Posted inଜାତୀୟ

ଭାରତୀୟ ନିର୍ବାଚନରେ ଆମେରିକାର ହସ୍ତକ୍ଷେପ ଉଦ୍ୟମ

ନୂଆଦିଲ୍ଲୀ,୧୦ା୫:ଭାରତରେ ସାଧାରଣ ନିର୍ବାଚନ ଚାଲିଥିବାବେଳେ ଆମେରିକା ଏଥିରେ ହସ୍ତକ୍ଷେପ କରି ରାଜନୈତିକ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଛି ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଖଲିସ୍ତାନୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁନ ହତ୍ୟା ଉଦ୍ୟମ ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ଅଭିଯୋଗର ନିର୍ଭରଯୋଗ୍ୟ ପ୍ରମାଣ ଆମେରିକା ଏପର୍ଯ୍ୟନ୍ତ ଦେଇ ନ ଥିବାବେଳେ ଭାରତର ଧର୍ମୀୟ ସ୍ବାଧୀନତା ଉପରେ ୟୁକ୍ତରାଷ୍ଟ୍ରର ରିପୋର୍ଟ ନିରାଧାର ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି। ଭାରତର ଜାତୀୟ ମାନସିକତା ଏବଂ ଇତିହାସ ସମ୍ପର୍କରେ ଆମେରିକା ପାଖରେ ବୁଝାମଣାର ଅଭାବ ରହିଥିବାରୁ ଏଭଳି ଭିତ୍ତିହୀନ ରିପୋର୍ଟ ପ୍ରକାଶ କରୁଥିବା ଜାଖାରୋଭା ମତ ଦେଇଛନ୍ତି।
ଆମେରିକା କମିଶନ ଅନ୍‌ ଇଣ୍ଟରନ୍ୟାଶନାଲ ରିଲିଜିଅସ୍‌ ଫ୍ରିଡମ୍‌ (ୟୁଏ୍‌ସିଆଇଆର୍‌ଏଫ୍‌) ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ଭରତକୁ ଧର୍ମୀୟ ସ୍ବାଧୀନତା ଉଲ୍ଲଂଘନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସମାଲୋଚନା କରାଯାଇଥିଲା। ଭାରତ ସମେତ ୧୬ଟି ଦେଶ ଧର୍ମୀୟ ସ୍ବାଧୀନତା ଓ ବିଶ୍ୱାସ ଅଧିକାରର ଗୁରୁତର ଉଲ୍ଲଂଘନ ହେଉଥିବାରୁ ସେଗୁଡ଼ିକୁ ‘ନିର୍ଦ୍ଦିଷ୍ଟ ଚିନ୍ତାଜନକ ଦେଶ’ ତାଲିକାରେ ସାମିଲ କରିବାକୁ ଉକ୍ତ ରିପୋର୍ଟରେ ଆହ୍ବାନ ଦିଆଯାଇଥିଲା। ଏଭଳି ରିପୋର୍ଟକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ବିରୋଧ କରିଥିଲା। ଉକ୍ତ ରିପୋର୍ଟ ପକ୍ଷପାତ ବୋଲି ମନ୍ତ୍ରଣାଳୟ କହିବା ସହ ଦେଶର ବାର୍ଷିକ ରିପୋର୍ଟର କିଛି ଅଂଶକୁ ବାହାନା କରି ୟୁଏସ୍‌ସିଆଇଆର୍‌ଏଫ୍‌ ଭାରତ ବିରୋଧୀ ପ୍ରଚାର କରିଆସୁଥିବା ମନ୍ତ୍ରଣାଳୟ କହିଥିଲା।
ପନ୍ନୁନ ହତ୍ୟା ପାଇଁ ଭାରତୀୟ ଗୋଇନ୍ଦା ଅଧିକାରୀ ଯୋଜନା କରିଥିବା ନେଇ ଆମେରିକାର ଅଭିଯୋଗକୁ ମଧ୍ୟ ରୁଷିଆ ଅଧିକାରୀ ଖଣ୍ଡନ କରିଛନ୍ତି। ପନ୍ନୁନ ହତ୍ୟା ଉଦ୍ୟମ ପଛରେ ଭାରତୀୟ ନାଗରିକଙ୍କ ସମ୍ପୃକ୍ତି ଥିବା ନେଇ ଏପର୍ଯ୍ୟନ୍ତ ଓ୍ବାଶିଂଟନ କୌଣସି ପ୍ରମାଣ ଦେଇପାରି ନାହିଁ। ବିନା ପ୍ରମାଣରେ ଉକ୍ତ ପ୍ରସଙ୍ଗରେ କଳ୍ପନା ଜଳ୍ପନା ଗ୍ରହଣୀୟ ନୁହେଁ ବୋଲି ଜାଖାରୋଭା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

BCCI ସେଣ୍ଟ୍ରାଲ୍‌ କଣ୍ଟ୍ରାକ୍ଟରେ ସର୍ବାଧିକ ଦରମା ପାଇବେ ଏହି ୩ ଖେଳାଳି: ତଳକୁ ଖସିବେ ରୋହିତ-କୋହଲି

ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟ ଦଳର ତାରକାମାନେ ଏହି ବର୍ଷ କେତେ ଟଙ୍କା ପାଇବେ ତାହା ସ୍ଥିର ହୋଇସାରିଛି। ସବୁଦିନ ପରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)…

ରାଜନୈତିକ ହିଂସାକୁ ନେଇ ବୁଲିଲା ଖଣ୍ଡା: ସମିତିସଭ୍ୟଙ୍କୁ ଘରୁ ଘୋଷାଡି ଆଣି ଗାଁ ଦାଣ୍ଡରେ ହାଣିଲେ…

ପୁରୁଷୋତ୍ତମପୁର,୭।୨(ସବିତା ମିଶ୍ର) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତର କୁଷପୁର ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଅଶାନ୍ତ ହୋଇପଡିଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ…

୧୦୦ ବର୍ଷ ପରେ କୁମ୍ଭ ରାଶିରେ ସୃଷ୍ଟି ହେଲା ‘ଅଦ୍ଭୁତ ଯୋଗ’: ଏହି ୩ ରାଶିଙ୍କର ଅଚାନକ ଘଟିବ…

୬ ଫେବୃଆରୀ, ୨୦୨୬ ଠାରୁ, ସୁଖ, ସମୃଦ୍ଧି ଏବଂ ପ୍ରେମର ଗ୍ରହ ଶୁକ୍ର, ତାଙ୍କ ବନ୍ଧୁ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ, ଏହା ତାଙ୍କ…

ଆଉ U19 ବିଶ୍ୱକପରେ ଖେଳିପାରିବେ ନାହିଁ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୭।୨: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୨୦୨୬ର ୧୯ ବର୍ଷରୁ କମ ବିଶ୍ୱକପରେ ଇତିହାସ ରଚିଥିଲେ। ଫାଇନାଲରେ ୮୦ ବଲ ରୁ ୧୭୫ ରନ କରି ଭାରତକୁ…

ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି, କହିଲେ…

ନୂଆଦିଲ୍ଲୀ,୭।୨: ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ମାର୍ଚ୍ଚ ମାସରେ ଏକ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri