ଯୁବକଙ୍କୁ ଅପହରଣ, ହତ୍ୟା ଉଦ୍ୟମ ମାମଲା: ବାଲେଶ୍ୱର ଜେଲରେ ସକିଲ, କଟକରେ ରାଜୁତି

କଟକ ଅଫିସ,୯ା୧୦: କଟକ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍‌ସିଂହପୁରର ବଣ୍ଟି ଓରଫ ଶିବପ୍ରସାଦ ଖଟୁଆ ଓ କାଜିଡ଼ିହ ଅଞ୍ଚଳର ମୁନା ଓରଫ କପିଳ ଦାସ। ଏମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ ହୋଇଛି। ବଣ୍ଟିଙ୍କ ନାମରେ କଟକର ବିଭିନ୍ନ ଥାନାରେ ମାମଲା ରହିଛି। ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ସକିଲ ଅହମ୍ମଦର ସମ୍ପୃକ୍ତି ରହିଥିବା ବେଳେ ଫେରାର ୨ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ବାଲେଶ୍ୱର ଜେଲରେ ଥାଇ ମଧ୍ୟ ସକିଲ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି କଟକରେ ବିଭିନ୍ନ ଅପରାଧ ଘଟାଇ ଚାଲିଛି।
ପୋଲିସ ସୂଚନା ଅନୁଯାୟୀ, ରାଜେନ୍ଦ୍ରନଗର ଅଞ୍ଚଳର ବିଶ୍ୱଜିତ୍‌ ଲେଙ୍କା ଏକ ମୋମୋ ଦୋକାନରେ କାମ କରନ୍ତି। ଉକ୍ତ ଦୋକାନର ମାଲିକ ବାବୁ ଓରଫ ଅଭିଷେକ ସାହୁ ସକିଲଙ୍କ ପୂର୍ବତନ ସହଯୋଗୀ ଥିଲେ। ବିଭିନ୍ନ ଆପରାଧିକ ମାମଲାରେ ଜେଲ ଯାଇ ଫେରିବା ପରେ ସେ ଦୋକାନ କରିଥିଲେ। ପୁଣି ଥରେ ବାବୁଙ୍କୁ ଗ୍ୟାଙ୍ଗରେ ମିଶିବାକୁ ସକିଲଙ୍କ ନିର୍ଦ୍ଦେଶ ରହିଥିଲା। ହେଲେ ସେ ମନା କରିବାରୁ କେତେଜଣ ଯୁବକ ତାଙ୍କ ଦୋକାନରେ ପହଞ୍ଚି ଭଙ୍ଗାରୁଜା କରିବା ସହ ଅଭିଜିତ୍‌ଙ୍କୁ ଅପହରଣ କରି ନେଇଥିଲେ। ଏହା ସହ ଟ୍ରେନ ଲାଇନ ପାର୍ଶ୍ୱରେ ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ବିଶ୍ୱଜିତ୍‌ ଗତ ୩ତାରିଖରେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୧୫୬/୨୦) ରୁଜୁକରି ତଦନ୍ତ ଚଳାଇଥିଲା। ଏ ସମ୍ପର୍କରେ ଡିସିପି ସିଂ କହିଛନ୍ତି, ସକିଲଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ତଥାପି ସେ ଆପରାଧିକ ଯୋଜନା କିପରି କରୁଛନ୍ତି ତାହା ଚକିତ କରୁଛି। ଗୋଟିଏ ଜେଲରୁ ଅନ୍ୟଏକ ଜେଲକୁ ସ୍ଥାନାନ୍ତର କରିବା ପରେ ମଧ୍ୟ ସେ ଯୋଜନାରେ ସଫଳ ହେଉଛି। ଜେଲରେ ତାଙ୍କୁ କେହି ବ୍ୟକ୍ତି ଭେଟିବା ସମୟରେ ଯୋଜନାକୁ ସେ କାର୍ଯ୍ୟକାରୀ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri