ମାତିଛନ୍ତି ଦଲାଲ, ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଟଙ୍କା ହଡ଼ପ ଉଦ୍ୟମ

ନବରଙ୍ଗପୁର,୪।୮(ସଦାଶିବ ପ୍ରହରାଜ): ଲୋକଙ୍କ ନିରାକ୍ଷରତାର ଫାଇଦା ଉଠାଉଛନ୍ତି ଦଲାଲ। ଏହାଦ୍ୱାରା ସରକାରୀ ଯୋଜନା କଳୁଷିତ ହେଉଛି। ଏହିଭଳି କେତେକ ଘଟଣା ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତର ଡଙ୍ଗରିଗୁଡା, ଦେଓଳା, ଚଟାହାଣ୍ଡି ପଞ୍ଚାୟତର ସୁଗ୍ରୀଗୁଡ଼ା(ଦେଓଦରା, ଟିକରଗୁଡା ଏବଂ ବସିନୀ ଗାଁ ରେ ଘଟିଛି। ଶ୍ରମ ବିଭାଗରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ଘଟିଲେ ୨ ଲକ୍ଷ ୫ ହଜାର ଟଙ୍କା ବୀମା ରାଶୀ ସରକାର ପ୍ରଦାନ କରୁଛିନ୍ତି। ଦଲାଲମାନେ ହିତାଧିକାରୀଙ୍କ ସରଳତା, ନିରକ୍ଷରତା ଓ ସଚେତନତାର ଅଭାବର ଫାଇଦା ଉଠାଉ ଜୀବିତ ଶ୍ରମିକଙ୍କୁ ମୃତ ଦେଖାଇ ଟଙ୍କା ହଡ଼ପ ଉଦ୍ୟମ କରୁଛନ୍ତି। ଏହାପରେ ଚଟାହାଣ୍ଡି ସରପଞ୍ଚ ଚଞ୍ଚଳା ସାନ୍ତା ନବରଙ୍ଗପୁର ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିବା ସହ ସହାୟତା ରାଶି ପ୍ରଦାନ ପୂର୍ବରୁ ଲୋକ ପ୍ରତିନିଧିଙ୍କୁ କାହିଁକି ଜଣା ଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି।
ଡଙ୍ଗରୀଗୁଡା, ଦେଓଳା, ଶୁଗ୍ରୀ ଗୁଡା (ଦେଓଦରା), ଟିକରଗୁଡା ଏବଂ ବସିନୀ ଗାଁର ୮ଜଣ ଜୀବିତ ନିର୍ମାଣ ଶ୍ରମିକଙ୍କ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ରାଶି ୨ଲକ୍ଷ୫ହଜାର ଟଙ୍କା ଲେଖାଏ ହଡ଼ପ କରିବାକୁ ଦଲାଲ ଯୋଜନା କରିଥିଲେ। ଶ୍ରମିକଙ୍କୁ ୫୦ହଜାର ଟଙ୍କାର ଋଣ କରାଇଦେବା ଆଶା ଦେଖାଇ ଥିଲେ। ଉକ୍ତ ଟଙ୍କାରୁ ଦଲାଲ ୧୦ ହଜାର ରଖି ହିତାଧିକାରୀଙ୍କୁ ୪୦ ହଜାର ଟଙ୍କା ଦେବେ ବୋଲି କହିବା ସହ ଋଣ ଟଙ୍କା ଶୁଝିବାକୁ ପଡ଼ିବ ନାହିଁ ବୋଲି ଜଣାଇଥିଲେ। ଏହାପରେ ଡ଼ଙ୍ଗାରିଗୁଡା ଗାଁର ଖାଗପତି ପାଇକଙ୍କଠାରୁ ଦଲାଲ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌, ଲେବରକାର୍ଡ ଓ ଫଟୋଆଦି ନେଇଥିଲେ। ଏହାପରେ ସେ ସବୁ ନେଇ ମୃତ୍ୟୁକାଳୀନ ସହାୟତା ରାଶୀ ପାଇଁ ଦଲାଲ ଆବେଦନ କରିଥିଲେ। ଶ୍ରମ ବିଭାଗ ମଧ୍ୟ ସହାୟତା ରାଶିକୁ ମଞ୍ଜୁର କରିଦେଇଥିଲା। ଜାନୁୟାରୀ ୨ରେ ଖଗପତିଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରମାଣପତ୍ର ଓ ଫେବୃଆରୀ ୫ରେ ଭାନୁମତୀଙ୍କ ନାମରେ ଉତ୍ତରାଧିକାରୀ ପ୍ରମାଣପତ୍ର ଦଲାଲ ତିଆରିକଲେ। ଯାହାର କ୍ରମିକ ନମ୍ବର ୦୦୦୧୮୯ ରହିଛି । ତାହା ନକଲି ବୋଲି ଜଣା ପଡିଛି। ଉତ୍ତରାଧିକାରୀ ପ୍ରମାଣପତ୍ରରେ ପାପଡ଼ାହାଣ୍ଡିର ପୂର୍ବତନ ତହସିଲଦାର ପ୍ରେମଲଲ ହିଆଲଙ୍କ ଦସ୍ତଖତ ରହିଛି। ସେ ଦୁଇବର୍ଷ ହେବ ଜିଲାରୁ ବଦଳି ହୋଇ ସାରିଛନ୍ତି। ତଦନ୍ତରୁ ଏହା ଜଣା ପଡ଼ିଛି। ଦେଉଳା ଗାଁ ଦେବ ଗୌଡ଼ ରାୟଗଡ଼ାକୁ ଦାଦନ ଖଟିବାକୁ ଯାଇଥିବାବେଳେ ୨୦୨୩ ଜାନୁଆରୀ ୧ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରମାଣପତ୍ର ତିଆରି ହୋଇଛି। ସୁଗ୍ରୀଗୁଡ଼ା ଗାଁର ଲାଖିନାଥ ଜାନୀ ଙ୍କ ସ୍ତ୍ରୀ ଦଇମତିଙ୍କ ୨୦୨୩ ଫେବୃଆରୀ ୫ରେ ଓ ଡାଲିମ୍ବ ମାଝିଙ୍କ ଜାନୁଆରୀ ୧୦ରେ ମୃତ୍ୟୁ ହୋଇଥିବା ପ୍ରମାଣପତ୍ର ତିଆରି ହୋଇଛି। ଡାଲିମ୍ବଙ୍କ ସ୍ବାମୀ କମଳ ଲୋଚନ ଓ ପୁଅ ଲୋକେଶଙ୍କ ନାଁରେ ଉତ୍ତରାଧିକାରୀ ପ୍ରମାଣପତ୍ର ଦଲାଲ ତିଆରି କରି ଦାଖଲ କରିଛନ୍ତି। ଟିକରାଗୁଡ଼ା ଗାଁର ତ୍ରିଲୋଚନ ଜାନୀଙ୍କ ୧ ଜାନୁୟାରୀ ୨୦୨୨ରେ ମୃତ୍ୟୁ ହୋଇଛି। କିନ୍ତୁ ୨୦୨୨ ଡିସେମ୍ବର ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରମାଣପତ୍ର ଦାଖଲ ହୋଇଛି। ବାପା ମହେଶ୍ବରଙ୍କ ନାଁରେ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ହୋଇଛି। ଡଙ୍ଗରୀଗୁଡା ଗାଁର ଭାସ୍କର ପୂଜାରୀ, ଦଶମୁ ତନ୍ତୀ, ଦେଉଳା ଗ୍ରାମର ବଳଦେବ ଭତ୍ରା, ବାସନୀ ଗାଁର ସେବତୀ ଭତ୍ରା, ଡାଳିମ୍ବ ଚାଲାଣ ଓ ଦେଓଦୋରାର ଗାଁର ଡାଳିମ୍ବ ମାଝିଙ୍କ ନାମ ମଧ୍ୟ ମୃତ୍ୟୁକାଳୀନ ସହାୟତା ପାଇଁ ଆବେଦନ ହୋଇଛି।
ନବରଙ୍ଗପୁର ମଣ୍ଡଳଶ୍ରମ ଆୟୁକ୍ତ କୁବେର ବେହେରାଙ୍କୁ ପଚାରିବାରୁ ଘଟଣାରେ ସତ୍ୟତା ଥିବା ସ୍ବୀକାର କରିବା ସହ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ସ୍ଥଗିତ ରଖାଯାଇଛି। ଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପଞ୍ଜିକୃତ ଶ୍ରମିକଙ୍କ ମୃତ୍ୟୁ ପରେ ଅନଲାଇନରେ ଆବେଦନ କରିହେବ। ଏହା କଲ୍ୟାଣ ସମନ୍ବୟ ଅଧିକାରୀଙ୍କ ନିକଟକୁ ଆସିବା ପରେ ଆଧାର, ଭୋଟ ପରିଚୟ ପତ୍ର, ଶ୍ରମିକ କାର୍ଡ, ମୃତ୍ୟୁ, ଉତ୍ତରାଧିକାରୀ ପ୍ରମାଣପତ୍ର ଆବେଦନର ଅଛିକି ନାହିଁ ସେ ଯାଞ୍ଚ କରିବେ। ଏହାପରେ ସେ ଜିଲା ଶ୍ରମ ଅଧିକାରୀଙ୍କୁ ପଠାଇ ଦେବେ। ଜିଲାଶ୍ରମ ଅଧିକାରୀ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଜରିଆରେ, ହିତାଧିକାରୀଙ୍କ ଘରକୁ ଯାଇ, ଟେଲିଫୋନ ମାଧ୍ୟମରେ ଓ କର୍ମଚାରୀଙ୍କୁ ପଠାଇ ସତ୍ୟତା ଯାଞ୍ଚ କରିବାପରେ ଆବେଦନରେ ସତ୍ୟତା ଥିଲେ ଜିଲାପାଳଙ୍କୁ ଅନୁମୋଦନ ପାଇଁ ପଠାଇବେ। ଅନୁମୋଦନ ପରେ ସହାୟତା ମିଳିବ। ତେବେ ଏସବୁ ତଦନ୍ତ ନହୋଇ ଜିଲାପାଳଙ୍କ ନିକଟକୁ ପଠାଇଦିଆଗଲା। ଜିଲା ଶ୍ରମ ଅଧିକାରୀ ଛୁଟିରେ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

Operation Hawkeye: ଆମେରିକୀୟ ନାଗରିକଙ୍କ ମୃତ୍ୟୁ ପରେ କାର୍ଯ୍ୟାନୁଷ୍ଠାନ, ଏୟାରଷ୍ଟ୍ରାଇକରେ ISIS ଆଡ୍ଡା ଧ୍ବସଂ

ନୂଆଦିଲ୍ଲୀ,୨୦ା୧୨: ଆମେରିକା ପୁଣି ଥରେ ସିରିଆରେ ଇସଲାମିକ୍ ଷ୍ଟେଟ୍ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି। ପାଲମିରା ଅଞ୍ଚଳରେ ଏକ ଆକ୍ରମଣରେ ଆମେରିକୀୟ...

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri