Posted inଖେଳ

ଆଇପିଏଲ୍‌ରେ ଡୋପିଂ ରୋକିବାକୁ ପ୍ରୟାସ

ନୂଆଦିଲ୍ଲୀ,୩୦।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଡୋପିଂ ରୋକିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହି ଦାୟିତ୍ୱରେ ଥିବା ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ନମୁନା ସଂଗ୍ରହ ପ୍ରକ୍ରିୟାକୁ ଆଉଟ୍‌ସୋର୍ସ କରିବ। ଏଥର ଆଇପିଏଲ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଥିବାରୁ ନାଡ଼ା ପାଇଁ ଏହି ପ୍ରକିୟା ଅଧିକ ବ୍ୟୟ ବହୁଳ ସାବ୍ୟସ୍ତ ହେବ। ଫଳରେ ଏଥିପାଇଁ ନାଡ଼ା ଆଉଟ୍‌ସୋର୍ସ କରିବା ସମ୍ଭାବନା ସୃଷ୍ଟି ହୋଇଛି।
ଏହି କ୍ରମରେ ନାଡ଼ା ପାଇଁ ଏକାଧିକ ବିକଳ୍ପ ରହିଛି। ନାଡ଼ା ୟୁଏଇ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡୋ)ର ସାହାଯ୍ୟ ନେଇପାରିବ କିମ୍ବା ସ୍ବିଡେନର ଇଣ୍ଟରନ୍ୟାଶନାଲ ଡୋପ୍‌ ଟେଷ୍ଟ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଡିଟିଏମ୍‌) ସହ ଯୋଗାଯୋଗ କରି କାର୍ଯ୍ୟକ୍ରମ ସ୍ଥିର କରିବ। ୨୦୧୯ ତୃତୀୟ ଭାଗ ବେଳକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନାଡ଼ା ଅଧୀନକୁ ଆସିଥିଲା। ଫଳରେ ଚଳିତ ବର୍ଷ ପ୍ରଥମଥର ପାଇଁ ଆଇପିଏଲ୍‌ରେ ନମୁନା ସଂଗ୍ରହ କରିବ। ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୮ ତାରିଖରେ ଶେଷ ହେବ। କୋଭିଡ୍‌-୧୯ ମହାମାରୀ କାରଣରୁ ବିସିସିଆଇ ଆଇପିଏଲ୍‌କୁ ଦେଶ ବାହାରେ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।
ଆଇପିଏଲ୍‌ କାର୍ଯ୍ୟସୂଚୀ ସ୍ଥିର ହେବା ପରେ ନାଡ଼ାକୁ ସୂଚନା ଦିଆଯିବ। ନାଡ଼ା ନମୁନା ସଂଗ୍ରହ ଓ ପରିବହନ ଖର୍ଚ୍ଚ ତୁଲାଇବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ତେବେ ଏ ସଂକ୍ରାନ୍ତରେ ନାଡ଼ା ଡିଜି ନବୀନ ଅଗ୍ରଓ୍ବାଲ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏ ନେଇ ସବୁକିଛି ସ୍ଥିର ହେବା ପରେ ଯାଇ ଆମେ ଯାହା କିଛି ସୂଚନା ଦେବୁ ବୋଲି ସେ କହିଛନ୍ତି। ୨୦୧୯ ଆଇପିଏଲ୍‌ ପର୍ଯ୍ୟନ୍ତ ବିସିସିଆଇ ନମୁନା ସଂଗ୍ରହର ଖର୍ଚ୍ଚ ବହନ କରୁଥିଲା। ବିଶ୍ୱ ନିବାରଣ ସଂସ୍ଥା (ଓ୍ବାଡ଼ା) ମାନ୍ୟତାପ୍ରାପ୍ତ ଏଜେନ୍ସି ଆଇଡିଟିଏମ୍‌କୁ ପରୀକ୍ଷା ପାଇଁ ଦାୟିତ୍ୱ ଦିଆଯାଇଥିଲା। ଏଥର ନାଡା ନମୁନା ସଂଗ୍ରହ କରି ଏହାକୁ ଓ୍ବାଡ଼ା ମାନ୍ୟତାପ୍ରାପ୍ତ ଦୋହାସ୍ଥିତ ଲାବୋରାଟୋରିକୁ ପଠାଇବ। ଏହି ପ୍ରକ୍ରିୟା ନିଶ୍ଚିତ ଭାବେ ବ୍ୟୟବହୁଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri