କଲେଜ କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଯାଜପୁର/ବରୀ (ହର୍ଷବର୍ଦ୍ଧନ ବେହେରା/ ମହେନ୍ଦ୍ର ସ୍ବାଇଁ), ୧୬ା୧: ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ଏକ ପ୍ରତିଷ୍ଠିତ କଲେଜର ଯୁକ୍ତ ୩ ଶେଷ ବର୍ଷର ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ଯୌନ ନିର୍ଯାତନା ଦେବା ସହ କ୍ଳାସ୍‌ରୁମ୍‌ରେ ବଳାତ୍କାର ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ଚାପି ଦେଲେ ମାର୍କ ବଢ଼ାଇ ଦିଆଯିବ, ନଚେତ୍‌ ମାର୍କ କାଟି ଦିଆଯିବ ବୋଲି ଅଧ୍ୟାପକ ଏବଂ ଅଧ୍ୟକ୍ଷ ଧମକ ଦେଇଥିବା ଛାତ୍ରୀ ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ନାମରେ ବରୀ ଥାନାରେ ଏକ ମାମଲା(ନଂ.୧୬/୨୦୨୫) ରୁଜୁ କରାଯାଇଛି। ତେବେ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇପାରିନାହିଁ।
ଅଭିଯୋଗ ଅନୁଯାୟୀ, ଗତ ୬ ତାରିଖରେ ଛାତ୍ରୀ ଜଣକ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ କଲେଜକୁ ଯାଇଥିଲେ। ପରୀକ୍ଷା ଚାଲିଥିବା ସମୟରେ ଅଧ୍ୟାପକ ଧଳ ଛାତ୍ରୀଙ୍କ ମୋବାଇଲ ଫୋନ ନେଇ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଅଧ୍ୟାପକ ଧଳ ପୁଣି ପରୀକ୍ଷା ହଲକୁ ଆସି ଛାତ୍ରୀଙ୍କୁ ଛାଡ଼ି ଦେବାକୁ ସେଠାରେ ନିୟୋଜିତ ଅଧ୍ୟାପିକାଙ୍କୁ କହିଥିଲେ। ଛାତ୍ରୀ ଜଣକ ବାହାରକୁ ଯିବା ପରେ ଅଧ୍ୟାପକ ଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଯିବା ପାଇଁ ଛାତ୍ରୀ ଜଣକ ଅଧ୍ୟାପକଙ୍କଠାରୁ ଅନୁମତି ମାଗିଥିଲେ। ତାଙ୍କ ମୋବାଇଲ କାହିଁକି ନେଇଥିଲେ ବୋଲି ଛାତ୍ରୀ ଜଣକ ତାଙ୍କୁ ପଚାରିଥିଲେ। ଗୋଟିଏ ଫୋନ କରିବାର ଥିଲା ବୋଲି ଅଧ୍ୟାପକ ଧଳ କହିଥିଲେ। ତାଙ୍କଠାରୁ ମୋବାଇଲ ଆଣି ପଛକୁ ବୁଲିବା ସମୟରେ ଅଧ୍ୟାପକ ଧଳ ଛାତ୍ରୀଙ୍କୁ ପଛରୁ ଜୋରରେ ଭିଡ଼ି ଧରିଥିଲେ। ପାଖରେ ଥିବା କଳା ବିଭାଗର କ୍ଲାସ୍‌ରୁମ୍‌କୁ ଜୋରଜବରଦସ୍ତି ଟାଣି ନେଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ଏହାକୁ ବିରୋଧ କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଧ୍ୟାପକ ଧଳ ଛାତ୍ରୀଙ୍କୁ ଠେଲି ତଳେ ପକାଇ ଦେଇଥିଲେ। ଛାତ୍ରୀ ଜଣକ ପାଟି କରିବାରୁ କଲେଜର ପିଅନ ଆସି ଦେଖି କିଛି ନ କହି ଚାଲି ଯାଇଥିଲେ। ତେବେ ଦ୍ୱିତୀୟ ଥର ପାଟି କରିବାରୁ କଲେଜର ପ୍ରଥମ ବର୍ଷ କେତେଜଣ ଛାତ୍ର ଆସିଯିବାରୁ ଅଧ୍ୟାପକ ଧଳ ଛାତ୍ରୀଙ୍କୁ ଛାଡ଼ି ସେଠାରୁ ଚାଲି ଯାଇଥିଲେ।
ଘରକୁ ଫେରି ଛାତ୍ରୀଜଣକ ମା’ଙ୍କୁ ସବୁ କଥା କହିଥିଲେ। ଏପରି କି କଲେଜର ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ ଅଧ୍ୟାପକ ସିଧାସଳଖ ଧମକ ଦେଇଥିଲେ ଯେ, ତାଙ୍କର ପରୀକ୍ଷା କଣ୍ଟ୍ରୋଲ ରୁମ୍‌ରେ ନିଜ ଲୋକ ଅଛନ୍ତି, ତାଙ୍କୁ ଫେଲ୍‌ କରାଇ ଦେବେ। ସେମାନଙ୍କ କଥା ମାନିଲେ ଅଧିକ ମାର୍କ ଦିଆଯିବ ବୋଲି କଲେଜର ଅଧ୍ୟକ୍ଷ ମଧ୍ୟ ପ୍ରତିଶ୍ରୁତି ଦେଲେ। ହେଲେ ଏହି ପ୍ରସ୍ତାବରେ ଛାତ୍ରୀ ଜଣକ ରାଜି ନ ହେବାରୁ ତାଙ୍କୁ ମାନସିକ ନିର୍ଯାତନା ଦେଇ ଭୟଭୀତ କରାଯାଇଥିଲା। ଛାତ୍ରୀଙ୍କ ଗୋଡ଼ ବିନ୍ଧା ହେବାରୁ ସେ ୮ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ଯାଇ ଏକ୍ସ-ରେ କରି ଚିକିତ୍ସିତ ହୋଇଥିଲେ। ମାନସିକ ଚାପରେ ଥିବାରୁ ସେ ଥାନାରେ ଅଭିଯୋଗ କରିବାରେ ବିଳମ୍ବ ହେଲା ବୋଲି ଛାତ୍ରୀଜଣକ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସଂକ୍ରାନ୍ତରେ ବରୀ ଥାନା ଆଇଆଇସି ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଛାତ୍ରୀଙ୍କ ଅଭିଯୋଗ ମୁତାବକ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି ଏବଂ ଖୁବ୍‌ଶୀଘ୍ର ଅଭିଯକ୍ତଙ୍କୁ ଗିରଫ କରାଯିବ। ଏ ନେଇ କଲେଜର ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ଅଧ୍ୟାପକଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri