ରାତି ଅଧରେ ବିଦ୍ୟାଳୟରୁ ଚାଉଳ ଚୋରା ଚାଲାଣ ଉଦ୍ୟମ, ହଠାତ୍‌ ପହଞ୍ଚିଗଲେ ଲୋକେ, ଆଉ ତା’ ପରେ…

ଲାଞ୍ଜିଗଡ଼,୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଚାଉଳ ଚୋରା ଚାଲାଣ ହେଉଥିବା ଖବର ପ୍ରକାଶିତ ହେଉଥିବା ବେଳେ ପୁଣି ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ସୋମବାର ବିଳମ୍ବିତ ରାତିରେ ୨ କ୍ୱିଣ୍ଟାଲ ଚାଉଳ ଚୋରି କରିବା ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ହଠାତ୍‌ ଜମା ହୋଇଯିବାରୁ ଉଦ୍ୟମକାରୀ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି। ସରକାର ଆବାସିକ ବିଦ୍ୟାଳୟଗୁଡ଼ିକରେ ଉନ୍ନତମାନର ଶିକ୍ଷା ସମେତ ପିଲାଙ୍କ ରହିବା ଖାଇବାର ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ବେଳେ ସ୍କୁଲ ଦାୟିତ୍ୱରେ ଥିବା ଶିକ୍ଷକ ଓ କର୍ମଚାରୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଖିରେ ଧୂଳି ମାରିଲା ଭଲି ଘୃଣ୍ୟ କାମ କରିବାକୁ ପଛାଉନାହାନ୍ତି। ଗରିବ, ଆଦିବାସୀ ଓ ଅନୁସୂଚିତ ଜାତିର ଛାତ୍ରୀଛାତ୍ରଙ୍କ ଖାଇବା ବାବଦକୁ ଆସିଥିବା ଚାଉଳକୁ ରାତିଅଧିଆ ବିକିବାକୁ ପ୍ରୟାସ କରି ହଟହଟା ହେଉଛନ୍ତି।

ସୂଚନାନୁସାରେ, ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଚତୁରତାର ସହିତ ଅଖା ବସ୍ତା ବଦଳରେ ସିମେଣ୍ଟ ବସ୍ତାରେ ୨ କ୍ୱିଣ୍ଟାଲ ତଥା ୪ ପ୍ୟାକେଟ୍‌ ଚାଉଳ ପୂରାଇ ରାତି ଅଧରେ ପାଚେରି ଡିଆଁଇ ଏକ ବୋଲେରୋ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଚାଉଳ ଚୋରା ଚାଲାଣ କରୁଥିବା ସମୟରେ ସ୍ଥାନୀୟ ଲୋକେ ହଠାତ୍‌ ମାଡି ବସିଥିବା ବେଳେ ଆବାସିକ ବିଦ୍ୟାଳୟ ଦାୟିତ୍ୱରେ ଥିବା ମେଟ୍ରମ ଚୂଲେନ୍ଦ୍ରି ସାହୁ ସମେତ ୪ ପ୍ୟାକେଟ୍‌ ଚାଉଳ ଜବତ କରି ପଚରାଉଚରା କରିଥିଲେ ଗ୍ରାମବାସୀ। ହେଲେ ମେଟ୍ରମ ଚୂଲେନ୍ଦ୍ରି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିବାରୁ ଏହା ଚୋରି ଚାଉଳ ବୋଲି ଗ୍ରାମବାସୀ ସ୍ପଷ୍ଟ ସନ୍ଦେହ କରିଥିବା ଜଣାପଡ଼ିଛି। ହେଲେ ଏପଟେ ଘଟଣାରେ ଲିପ୍ତ ଥିବା ବୋଲେରୋ ପିକ୍‌ଅପ୍‌ ଭ୍ୟାନ ଘଟଣାସ୍ଥଳରୁ ଫେରାର ମାରିଥିବାରେ ସକ୍ଷମ ହୋଇଛି। ତେବେ ଏହା ଚୋରି ଚାଉଳ ବୋଲି ଗାଁ ଲୋକେ ସ୍ପଷ୍ଟ ଜାଣିଥିଲେ ସୁଦ୍ଧା ପୋଲିସକୁ ନ ଜଣାଇ ସେହି ଚୋରି ଚାଉଳକୁ ଜବତ କରି ସ୍କୁଲ ଦାୟିତ୍ୱରେ ଥିବା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜିମା ଦେଇଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହିତ ଗରିବ ନିରୀହ ଅନ୍ତେବାସୀ ଛାତ୍ରୀଛାତ୍ରଙ୍କ ପେଟକୁ ଲାତ ମାରି ସେମାନଙ୍କ ମୁହଁର ଦାନାକୁ ଚୋରି କରି ଭଦ୍ରମୁଖା ପିନ୍ଧିଥିବା କର୍ମଚାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ସୂଚନା ଥାଉକି, ଗତମାସ ୭ ତାରିଖ ଶନିବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ୭ କ୍ୱିଣ୍ଟାଲ ଚାଉଳ ଚୋରି କରିବା ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ହଠାତ୍‌ ଜମା ହୋଇଯିବାରୁ ଉଦ୍ୟମକାରୀ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଥିଲା। ସେହି ଘଟଣାକୁ ଲୋକେ ଭୁଲି ନ ଥିବାବେଳେ ବର୍ତ୍ତମାନ ବିଜେପୁର ସରକାରୀ ସ୍କୁଲରେ ୪ ପ୍ୟାକେଟ୍‌ ଚାଉଳ ଚୋରି ଉଦ୍ୟମ ଏବେ ଅଞ୍ଚଳରେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କାହ୍ନୁଚରଣ ବେହେରାଙ୍କୁ ପଚାରିବାରୁ ମୁଁ ବର୍ତ୍ତମାନ ଛୁଟିରେ ଅଛି ମତେ ଗାଁ ଲୋକେ ମୋତେ ଫୋନ୍‌ ଦ୍ୱାରା ଜଣାଇବାରୁ ଜାଣିଲି ଏବଂ ମୁଁ ମୋ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇବି ବୋଲି କହିଥିଲେ।

ଏ ବିଷୟରେ ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ ବଳିୟାରସିଂଙ୍କୁ ପଚାରିବାରୁ ଏ ବିଷୟରେ ମୁଁ କୌଣସି ଖବର ପାଇନାହିଁ ଏବଂ ପ୍ରଧାନଶିକ୍ଷକଙ୍କୁ ପଚାରି ବୁଝିବି ବୋଲି ପ୍ରକାଶ କରିଥିଲେ। ଏ ବିଷୟରେ ଜିଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁରଙ୍କୁ ପଚାରିବାରୁ ଏ ବିଷୟରେ ଖବର ପାଇନାହିଁ ଏବଂ ଏହାର ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଲା ଅନାସ୍ଥା ପ୍ରସ୍ତାବ

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୨ ଜଣ ସଭ୍ୟଙ୍କ ମଧ୍ୟରୁ…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

ବୈଠକ ପୂର୍ବରୁ ସରକାରଙ୍କୁ ଅଲ୍ଟିମେଟମ ଦେଲା CJP, ରଖିଲା ଏହି ବଡ଼ ସର୍ତ୍ତ

ନୂଆଦିଲ୍ଲୀ,୨୫।୭: CJP ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ କ୍ଷତିପୂରଣ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ସଂଗଠନ ଆଜି (ଶନିବାର) ଏକ ଲିଖିତ ଚୁକ୍ତି…

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri