ସ୍ତ୍ରୀ, ଶ୍ୱଶୁର ଓ ଶଳାଙ୍କୁ କାର୍‌ ମଡ଼ାଇ ହତ୍ୟା ଉଦ୍ୟମ

ସମ୍ବଲପୁର,୧୯ା୭(ବ୍ୟୁରୋ):ସମ୍ବଲପୁର ଏସ୍‌ପି ଅଫିସ ସମ୍ମୁଖରେ ସୋମବାର ଏକ ପାରିବାରିକ କଳହର ଭୟାବହ ରୂପ ଦେଖିବାକୁ ମିଳିଛି। ଓକିଲ ପଞ୍ଚାନନ ଦାସ ସବୁ ସୀମା ଟପି ଶ୍ୱଶୁରଘର ପରିବାର ସଦସ୍ୟଙ୍କୁ ଦିନ ଦ୍ୱିପ୍ରହରରେ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି। ଘଟଣାରେ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ଓ ଶ୍ୱଶୁର ରାମଚନ୍ଦ୍ର ମହାପାତ୍ର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଶଳା ସୌମ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି ଓ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ପଞ୍ଚାନନ କାର୍‌ ଚଳାଇ ଦ୍ରୁତଗତିରେ ପ୍ରଥମେ ସ୍ତ୍ରୀ ଓ ଶ୍ୱଶୁରଙ୍କୁ ଧକ୍କା ଦେବା ପରେ ବାଇକ୍‌ରେ ଯାଉଥିବା ସୌମ୍ୟଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲେ। ପରେ ଡାହାଣ ପାର୍ଶ୍ୱରେ ଥିବା ଏସ୍‌ପିଙ୍କ ଆବାସିକ ପାଚେରିରେ କାର୍‌ଟି ପିଟି ହୋଇଯାଇଥିଲା। ଏଥିରେ କାନ୍ଥ ଭାଙ୍ଗିଯିବା ସହ ଏକ ବାଇକ୍‌ ଚୂର୍‌ମାର ହୋଇଯାଇଛି।
ଘଟଣା ପୂରା ସିନେମା ଢଙ୍ଗରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କାର୍‌ ପ୍ରଥମେ ସ୍ତ୍ରୀ ଓ ଶ୍ୱଶୁର ଏବଂ ଶଳାଙ୍କୁ ଧକ୍କା ଦେବା ପରେ କାନ୍ଥରେ ପିଟି ହେବାସହ ଅଟକିଯାଇଥିଲା। କାର୍‌ ଭିତରୁ ପଞ୍ଚାନନ ବାହାରି ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୨୭୪/୨୨) ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ପଞ୍ଚାନନଙ୍କୁ ଥାନାରେ ଅଟକ ରଖାଯାଇଛି। ସମସ୍ତ ଘଟଣା ସିିସିଟିଭିରେ କଏଦ ହୋଇ ରହିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛି। ଏହି ଘଟଣା ପରେ ଜିଲା ଓକିଲ ସଂଘରୁ ପଞ୍ଚାନନଙ୍କୁ ନିଲମ୍ବନ କରାଯାଇଛି। ଏହା ସହ କାରଣଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ମୁତାବକ ବୁର୍ଲାରେ ପରିବାର ସହ ରହୁଥିବା ପଞ୍ଚାନନ ଓ ତାଳଚେର ନିବାସୀ ଚିନ୍ମୟୀଙ୍କ ମଧ୍ୟରେ ପ୍ରାୟ ୧୦ବର୍ଷ ପୂର୍ବରୁ ବିବାହ ହୋଇଥିଲା। ସେମାନଙ୍କର ୭ ବର୍ଷର ପୁଅ ଓ ୫ବର୍ଷର ଗୋଟିଏ ଝିଅ ଅଛନ୍ତି। ଏକ ଜନସେବା କେନ୍ଦ୍ର ଖୋଲି ଚିନ୍ମୟୀ ମଧ୍ୟ ରୋଜଗାର କରୁଥିଲେ। ପଞ୍ଚାନନ ସମ୍ବଲପୁରରେ ଓକିଲାତି କରୁଥିଲେ। ଏପରିସ୍ଥଳେ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଚିନ୍ମୟୀ ବୁର୍ଲା ଥାନାରେ ୬ମାସ ପୂର୍ବରୁ ଅଭିଯୋଗ କରିଥିଲେ। ସେହିଦିନଠାରୁ ଚିନ୍ମୟୀ ଦୁଇ ପିଲାଙ୍କ ସହ ବାପଘରେ ରହିଆସୁଥିଲେ। ସେ ପିଲାଙ୍କ ପାଠପଢ଼ା ପାଇଁ ଆର୍ଥିକ ସହାୟତା ଦେବାକୁ ପଞ୍ଚାନନଙ୍କ ପାଖରେ ଦାବି କରିଥିଲେ। ଏପରି କି ଓକିଲ ଜରିଆରେ ନୋଟିସ୍‌ ମଧ୍ୟ କରିଥିଲେ। ଆର୍ଥତ୍କ ସହାୟତା ନ ଦେଲେ ଜନସେବା କେନ୍ଦ୍ର ଅନ୍ୟତ୍ର ନେଇ ନିଜେ ପରିଚାଳନା କରିବେ ବୋଲି ସ୍ଥିର କରିଥିଲେ। ସେଠାରୁ କିଛି ରୋଜଗାର ହେଲେ ପିଲାଙ୍କ ପାଠପଢ଼ାରେ ସୁବିଧା ହେବ ବୋଲି ଆଶା କରିଥିଲେ। ତେଣୁ ସୋମବାର ଚିନ୍ମୟୀ, ତାଙ୍କ ବାପା ଓ ଭାଇ ପଞ୍ଚାନନଙ୍କୁ ଭେଟି ଆଲୋଚନା କରିବା ପାଇଁ ଜିଲା କୋର୍ଟ ପରିସରକୁ ଆସିଥିଲେ। ହେଲେ ପଞ୍ଚାନନ ଚିନ୍ମୟୀଙ୍କ ପରିବାରକୁ ନ ଭେଟି କୁଆଡେ ଚାଲିଯାଇଥିଲେ। ଫଳରେ ସେମାନେ ନିରାଶ ହୋଇ ଏସ୍‌ପିଙ୍କ ବାସଭବନ ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଞ୍ଚାନନ ତାଙ୍କ କାର୍‌ (ନଂ.ଓଡି୧୫ଏମ-୦୩୩୪)ରେ ଆସି ହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri