ବଳାତ୍କାର ଉଦ୍ୟମ ଘଟଣା: ୪ ବର୍ଷ ପରେ ମିଳିଲା ଦଣ୍ଡ

କେନ୍ଦୁଝର,୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍‌ ଏସ୍‌. ତ୍ରିପାଠୀ ସୋମବାର ଜଣେ ନାବାଳିକା ବଳାତ୍କାର ଉଦ୍ୟମ ଅଭିଯୋଗର ଶୁଣାଣି କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଅଜୟ ନାୟକ ନାମକ ଜଣେ ଯୁବକଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ ଓ ଦୁଇ ହଜାର ଟଙ୍କା ଜରିମାନା ହୋଇଥିବା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି। ୯ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ରିପୋର୍ଟକୁ ଭିତ୍ତି କରି ଜଜ୍‌ ଏହି ଆଦେଶ ଦେବା ସହ ପୀଡ଼ିତାଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଜିଲା ଲିଗାଲ ସର୍ଭିସ ଅଥରିଟିଙ୍କୁ ନିର୍ଦ୍ଦେଶ କରିଛନ୍ତି। ୨୦୧୮ ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା।