ପୂର୍ବତନ ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ: ଜଣାପଡ଼ିଲା ଅସଲ କାରଣ…

ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜୀବନରୁ ମାରି ଦେବାକୁ ବସିଥିଲେ। ତେବେ ଏବେ ପର୍ଯ୍ୟନ୍ତ କେହି ଥାନାରେ ଲିଖିତ ଅଭିଯୋଗ କରି ନ ଥିବା ଜଣାପଡ଼ିଛି। ଟିଟୁଙ୍କ ପରିବାରରେ କେହି ନ ଥିବାରୁ ହୁଏତ ଗ୍ରାମବାସୀ ଅଭିଯୋଗ କରିପାରନ୍ତି ବୋଲି କୁହାଯାଉଛି। ଟିଟୁଙ୍କୁ ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ନେଇ ସେଠାରେ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଟିଟୁଙ୍କ ଆକ୍ରମଣ ଘଟଣାକୁ ନେଇ ଅନେକ କଥା ଏବେ ଚର୍ଚ୍ଚା ହେଉଛି। ପୂର୍ବରୁ ତାଙ୍କ ଜମିବାଡ଼ିକୁ ଅନ୍ୟ ସମ୍ପର୍କୀୟମାନେ ଜବରଦଖଲ କରିଥିବା ଓ ସେ ଘଟଣାକୁ ନେଇ ଟିଟୁ ସେମାନଙ୍କୁ ପଚାରିବାରୁ ସେମାନେ ଆକ୍ରମଣ କରୁଥିବା ଭିଡିଓ ଏବେ ଭାଇରାଲ ହେଉଛି। ଟିଟୁଙ୍କ ସ୍ତ୍ରୀ ପୂର୍ବରୁ ମୃତ୍ୟୁବରଣ କରିଥବା ବେଳେ ତାଙ୍କର କେହି ଛୁଆ ପିଲା ନାହାନ୍ତି। ଟିଟୁଙ୍କ ରାଜପଥ କଡ଼ରେ ଏକର ଏକର ଜମି ପଡ଼ିଛି। ଫଳରେ ତାଙ୍କ ଜମିକୁ ଦୂର ସମ୍ପର୍କୀୟମାନେ ହଡ଼ପ କରିବା ପାଇଁ ବାରମ୍ବାର ଉଦ୍ୟମ କରୁଥିବା ନେଇ ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା ଓ ଚଳିତ ବର୍ଷ ଅଗଷ୍ଟ ୫ରେ ଏହି ବିବାଦ ନେଇ ଥାନାରେ ଉଭୟ ପକ୍ଷ ରାଜିନାମା ହୋଇଥିବା ଓ ଥାନାରେ ଦିଆଯାଇଥିବା ମାମଲାକୁ ଉଠାଇବାକୁ ଉଭୟ ଟିଟୁ ଓ ତାଙ୍କ ସହ ଝଗଡ଼ା ହୋଇଥିବା ବ୍ୟକ୍ତି ଲିଖିତ ଦେଇଥିଲେ।

ତେବେ ଏହି ଜମିବାଡ଼ିକୁ ହଡ଼ପ କରିବା ଓ ଟିଟୁଙ୍କୁ ରାସ୍ତାରୁ ହଟେଇ ଦେଲେ ତାଙ୍କ ପରିବାରରେ ଆଉ କେହି ନ ଥିବାରୁ ତାଙ୍କ ଦୁରସମ୍ପର୍କୀୟ ଏହି ଜମିକୁ ପୁନର୍ବାର ହଡ଼ପ କରିବା ଉଦ୍ଦେଶ୍ୟରେ ତାଙ୍କୁ ଜୀବନରେ ମାରିବାକୁ ଉଦ୍ୟମ କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଦାରିଙ୍ଗବାଡ଼ି ପୋଲିସଗୁରୁତର ଟିଟୁଙ୍କଠାରୁ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri