କୋର୍ଟକୁ ଦୂରେଇ ଦେବାର ପ୍ରୟାସ

ନୂଆଦିଲ୍ଲୀ, ୧୧ା୫(ପି.ଟି.): କୋଭିଡ୍‌-୧୯ ଟିକାକରଣ ନୀତି ଯଥାର୍ଥ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ବୈଜ୍ଞାନିକ ମତାମତ ଓ ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଆଧାରରେ ଟିକା ନୀତି ପ୍ରସ୍ତୁତ ହୋଇଛି। ତେଣୁ ଏଥିରେ ହସ୍ତକ୍ଷେପ କରିବା ଏବଂ ଦେଶର ସବୁ ବୟସ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବା ଉପରେ ଗୁରୁତ୍ୱ ଦେବାର କୌଣସି ଅବକାଶ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ଦ୍ୱାରା କୋର୍ଟକୁ ଟିକା ସମ୍ପର୍କିତ ନିଷ୍ପତ୍ତିରୁ ଦୂରେଇ ରଖିବା ଲାଗି ସରକାର ପ୍ରୟାସ ଆରମ୍ଭ କରିଛନ୍ତି।
ସୋମବାର ପୂର୍ବାହ୍ନରେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼. ଏଲ୍‌.ଏନ୍‌. ରାଓ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟ ଟିକାକରଣ ସମ୍ପର୍କରେ ନିଜଆଡୁ ଏକ ମାମଲାର ଶୁଣାଣି କରି ଟିକାର ଭିନ୍ନ ଭିନ୍ନ ଦାମ୍‌, ଯୋଗାଣ ନିଅଣ୍ଟ ଏବଂ ମନ୍ଥର ଟିକାଦାନକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଥିଲେ। ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ରାତିରେ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରାଯାଇଥିଲା। ସର୍ଭର ଡାଉନ ରହିବାରୁ ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଧାର୍ଯ୍ୟ କରାଯାଇଛି। ଗତ ସପ୍ତାହରେ ସର୍ବୋଚ୍ଚ ଅଦାଲତ ପଚାରିଥିବା ପ୍ରଶ୍ନ ଉପରେ ସରକାର ସତ୍ୟପାଠ ମାଧ୍ୟମରେ ଉତ୍ତର ରଖିଥିଲେ। ଏଥିରେ ଟିକା ନୀତିକୁ ଯଥାର୍ଥ ବୋଲି ଦର୍ଶାଯିବା ସହ ନ୍ୟାୟପାଳିକା ହସ୍ତକ୍ଷେପକୁ ବିରୋଧ କରାଯାଇଥିଲା। ହସ୍ତକ୍ଷେପର ପରିଣାମ ଅପ୍ରତ୍ୟାଶିତ ଓ ଅନପେକ୍ଷିତ ହୋଇପାରେ ବୋଲି ଏଥିରେ କୁହାଯାଇଥିଲା।
ସାରା ବିଶ୍ୱ ମହାମାରୀ କବଳିତ ହୋଇଥିବାବେଳେ ଏହାର ମୁକାବିଲା ପାଇଁ ସମସ୍ତ ନୀତି ବୈଜ୍ଞାନିକ ଓ ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ନିଆଯାଉଛି। ଦୁଇ ଟିକା କମ୍ପାନୀ ସହ ବୁଝାମଣା କ୍ରମେ ସାରା ଦେଶରେ ଟିକା ଦାମ୍‌ ସମାନ ଓ କମ୍‌ ରହିଛି। କେତେକ ରାଜ୍ୟ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ଘୋଷଣା କରିଛନ୍ତି ବୋଲି କେନ୍ଦ୍ର ସରକାର ଅଦାଲତଙ୍କୁ ଜଣାଇଥିଲେ। ୨୧୮ ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ଦର୍ଶାଇଛି, ସମ୍ବିଧାନର ଅନୁଚ୍ଛେଦ ୧୪ ଏବଂ ୨୧ର ନିର୍ଦ୍ଦେଶାବଳୀ ଅନୁଯାୟୀ ବିଭିନ୍ନ ରାଜ୍ୟ ସରକାର, ବିଶେଷଜ୍ଞ ଏବଂ ଟିକା ଉତ୍ପାଦନକାରୀ କମ୍ପାନୀ ସହ ଏକାଧିକ ପର୍ଯ୍ୟାୟ ପରାମର୍ଶ ଓ ଆଲୋଚନାକ୍ରମେ ଟିକା ନୀତି ପ୍ରସ୍ତୁତ ହୋଇଛି। ମହାମାରୀ ସମୟରେ ବୃହତର ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ କୋର୍ଟ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି। ସୂଚନାଯୋଗ୍ୟ କୋଭିଡ୍‌ ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ହସ୍ପିଟାଲଗୁଡ଼ିକୁ ଆବଶ୍ୟକ ପରିମାଣର ଅକ୍ସିଜେନ୍‌
ଯୋଗାଇ ନ ପାରିବା ଘଟଣାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ଭର୍ତ୍ସନା କରିଥିଲେ। ଦିଲ୍ଲୀକୁ ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ଯୋଗାଇବାରେ ବିଫଳ ହୋଇଥିବାରୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହ ଅଦାଲତ ଅବମାନନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ସୁପ୍ରିମକୋର୍ଟ ମଧ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନାରେ ବିଫଳତାକୁ ସମାଲୋଚନା କରିଥିଲେ। ଏବେ ସରକାର ଅଦାଲତକୁ ଟିକା ନୀତିଠାରୁ ଦୂରେଇ ରଖିବା ପାଇଁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri