Posted inଖେଳ

ଆଇପିଏଲ୍‌ରେ ଡୋପିଂ ରୋକିବାକୁ ପ୍ରୟାସ

ନୂଆଦିଲ୍ଲୀ,୩୦।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଡୋପିଂ ରୋକିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହି ଦାୟିତ୍ୱରେ ଥିବା ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ନମୁନା ସଂଗ୍ରହ ପ୍ରକ୍ରିୟାକୁ ଆଉଟ୍‌ସୋର୍ସ କରିବ। ଏଥର ଆଇପିଏଲ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବାରୁ ନାଡ଼ା ପାଇଁ ଏହି ପ୍ରକିୟା ଅଧିକ ବ୍ୟୟ ବହୁଳ ସାବ୍ୟସ୍ତ ହେବ। ଫଳରେ ଏଥିପାଇଁ ନାଡ଼ା ଆଉଟ୍‌ସୋର୍ସ କରିବା ସମ୍ଭାବନା ସୃଷ୍ଟି ହୋଇଛି।
ଏହି କ୍ରମରେ ନାଡ଼ା ପାଇଁ ଏକାଧିକ ବିକଳ୍ପ ରହିଛି। ନାଡ଼ା ୟୁଏଇ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡୋ)ର ସାହାଯ୍ୟ ନେଇପାରିବ କିମ୍ବା ସ୍ବିଡେନର ଇଣ୍ଟରନ୍ୟାଶନାଲ ଡୋପ୍‌ ଟେଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଡିଟିଏମ୍‌) ସହ ଯୋଗାଯୋଗ କରି କାର୍ଯ୍ୟକ୍ରମ ସ୍ଥିର କରିବ। ୨୦୧୯ ତୃତୀୟ ଭାଗ ବେଳକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନାଡ଼ା ଅଧୀନକୁ ଆସିଥିଲା। ଫଳରେ ଚଳିତ ବର୍ଷ ପ୍ରଥମଥର ପାଇଁ ଆଇପିଏଲ୍‌ରେ ନମୁନା ସଂଗ୍ରହ କରିବ। ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। କୋଭିଡ୍‌-୧୯ ମହାମାରୀ କାରଣରୁ ବିସିସିଆଇ ଆଇପିଏଲ୍‌କୁ ଦେଶ ବାହାରେ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।
ଆଇପିଏଲ୍‌ କାର୍ଯ୍ୟସୂଚୀ ସ୍ଥିର ହେବା ପରେ ନାଡ଼ାକୁ ସୂଚନା ଦିଆଯିବ। ନାଡ଼ା ନମୁନା ସଂଗ୍ରହ ଓ ପରିବହନ ଖର୍ଚ୍ଚ ତୁଲାଇବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ନାଡ଼ା ଡିଜି ନବୀନ ଅଗ୍ରଓ୍ବାଲ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏ ନେଇ ସବୁକିଛି ସ୍ଥିର ହେବା ପରେ ଯାଇ ଆମେ ଯାହା କିଛି ସୂଚନା ଦେବୁ ବୋଲି ସେ କହିଛନ୍ତି। ୨୦୧୯ ଆଇପିଏଲ୍‌ ପର୍ଯ୍ୟନ୍ତ ବିସିସିଆଇ ନମୁନା ସଂଗ୍ରହର ଖର୍ଚ୍ଚ ବହନ କରୁଥିଲା। ବିଶ୍ୱ ନିବାରଣ ସଂସ୍ଥା (ଓ୍ବାଡ଼ା) ମାନ୍ୟତାପ୍ରାପ୍ତ ଏଜେନ୍ସି ଆଇଡିଟିଏମ୍‌କୁ ପରୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏଥର ନାଡା ନମୁନା ସଂଗ୍ରହ କରି ଏହାକୁ ଓ୍ବାଡ଼ା ମାନ୍ୟତାପ୍ରାପ୍ତ ଦୋହାସ୍ଥିତ ଲାବୋରାଟୋରିକୁ ପଠାଇବ। ଏହି ପ୍ରକ୍ରିୟା ନିଶ୍ଚିତ ଭାବେ ବ୍ୟୟବହୁଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri