କୋର୍ଟକୁ ଦୂରେଇ ଦେବାର ପ୍ରୟାସ

ନୂଆଦିଲ୍ଲୀ, ୧୧ା୫(ପି.ଟି.): କୋଭିଡ୍‌-୧୯ ଟିକାକରଣ ନୀତି ଯଥାର୍ଥ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ବୈଜ୍ଞାନିକ ମତାମତ ଓ ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଆଧାରରେ ଟିକା ନୀତି ପ୍ରସ୍ତୁତ ହୋଇଛି। ତେଣୁ ଏଥିରେ ହସ୍ତକ୍ଷେପ କରିବା ଏବଂ ଦେଶର ସବୁ ବୟସ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବା ଉପରେ ଗୁରୁତ୍ୱ ଦେବାର କୌଣସି ଅବକାଶ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ଦ୍ୱାରା କୋର୍ଟକୁ ଟିକା ସମ୍ପର୍କିତ ନିଷ୍ପତ୍ତିରୁ ଦୂରେଇ ରଖିବା ଲାଗି ସରକାର ପ୍ରୟାସ ଆରମ୍ଭ କରିଛନ୍ତି।
ସୋମବାର ପୂର୍ବାହ୍ନରେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼. ଏଲ୍‌.ଏନ୍‌. ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟ ଟିକାକରଣ ସମ୍ପର୍କରେ ନିଜଆଡୁ ଏକ ମାମଲାର ଶୁଣାଣି କରି ଟିକାର ଭିନ୍ନ ଭିନ୍ନ ଦାମ୍‌, ଯୋଗାଣ ନିଅଣ୍ଟ ଏବଂ ମନ୍ଥର ଟିକାଦାନକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଥିଲେ। ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ରାତିରେ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରାଯାଇଥିଲା। ସର୍ଭର ଡାଉନ ରହିବାରୁ ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଧାର୍ଯ୍ୟ କରାଯାଇଛି। ଗତ ସପ୍ତାହରେ ସର୍ବୋଚ୍ଚ ଅଦାଲତ ପଚାରିଥିବା ପ୍ରଶ୍ନ ଉପରେ ସରକାର ସତ୍ୟପାଠ ମାଧ୍ୟମରେ ଉତ୍ତର ରଖିଥିଲେ। ଏଥିରେ ଟିକା ନୀତିକୁ ଯଥାର୍ଥ ବୋଲି ଦର୍ଶାଯିବା ସହ ନ୍ୟାୟପାଳିକା ହସ୍ତକ୍ଷେପକୁ ବିରୋଧ କରାଯାଇଥିଲା। ହସ୍ତକ୍ଷେପର ପରିଣାମ ଅପ୍ରତ୍ୟାଶିତ ଓ ଅନପେକ୍ଷିତ ହୋଇପାରେ ବୋଲି ଏଥିରେ କୁହାଯାଇଥିଲା।
ସାରା ବିଶ୍ୱ ମହାମାରୀ କବଳିତ ହୋଇଥିବାବେଳେ ଏହାର ମୁକାବିଲା ପାଇଁ ସମସ୍ତ ନୀତି ବୈଜ୍ଞାନିକ ଓ ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ନିଆଯାଉଛି। ଦୁଇ ଟିକା କମ୍ପାନୀ ସହ ବୁଝାମଣା କ୍ରମେ ସାରା ଦେଶରେ ଟିକା ଦାମ୍‌ ସମାନ ଓ କମ୍‌ ରହିଛି। କେତେକ ରାଜ୍ୟ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ଘୋଷଣା କରିଛନ୍ତି ବୋଲି କେନ୍ଦ୍ର ସରକାର ଅଦାଲତଙ୍କୁ ଜଣାଇଥିଲେ। ୨୧୮ ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ଦର୍ଶାଇଛି, ସମ୍ବିଧାନର ଅନୁଚ୍ଛେଦ ୧୪ ଏବଂ ୨୧ର ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭିନ୍ନ ରାଜ୍ୟ ସରକାର, ବିଶେଷଜ୍ଞ ଏବଂ ଟିକା ଉତ୍ପାଦନକାରୀ କମ୍ପାନୀ ସହ ଏକାଧିକ ପର୍ଯ୍ୟାୟ ପରାମର୍ଶ ଓ ଆଲୋଚନାକ୍ରମେ ଟିକା ନୀତି ପ୍ରସ୍ତୁତ ହୋଇଛି। ମହାମାରୀ ସମୟରେ ବୃହତର ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ କୋର୍ଟ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି। ସୂଚନାଯୋଗ୍ୟ କୋଭିଡ୍‌ ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ହସ୍ପିଟାଲଗୁଡ଼ିକୁ ଆବଶ୍ୟକ ପରିମାଣର ଅକ୍ସିଜେନ୍‌
ଯୋଗାଇ ନ ପାରିବା ଘଟଣାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ଭର୍ତ୍ସନା କରିଥିଲେ। ଦିଲ୍ଲୀକୁ ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ଯୋଗାଇବାରେ ବିଫଳ ହୋଇଥିବାରୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହ ଅଦାଲତ ଅବମାନନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନାରେ ବିଫଳତାକୁ ସମାଲୋଚନା କରିଥିଲେ। ଏବେ ସରକାର ଅଦାଲତକୁ ଟିକା ନୀତିଠାରୁ ଦୂରେଇ ରଖିବା ପାଇଁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri