ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ

ହିଞ୍ଜିଳିକାଟୁ ୧।୧୨ ( ଡିଏନଏ): ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍‌ ଉଦ୍ୟମ। ଗୁରୁବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଅପରିଚିତ ବ୍ୟକ୍ତି କୌଶଳରେ ନିଶା ଦେଇ ଲୁଟ ଉଦ୍ୟମ କରୁଥିବା ସମୟରେ ବୃଦ୍ଧ ଦମ୍ପତିଙ୍କ ଗ୍ରାମର ଜଣେ ଦେଖିବା ପରେ ଲୁଟେରା ଜଣଙ୍କ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ପ୍ରକାଶ ଯେ, କୁରୁଳା ଗ୍ରାମର କୁରେଶ ପାତ୍ର ( ୭୦)ତାଙ୍କ ସ୍ତ୍ରୀ ଜାନେମା ପାତ୍ର( ୬୫) ଗୁରୁବାର ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡରେ ଶେରଗଡ଼ ବ୍ଳକ ଅନ୍ତର୍ଗତ କୁରୁଳା ଗ୍ରାମକୁ ଯିବା ନିମନ୍ତେ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ବୃଦ୍ଧ ଦମ୍ପତିଙ୍କୁ ଦେଖି ଜଣେ ବ୍ୟକ୍ତି ସେମାନଙ୍କ ସହ ଆତ୍ମୀୟ ଭଳି ବ୍ୟବହାର ଦେଖାଇ ବିଶ୍ବାସ ସୃଷ୍ଟି କରିଥିଲେ। ପରେ ୨ କପ୍‌ ଚା’ ଆଣି ବୃଦ୍ଧ ଦମ୍ପତିଙ୍କୁ ପିଇବାକୁ ଦେଇଥିଲେ। କୁରେଶ ଉକ୍ତ ଚା’ ପିଇ ନ ଥିବା ବେଳେ ତାଙ୍କ ସ୍ତ୍ରୀ ଜାନେମା ଚା’ ପିଇ ଦେଇ ବେହୋସ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରା ଜଣଙ୍କ ବୃଦ୍ଧାଙ୍କ ବେକରୁ ୫ ତୋଳା ଓଜନର ଖାସୁ ମାଳି ନେବାକୁ ଉଦ୍ୟମ ଚଳାଇଥିଲେ। କିନ୍ତୁ ଏହି ସମୟରେ ବୃଦ୍ଧ ଦମ୍ପତିଙ୍କ ଗ୍ରାମର ଅନ୍ୟ ଜଣେ ମହିଳା ବୃଦ୍ଧାଙ୍କ ନିକଟରେ ଚାଦର ଘୋଡ଼ାଇ ସନ୍ଦେହରେ ଥିବା ବ୍ୟକ୍ତିଙ୍କୁ ଦେଖି ପାଟି କରିବାରୁ ସେ ଆଖି ପିଛୁଲାକେ ଘଟଣାସ୍ଥଳରୁ ପଳାଇଥିଲେ। ମହିଳାଙ୍କ ପାଟି ଶୁଣି ବସ୍‌ଷ୍ଟାଣ୍ଡରେ ଥିବା ଅନ୍ୟ ଯାତ୍ରୀମାନେ ସେଠାରେ ରୁଣ୍ଡ ହୋଇଥିଲେ। ବୃଦ୍ଧା ଜଣଙ୍କ ବେହୋସ ଭାବେ ପଡ଼ିଥିବା ବେଳେ ତାଙ୍କ ବେକରୁ କଟା ହୋଇଥିବା ଖାସୁ ମାଳି ବୃଦ୍ଧାଙ୍କ ଗୋଡ଼ ନିକଟରେ ଛିଣ୍ଡି ପଡ଼ିଥିଲା। ଗ୍ରାମର କିଛି ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ଗାଡିରେ କୁରୁଳା ନେଇଥିବା ଜଣାପଡିଛି। ଉଭୟଙ୍କୁ ଗ୍ରାମରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ସିସିଟିଭି କ୍ୟାମେରା ସହ ପୋଲିସ ପଇଁତରା କଡ଼ାକଡ଼ି ପାଇଁ ବ୍ୟବସାୟୀ ସଂଘର ସମ୍ପାଦକ ବିଶ୍ବମ୍ବର ସାହୁ ଓ ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri