Categories: ବାଣିଜ୍ୟ

ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୨୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଖିମ୍‌ଜୀ ଜୁଏଲର୍ସ ନିଜର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୨୫%ର ରିହାତି ଏବଂ ହୀରା ଅଳଙ୍କାର ଉପରେ ୨୦% ପର୍ଯ୍ୟନ୍ତ ରିହାତି ଭଳି ମନଲୋଭା ଅଫର ପ୍ରଦାନ କରୁଛି। ଏହି ଅଫରଗୁଡିକ ୨୦ ସେପ୍ଟେମ୍ବରରୁ ଓଡ଼ିଶାର ସମସ୍ତ ଖିମ୍‌ଜୀ ଷ୍ଟୋରରେ ଉପଲବ୍ଧ ରହିବ। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଦୁର୍ଗା ପୂଜା ଲୋକଙ୍କ ହୃଦୟରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ। ଚଳିତ ବର୍ଷ ପାର୍ବଣର ଖୁସିକୁ ଦୁଇଗୁଣିତ କରିବାକୁ ଆମେ ଚେଷ୍ଟା କରିଛୁ ଏବଂ ଆମର ଏହି ବିଶେଷ ଅଫର୍‌ ପୂଜା ଋତୁରେ ଅଧିକ ରଙ୍ଗ ଯୋଡିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିପରି ଖିମଜୀ ଜୁଏଲର୍ସରେ ଅଳଙ୍କାରର ବିଶାଳ ସଂଗ୍ରହ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ସର୍ବଦା ଆକର୍ଷିତ କରିଆସୁଛି। ବର୍ଷ ବର୍ଷ ଧରି, ଖିମଜୀ, ଗ୍ରାହକଙ୍କ ଅଳଙ୍କାର କିଣିବା ଢଙ୍ଗକୁ ପରିବର୍ତ୍ତନ ଆଣିବା ସହ ଶୁଦ୍ଧତା, ଆକର୍ଷଣୀୟ ଡିଜାଇନ୍‌ ଏବଂ ରିଟେଲ୍‌ ଅଭିଜ୍ଞତା ଦ୍ୱାରା ଗ୍ରାହକଙ୍କ ବିଶ୍ୱାସ ଜିତି ରିଟେଲ୍‌ ଅଳଙ୍କାର ଶିଳ୍ପକୁ ଆଗେଇ ନେଇଛି। ଏହା ଉଲ୍ଲେଖଯୋଗ୍ୟ ଯେ, ଗ୍ରାହକଙ୍କୁ ହଲମାର୍କ ଅଳଙ୍କାର ଯୋଗାଇବାରେ ଏବଂ ସ୍ବୀକୃତିପ୍ରାପ୍ତ ହୀରା ଅଳଙ୍କାରରେ ୧୦୦% ବାଏ ବ୍ୟାକ୍‌ ଗ୍ୟାରେଣ୍ଟି ଦେବାରେ ଖିମଜୀ ଜୁଏଲର୍ସ ହେଉଛି ରାଜ୍ୟର ପ୍ରଥମ ଜୁଏଲେରି ଶୃଙ୍ଖଳ ଭାବେ ପରିଚିତ ରହିଛି।

Share