ପରମ୍ପରା ବଞ୍ଚାଇବାକୁ ପ୍ରୟାସ

କାମାକ୍ଷାନଗର, ୬।୬ ମହାମାରୀ କରୋନା ପାଇଁ ଅଟକି ଯାଇଥିଲା ମଣିଷ। ଜିଇବାକୁ ଚାଲିଥିବା ଯୁଦ୍ଧରେ ମଳିନ ପଡ଼ିଯାଇଥିଲା କଳାସଂସ୍କୃତି। କେବଳ ପରମ୍ପରା ବଞ୍ଚାଇ ରଖିବାକୁ କାମଚଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ରଙ୍ଗହୀନ ହୋଇପଡ଼ିଥିଲା ମେଳା, ମହୋତ୍ସବ, ଯାନିଯାତ୍ରା। ଏବେ ଭୂତାଣୁ ଭୟ କମିଛି। ସ୍ବାଭାବିକ ହେବାରେ ଲାଗିଛି ଜୀବନଯାତ୍ରା। ଏଭଳି ସମୟରେ ଦୀର୍ଘ ୨ବର୍ଷ ପରେ ଆୟୋଜିତ ହେଉଥିବା ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଆଳତୁମାର ପ୍ରସିଦ୍ଧ ‘ରଜ ମହୋତ୍ସବ’କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିପୁଳ ଉତ୍ସାହ।
ଆଳତୁମା ଗ୍ରାମ ରାମିଆଳ ନଦୀ ତଟରେ ଥିବା ବିସ୍ତୀର୍ଣ୍ଣ ଆମ୍ବତୋଟାରେ ସ୍ଥାନୀୟ ଅଞ୍ଚଳର ଯୁବତୀଯୁବକମାନେ ପାରମ୍ପରିକ ଭାବେ ରଜଦୋଳି ବାନ୍ଧି ଓଡ଼ିଶାର ପ୍ରସିଦ୍ଧ ପର୍ବ ରଜ ପାଳନ କରୁଥିଲେ। ଅତି ସାଧାରଣ ମହୋତ୍ସବରୁ ଅପ୍ରତ୍ୟାଶିତ ଭାବେ ଏହାର କଳେବର ବଦଳିଛି। ୨୦୦୯ରୁ ଆରମ୍ଭ ହୋଇଥିବା ରଜ ମହୋତ୍ସବ ଏବେ ପରିଣତ ହୋଇଛି ରାଜ୍ୟସ୍ତରୀୟ ମହୋତ୍ସବରେ। ତେବେ ଇଚ୍ଛା ଥିଲେ ବି କରୋନା କାରଣରୁ ଗତ ୨ବର୍ଷ ହେଲା ବନ୍ଦ ହୋଇଯାଇଥିଲା ଏହି ପ୍ରସିଦ୍ଧ ଉତ୍ସବ। ସଂକ୍ରମଣ ହ୍ରାସ ପାଇବା ପରେ ୧୪ଶ ରଜ ମହୋତ୍ସବକୁ ଜାକ୍‌ଜମକରେ ପାଳନ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି।
ରଜ ମହୋତ୍ସବ କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୪ରୁ ୧୬ ତାରିଖ ଯାଏ ରାମିଆଳ ନଦୀକୂଳ ଆମ୍ବତୋଟାରେ ମହୋତ୍ସବ ପାଳିତ ହେବ। ପାରମ୍ପରିକ ଦୋଳି ଝୁଲା ସହିତ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସକାଳ ୭ଟାରୁ ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ଏଥିପୂର୍ବରୁ କାମାକ୍ଷାନଗର କଲ୍ୟାଣ ମଣ୍ଡପରେ ପ୍ରତିଭାବାନ୍‌ କଳାକାରଙ୍କୁ ନେଇ ନୃତ୍ୟ, ସଙ୍ଗୀତ ଏବଂ ଏକକ ଅଭିନୟର ମେଗା ଅଡିଶନ ଶେଷ ହୋଇଛି। ବିଚାରକଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୪୬ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଛି। ମହୋତ୍ସବର ପ୍ରଥମ ଦିନରେ ସେମାନେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଶ୍ରେଷ୍ଠ ୩ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ଏଥିସହ ପୂର୍ବାହ୍ନରେ ରଜଗୀତ, ରଙ୍ଗୋଲି ସାଙ୍ଗକୁ ପାରମ୍ପରିକ ପିଠା ପ୍ରତିଯୋଗିତା ହେବ। ମନୋରଞ୍ଜନ ପାଇଁ ସମ୍ବଲପୁର ଅଞ୍ଚଳର ଲୋକନୃତ୍ୟ ପରିବେଷଣ କରାଯିବ। ଦ୍ୱିତୀୟ ଦିନରେ ରାଜ୍ୟସ୍ତରରୁ ଆସିଥିବା କଳାକାରମାନେ ଲୋକକଳା ପ୍ରଦର୍ଶନ କରିବେ। ପୂର୍ବାହ୍ନରେ ଶିଶୁ କଳାକାରଙ୍କ ଦ୍ୱାରା କୌତୁକ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ତିମ ଦିବସରେ ରଜ ପ୍ରଶ୍ନମଞ୍ଚ ସହିତ ନୃତ୍ୟସଙ୍ଗୀତର କାର୍ଯ୍ୟକ୍ରମ ରହିଛି। ଏହିଦିନ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଗ୍ରାମବାସୀ, ସ୍ଥାନୀୟ ରାଜନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଛନ୍ତି। ଏହି ରାଜ୍ୟସ୍ତରୀୟ ମହୋତ୍ସବରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୋଲିସ ପ୍ରଶାସନର ସହଯୋଗ ନିଆଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ: ଗୁଜବ ଉପରେ…

ଭୁବନେଶ୍ୱର,୨୭।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ।…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ଆଉ ଶୁଭିବନି ଲକ୍ଷ୍ମଣ ମାଷ୍ଟ୍ରେଙ୍କ ତବଲା ଶବ୍ଦ, ଝୁରୁଛନ୍ତି ଅଞ୍ଚଳବାସୀ

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ଦେହାନ୍ତ ହୋଇଛି । ସମଗ୍ର ଭାରତ ବର୍ଷରେ ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri