ସ୍ତ୍ରୀ, ଶ୍ୱଶୁର ଓ ଶଳାଙ୍କୁ କାର୍‌ ମଡ଼ାଇ ହତ୍ୟା ଉଦ୍ୟମ

ସମ୍ବଲପୁର,୧୯ା୭(ବ୍ୟୁରୋ):ସମ୍ବଲପୁର ଏସ୍‌ପି ଅଫିସ ସମ୍ମୁଖରେ ସୋମବାର ଏକ ପାରିବାରିକ କଳହର ଭୟାବହ ରୂପ ଦେଖିବାକୁ ମିଳିଛି। ଓକିଲ ପଞ୍ଚାନନ ଦାସ ସବୁ ସୀମା ଟପି ଶ୍ୱଶୁରଘର ପରିବାର ସଦସ୍ୟଙ୍କୁ ଦିନ ଦ୍ୱିପ୍ରହରରେ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି। ଘଟଣାରେ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ଓ ଶ୍ୱଶୁର ରାମଚନ୍ଦ୍ର ମହାପାତ୍ର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଶଳା ସୌମ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି ଓ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ପଞ୍ଚାନନ କାର୍‌ ଚଳାଇ ଦ୍ରୁତଗତିରେ ପ୍ରଥମେ ସ୍ତ୍ରୀ ଓ ଶ୍ୱଶୁରଙ୍କୁ ଧକ୍କା ଦେବା ପରେ ବାଇକ୍‌ରେ ଯାଉଥିବା ସୌମ୍ୟଙ୍କୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲେ। ପରେ ଡାହାଣ ପାର୍ଶ୍ୱରେ ଥିବା ଏସ୍‌ପିଙ୍କ ଆବାସିକ ପାଚେରିରେ କାର୍‌ଟି ପିଟି ହୋଇଯାଇଥିଲା। ଏଥିରେ କାନ୍ଥ ଭାଙ୍ଗିଯିବା ସହ ଏକ ବାଇକ୍‌ ଚୂର୍‌ମାର ହୋଇଯାଇଛି।
ଘଟଣା ପୂରା ସିନେମା ଢଙ୍ଗରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କାର୍‌ ପ୍ରଥମେ ସ୍ତ୍ରୀ ଓ ଶ୍ୱଶୁର ଏବଂ ଶଳାଙ୍କୁ ଧକ୍କା ଦେବା ପରେ କାନ୍ଥରେ ପିଟି ହେବାସହ ଅଟକିଯାଇଥିଲା। କାର୍‌ ଭିତରୁ ପଞ୍ଚାନନ ବାହାରି ଫେରାର ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୨୭୪/୨୨) ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ପଞ୍ଚାନନଙ୍କୁ ଥାନାରେ ଅଟକ ରଖାଯାଇଛି। ସମସ୍ତ ଘଟଣା ସିିସିଟିଭିରେ କଏଦ ହୋଇ ରହିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ତଦନ୍ତ କରିଛି। ଏହି ଘଟଣା ପରେ ଜିଲା ଓକିଲ ସଂଘରୁ ପଞ୍ଚାନନଙ୍କୁ ନିଲମ୍ବନ କରାଯାଇଛି। ଏହା ସହ କାରଣଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ମୁତାବକ ବୁର୍ଲାରେ ପରିବାର ସହ ରହୁଥିବା ପଞ୍ଚାନନ ଓ ତାଳଚେର ନିବାସୀ ଚିନ୍ମୟୀଙ୍କ ମଧ୍ୟରେ ପ୍ରାୟ ୧୦ବର୍ଷ ପୂର୍ବରୁ ବିବାହ ହୋଇଥିଲା। ସେମାନଙ୍କର ୭ ବର୍ଷର ପୁଅ ଓ ୫ବର୍ଷର ଗୋଟିଏ ଝିଅ ଅଛନ୍ତି। ଏକ ଜନସେବା କେନ୍ଦ୍ର ଖୋଲି ଚିନ୍ମୟୀ ମଧ୍ୟ ରୋଜଗାର କରୁଥିଲେ। ପଞ୍ଚାନନ ସମ୍ବଲପୁରରେ ଓକିଲାତି କରୁଥିଲେ। ଏପରିସ୍ଥଳେ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଚିନ୍ମୟୀ ବୁର୍ଲା ଥାନାରେ ୬ମାସ ପୂର୍ବରୁ ଅଭିଯୋଗ କରିଥିଲେ। ସେହିଦିନଠାରୁ ଚିନ୍ମୟୀ ଦୁଇ ପିଲାଙ୍କ ସହ ବାପଘରେ ରହିଆସୁଥିଲେ। ସେ ପିଲାଙ୍କ ପାଠପଢ଼ା ପାଇଁ ଆର୍ଥିକ ସହାୟତା ଦେବାକୁ ପଞ୍ଚାନନଙ୍କ ପାଖରେ ଦାବି କରିଥିଲେ। ଏପରି କି ଓକିଲ ଜରିଆରେ ନୋଟିସ୍‌ ମଧ୍ୟ କରିଥିଲେ। ଆର୍ଥତ୍କ ସହାୟତା ନ ଦେଲେ ଜନସେବା କେନ୍ଦ୍ର ଅନ୍ୟତ୍ର ନେଇ ନିଜେ ପରିଚାଳନା କରିବେ ବୋଲି ସ୍ଥିର କରିଥିଲେ। ସେଠାରୁ କିଛି ରୋଜଗାର ହେଲେ ପିଲାଙ୍କ ପାଠପଢ଼ାରେ ସୁବିଧା ହେବ ବୋଲି ଆଶା କରିଥିଲେ। ତେଣୁ ସୋମବାର ଚିନ୍ମୟୀ, ତାଙ୍କ ବାପା ଓ ଭାଇ ପଞ୍ଚାନନଙ୍କୁ ଭେଟି ଆଲୋଚନା କରିବା ପାଇଁ ଜିଲା କୋର୍ଟ ପରିସରକୁ ଆସିଥିଲେ। ହେଲେ ପଞ୍ଚାନନ ଚିନ୍ମୟୀଙ୍କ ପରିବାରକୁ ନ ଭେଟି କୁଆଡେ ଚାଲିଯାଇଥିଲେ। ଫଳରେ ସେମାନେ ନିରାଶ ହୋଇ ଏସ୍‌ପିଙ୍କ ବାସଭବନ ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ପଞ୍ଚାନନ ତାଙ୍କ କାର୍‌ (ନଂ.ଓଡି୧୫ଏମ-୦୩୩୪)ରେ ଆସି ହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri