ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ: ଜେଲ୍‌ ଗଲେ ଅଭିଯୁକ୍ତ ସ୍ବାମୀ

ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ନୂଆ ବଳଧିଆ ଗ୍ରାମର ସଞ୍ଜୁ କୁମାରୀ ପ୍ରଧାନଙ୍କୁ ତାଙ୍କ ସ୍ବାମୀ କୁନା ପ୍ରଧାନ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାରେ ସଞ୍ଜୁ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୯/୨୫ ଅନୁଯାୟୀ ଅଭିଯୁକ୍ତ କୁନାଙ୍କ ନାଁରେ ମୋକଦ୍ଦମା ରୁଜୁ କରିଥିଲେ। ଶୁକ୍ରବାର ଅଭିଯୁକ୍ତ ସ୍ବାମୀଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଗତ ପ୍ରାୟ ୯ ବର୍ଷ ପୂର୍ବେ ୨୦୧୫ ଏପ୍ରିଲ ମାସରେ ସଞ୍ଜୁ ବଳଧିଆ ଗ୍ରାମର ଆନନ୍ଦ ପ୍ରଧାନଙ୍କ ପୁଅ କୁନାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସ୍ବାମୀ ଓ ଶଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହର କିଛିଦିନ ଖୁବ୍‌ ହସଖୁସିରେ କଟିଥିଲା। ଉଭୟଙ୍କ ଔରସରୁ ୨ଟି କନ୍ୟା ସନ୍ତାନ ଅଛନ୍ତି। କିଛିବର୍ଷ ହେଲା ସ୍ବାମୀ ସଦାସର୍ବଦା ମଦ ପିଇ ତାଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ। ବାପଘରୁ ନେଇଥିବା ଗହଣା ଏବଂ ବିଭିନ୍ନ ଆସବାବପତ୍ର ବିକ୍ରି କରି ସ୍ବାମୀ ମଦ ପିଇ ଦେଉଥିବାରୁ ସଞ୍ଜୁ ପ୍ରତିବାଦ କରିଥିଲେ। ଯୌତୁକ ବାବଦକୁ ୨ ଲକ୍ଷ ଟଙ୍କା ବାପ ଘରୁ ଆଣିବୁ ନ ହେଲେ ତୋତେ ଜୀବନରେ ମାରିଦେବା ପରେ ମୁଁ ଦିତୀୟ ବିବାହ କରିବି ବୋଲି ସ୍ବାମୀ ଧମକ ଦେଇଥିଲେ। ଗତ ୨୦୨୪ ଡିସେମ୍ବର ୨୪ ତାରିଖରେ ସ୍ବାମୀ ତାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ସେ କୌଶଳକ୍ରମେ ଖସି ଯାଇ ଘରୁ ଦୌଡ଼ି ପଳାଇଥିଲେ। ପରେ ଏନେଇ ବାପା,ମା’ଙ୍କୁ ଖବର ଦେବା ପରେ ସେମାନେ ଆସି ତାଙ୍କୁ ଉଦ୍ଧାର କରିବା ସହ ସାଙ୍ଗରେ ନେଇଯାଇଥିଲେ। ସମସ୍ତ ଘଟଣା ସେ ତାଙ୍କ ଗ୍ରାମର ଭଦ୍ର ଲୋକଙ୍କୁ ଜଣାଇ ଆପୋଷ ସମାଧାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସ୍ବାମୀ ଭଦ୍ର ଲୋକଙ୍କୁ ଜଣାଇ ଆପୋଷ ସମାଧାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସ୍ବାମୀ ଭଦ୍ର ଲୋକଙ୍କୁ ଆପତ୍ତି ଜନକ ଭାଷାରେ ଗାଳି ଦେବାରୁ ସମାଧାନ ହୋଇପାରି ନ ଥିଲା। ଏନେଇ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଥାନାରେ ସ୍ବାମୀ ପହଞ୍ଚି ନିଜର ଭୁଲ ସ୍ବୀକାର କରିବା ସହ ବୁଝାସୁଝା କରି ସାଙ୍ଗରେ ଘରକୁ ନେଇଥିଲେ। କିନ୍ତୁ ତା’ ପରଦିନ ପୁଣି ତାଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ସଞ୍ଜୁ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri