ବିଗୁଡୁଛି ଗହୀରମଥା ପରିବେଶ

କେନ୍ଦ୍ରାପଡ଼ା ଅଫିସ, ୨୩।୧୦: ଜାତୀୟ ଉଦ୍ୟାନ ଭିତରକନିକା ନିକଟ ହୁଇଲର ଦ୍ୱୀପରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଶୁକ୍ରବାର ହୋଇଛି। ଦି ଡିଫେନ୍‌ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆର୍‌ଡିଓ) ପକ୍ଷରୁ ଦୁଇମାସ ମଧ୍ୟରେ ଲଗାତର ମିଶାଇଲ ପରୀକ୍ଷଣ ଜାରି ରହିଛି। ଏହି ନିୟୁକ୍ଲିୟର ପରିବହନ କ୍ଷମତାଧାରୀ ମିଶାଇଲ ପରୀକ୍ଷଣ ସମୟରେ ଉତ୍ପନ୍ନ ଆଲୋକ ଓ ଧୂଅଁାର ପ୍ରଭାବ ସିଧାସଳଖ ଜାତୀୟଉଦ୍ୟାନ ମଧ୍ୟରେ ଥିବା ବିରଳ ଅଲିଭରିଡଲେଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ଗହୀରମଥା ଉପରେ ପଡୁଛି। ଫଳରେ ଚଳିତବର୍ଷ ଏହି କଇଁଛଙ୍କ ଆଗମନ ସଂଖ୍ୟା ହ୍ରାସ ପାଇବ ବୋଲି ପରିବେଶବିତମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ବନ୍ୟଜନ୍ତୁ ସୁରକ୍ଷା ସମିତି ସଭାପତି ବିଶ୍ୱଜିତ ମହାନ୍ତି କୁହନ୍ତି ଯେ, ଜାତୀୟ ଉଦ୍ୟାନ ଭିତରକନିକାର ପରିବେଶ ଏବେ ବିଗିଡିବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟ ସହ ତାଳ ଦେଇ ମନୁଷ୍ୟକୃତ କ୍ଷତି ବଢ଼ିଚାଲିଛି। ୨୦୧୯ର ଇକୋ ରିଟ୍ରିଟ ପେଣ୍ଠ ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା। ଉତ୍ସବ ଶେଷରେ କୁଢ଼କୁଢ଼ ପଲିଥିନ ଗଦା ହୋଇଥିଲା। ଏହି ପଲିଥିନ ଅଲିଭରିଡଲେଙ୍କ ପାଇଁ ବିପଦ ସାଜୁଥିବା ବେଳେ ଏବେ ନିକଟସ୍ଥ ହୁଇଲର ଦ୍ୱୀପରୁ ଲଗାତର ମିଶାଇଲ ଟେଷ୍ଟିଂ ହେଉଛି। ପ୍ରତିବର୍ଷ ଏହି ସମୟରେ ଲକ୍ଷାଧିକ ଅଲିଭରିଡଲେ କଇଁଛଙ୍କ ଆଗମନ ହୋଇଥାଏ। ଏଥିପାଇଁ ଗହୀରମଥା ଅଞ୍ଚଳରେ ନଭେମ୍ବର ପହିଲାରୁ ମେ ୩୧ ଯାଏ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଥାଏ। ମିଶାଇଲ ପରୀକ୍ଷଣ ଏହି ବିରଳ ସାମୁଦ୍ରିକ ଜୀବଙ୍କୁ ପଥଭ୍ରଷ୍ଟ କରିବ। ସେ କହିଛନ୍ତି, ଅଲିଭରିଡଲେଙ୍କ ପ୍ରଜନନ ସମୟରେ ଟେଷ୍ଟ ଫାୟାରିଂ ନ କରିବାକୁ ତତ୍କାଳୀନ ଡିଆରଡିଓ ମୁଖ୍ୟ ଡ. ଅବଦୁଲ କଲାମଙ୍କୁ ପରିବେଶବିତ୍‌ ବାଙ୍କବିହାରୀ ଦାସ ଅନୁରୋଧ କରିଥିଲେ। ଏଥିସହ ହୁଇଲର ଦ୍ୱୀପର ଆଲୋକ କଇଁଛଙ୍କୁ ଦିଗଭ୍ରଷ୍ଟ୍ର କରୁଥିବା ତଥ୍ୟ ତାଙ୍କ ସମ୍ମୁଖରେ ରଖିଥିଲେ। ଏ ନେଇ ଆଲୋଚନା ପରେ କଇଁଛଙ୍କ ଆଗମନଠାରୁ ଶାବକଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ ସାମରିକ କର୍ତ୍ତୃପକ୍ଷ ସୁରକ୍ଷା ପ୍ରଦାନ କରାଯିବ ବୋଲି ଡ. କଲାମ ଆଶ୍ୱାସନା ଦେଇଥିଲେ। ତେବେ ତାଙ୍କ ପରଲୋକ ପରେ ମିଶାଇଲ ଟେଷ୍ଟ ଫାୟାରିଂ ଜାରି ରହିଛି। ସାମୁଦ୍ରିକ ଜୀବ ଓ ଅଲିଭରିଡଲେ କଇଁଛ ସୁରକ୍ଷା ସମିତି ସଭାପତି ହେମନ୍ତ କୁମାର ରାଉତ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଭିତରକନିକାର ପରିବେଶକୁ ବିଗାଡ଼ି ଦେଇଛି। ଗତ ବର୍ଷକ ମଧ୍ୟରେ କଇଁଛଙ୍କ ଅନ୍ୟତମ ଅନ୍ତୁଡିଶାଳ ଅଗରନାଶୀ ଦ୍ୱୀପ ସମୁଦ୍ର ମଧ୍ୟରେ ଲୀନ ହୋଇଛି। ସେହିପରି ବିଭିନ୍ନ ସମୟରେ ହେଉଥିବା ସାମୁଦ୍ରିକ ଝଡ଼ ଓ ଜୁଆରରେ ନାଶୀ-୨ର ତଟକ୍ଷୟ କରିଛି। ଏହି ସ୍ଥାନରେ ଅଲିଭରିଡଲେଙ୍କ ଭିଡ ଅଧିକ ହୋଇଥାଏ। ତଟକ୍ଷୟ ସହ ହୁଇଲର ଦ୍ୱୀପରୁ ଲଗାତର କ୍ଷେପଣାସ୍ତ୍ର ପରୀକ୍ଷା କଇଁଛଙ୍କ ଆଗମନ ଉପରେ ପ୍ରଭାବ ପକାଇବ। ପରିବେଶବିତ୍‌ ଜଗନ୍ନାଥ ଦାସ କହିଛନ୍ତି, ତଟାଞ୍ଚଳରେ ଚିଙ୍ଗୁଡି ଘେରି ପରିବେଶକୁ ନଷ୍ଟ କରୁଥିବା ବେଳେ କ୍ଷେପଣାସ୍ତ୍ର ପରୀକ୍ଷା ଶୁଭଙ୍କର ନୁହେଁ। ଏ ନେଇ ବନ ବିଭାଗ ଓ ଡିଆରଡିଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହେବା ଜରୁରୀ। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଅଲିଭରିଡେଲ କଇଁଛଙ୍କ ଆଗମନ ସମ୍ପର୍କରେ ଡିଆରଡିଓକୁ ଚିଠି ଦ୍ୱାରା ସୂଚନା ଦିଆଯାଇଛି। ଖୁବ୍‌ଶୀଘ୍ର ଏ ନେଇ ଅଧିକ ଆଲୋଚନା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?