୁଦ୍ରାସ୍ଫିତ ହାରରେ ପରିବର୍ତ୍ତନ ଯୋଗୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏହାର ପ୍ରଭାବ ଉତ୍ପାଦନ ଉପରେ ପଡ଼ିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅପରପକ୍ଷରେ ନୂଆଦିଲ୍ଲୀ ବଜାରରେ ମଧ୍ୟ କ୍ରମାଗତ ୨ୟ ସପ୍ତାହ ଲାଗି ସୁନା ଦରରେ ହ୍ରାସ ଘଟିଛି ବୋଲି ଅଲ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲର୍ସ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ୨୨ ଓ ୨୪ ଗ୍ରାମ୍‌ ସୁନା ଦରରେ ପ୍ରାୟ ୧୫୦୦ରୁ ୨୦୦୦ ଟଙ୍କାର ହ୍ରାସ ଘଟି ପ୍ରାୟ ୬୦,୦୦୦ ଟଙ୍କାରେ ରହିଛି। ଗତ ବର୍ଷ ଏହି ସମୟର ମୂଲ୍ୟ ତୁଳନାରେ ୨୦୨୩ ବର୍ଷର ଅକ୍ଷୟ ତୃତୀୟା ମୂଲ୍ୟ ପ୍ରାୟ ୫୦୦୦ ଟଙ୍କା ଅଧିକ ରହିଛି ବୋଲି ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଓଡ଼ିଶା ସୁନାବଜାର ବିଶେଷକରି ଭୁବନେଶ୍ୱର ଭଳି ପ୍ରମୁଖ ସହରରେ ଜଣାଶୁଣା ତଥା ପ୍ରତିଷ୍ଠିତ ସୁନା ଅଳଙ୍କାରଗୁଡ଼ିକରେ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଗତ ୨ ବର୍ଷର କାରବାରଠାରୁ ଚଳିତ ବର୍ଷ ୧୫ରୁ ୨୦% ଅଧିକ କାରବାର ପାଇଁ ସବୁ ବର୍ଗର ଜୁଏଲର୍ସ ପ୍ରତିଷ୍ଠାନ ପକ୍ଷରୁ ବ୍ୟାପକ ସମ୍ଭାର ଓ ନୂତନ କଲେକ୍ସନର ଶୁଭାରମ୍ଭ କରାଯାଇଛି। ବର୍ତ୍ତମାନ ସମୟରେ ଭୁବନେଶ୍ୱର ବଜାରରେ ୧୦ ଗ୍ରାମ ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ପ୍ରାୟ ୫୧,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୫୯, ୪୦୦ ଟଙ୍କା ରହିଛି ବୋଲି ସହରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri