ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ: ବୃଦ୍ଧ ଗିରଫ

କେନ୍ଦୁଝର,୩୧।୧(ସ୍ବ.ପ୍ର.): ଛଅ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ହରିଚନ୍ଦନପୁର ପୋଲିସ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କାନ୍ଦର ନାଏକ। ଭାଗମୁଣ୍ଡା ସ୍ଥିତ ଏକ ଘରୋଇ ସ୍କୁଲରେ ସେ ରୋଷେୟା ଭାବେ କାମ କରନ୍ତି। ତେବେ ସରସ୍ବତୀ ପୂଜା ଦିନ ଏହି ଘଟଣା ଘଟିଥିବା ବେଳେ ପୋଲିସ ସୋମବାର ଅଭିଯୁକ୍ତଙ୍କୁ ଧରି ଡାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଛାତ୍ରୀଜଣଙ୍କ ଶୌଚାଳୟ ଯିବା ବେଳେ ରୋଷେୟା ତାଙ୍କ ସହିତ ଯାଇଥିଲା। ସେଠାରେ ବଳାତ୍କାର ଉଦ୍ୟମ କରିଥିବା ନେଇ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସ ଡିପିଓ ଘଟଗାଁ ସୁଶିଲ ମିଶ୍ର କହିଛନ୍ତି।