Categories: ଜାତୀୟ

‘ମନ୍ଦିର ଭାଙ୍ଗି ହିନ୍ଦୁଙ୍କୁ ଅପମାନିତ କରିବାକୁ ପ୍ରୟାସ’

ନୂଆଦିଲ୍ଲୀ,୧।୫: ମନ୍ଦିର ଭାଙ୍ଗି ହିନ୍ଦୁମାନଙ୍କୁ ଅପମାନିତ କରିବାର ପ୍ରୟାସ କରାଯାଉଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡିଆ ରବିବାର କହିଛନ୍ତି।  ତୋଗାଡିଆ କହିଛନ୍ତି, ଏହା ଦୁଃଖଦାୟକ। ମନ୍ଦିର ଭାଙ୍ଗିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଏବଂ ଭାଜପା ସମାନ ମତ ରଖିବା ଉଚିତ୍‌। ସରକାର ଯାହାର ହେଉ ନା କାହିଁକି ମନ୍ଦିରଗୁଡିକ ଭାଙ୍ଗି ଦିଆଯିବ ନାହିଁ କାରଣ ମନ୍ଦିର ଧ୍ୱଂସ ହିନ୍ଦୁମାନଙ୍କୁ ଅପମାନିତ କରିବାର ପ୍ରୟାସ ଅଟେ।
ସେହିପରି ଦେଶର ଧାର୍ମିକ ସ୍ଥାନରେ ବେଆଇନ ଭାବେ ସ୍ଥାପିତ ଲାଉଡସ୍ପିକର ହଟାଇବା ତଥା ଆଇନଗତ ଭାବରେ ସ୍ଥାପିତ ଲାଉଡ ସ୍ପିକରର ସ୍ବରକୁ କମ କିମ୍ବା ସୀମା ମଧ୍ୟରେ ରଖିବାକୁ ନେଇ ତୋଗାଡିଆ କହିଛନ୍ତି, ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ କରାଯିବା ଉଚିତ। ଦେଶର ସମସ୍ତ ମସଜିଦରୁ ଲାଉଡ ସ୍ପିକର ହଟାଯାଉ ନଚେତ୍‌ ଯଦି ଲାଉଡସ୍ପିକରକୁ ମସଜିଦରେ ରଖାଯାଉଛି, ତେବେ ସୀମା ପରିସରରେ ରଖାଯାଉ।

ରାଜସ୍ଥାନର ଅଲୱାର ଜିଲାରେ ଏକ ମନ୍ଦିର ଭାଙ୍ଗିବା ପ୍ରସଙ୍ଗରେ ଏହି କଥା କହିଛନ୍ତି। ସ୍ଥାନୀୟ ଲୋକ ଦାବି କରିଛନ୍ତି, ଏହି ମନ୍ଦିରଟି ୩୦୦ ବର୍ଷ ପୁରୁଣା ଥିଲା ଏବଂ ଏହାକୁ ଭାଙ୍ଗିବା ସମୟରେ ଗର୍ଭ ଗୃହରେ ସ୍ଥାପିତ ପ୍ରତିମାଗୁଡ଼ିକୁ ଅସମ୍ମାନ କରାଯାଇଥିଲା।

 

Share